ETV Bharat / bharat

କିର୍ଗିଜିସ୍ଥାନରେ ଭେଟ ହେବେ ମୋଦି-ଇମ୍ରାନ ! - cso

ଆସନ୍ତା ସପ୍ତାହରେ କିର୍ଗିଜିସ୍ଥାନର ବିସକେକ୍ ଠାରେ ଅନୁଷ୍ଠିତ ହେଇଯାଉଛି ସାଘାଂଇ ସହଯୋଗ ସଙ୍ଗଠନ(ଏସସିଓ) ସମ୍ମିଳନୀ । ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ଉଭୟ ଭାରତ ଏବଂ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କୁ ନିମନ୍ତ୍ରଣ କରାଯାଇଛି।

ଡିଜାଇନ ଫଟୋ
author img

By

Published : Jun 3, 2019, 2:27 PM IST

Updated : Jun 3, 2019, 3:07 PM IST

ବିସକେକ୍: ଆସନ୍ତା ସପ୍ତାହରେ କିର୍ଗିଜିସ୍ଥାନର ବିସକେକ୍ ଠାରେ ଅନୁଷ୍ଠିତ ହେଇଯାଉଛି ସାଘାଂଇ ସହଯୋଗ ସଙ୍ଗଠନ(ଏସସିଓ) ସମ୍ମିଳନୀ । ଏହି ସମ୍ମଳନୀରେ ଯୋଗଦେବାକୁ ଯାଉଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ । ଅନ୍ୟପଟେ ଦ୍ବିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମ ଥର ପାଇଁ ବିଦେଶ ଅନୁଷ୍ଠିତ ହେଉଥିବା ସମ୍ମିଳନୀରେ ଯୋଗ ଦେବା ପାଇଁ ସୂଦୁର କିର୍ଗିଜିସ୍ଥାନ ଅଭିମୁଖେ ଯାତ୍ରା କରିବେ ।

ଯଦିଓ ଏସସିଓ ସମ୍ମିଳନୀରେ ଯୋଗ ଦେବା ପାଇଁ ଭାରତ ଏବଂ ପାକିସ୍ତାନର ପ୍ରଧାନମନ୍ତ୍ରୀଙ୍କୁ ମିଳିଛି ନିମନ୍ତ୍ରଣ । ହେଲେ ଦୁହେଁ ପରସ୍ପରକୁ ଭେଟିବେ କି ନାହିଁ ତାହା ଏଯାବତ ଜଣା ପଡିନାହିଁ । ପୁଲୱାମା ଆକ୍ରମଣ ଏବଂ ବାଲାକୋଟ ଏୟାରଷ୍ଟ୍ରାଇକ୍ ପରେ ଉଭୟ ରାଷ୍ଟ୍ରରେ ସମ୍ପର୍କ ଉତ୍ତେଜନାମୂଳକ ରହିଛି ।

ଚଳିତ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ବିପୁଳ ଜନମତ ସହ ବିଜୟୀ ହେବା ପରେ ଭାରତ ସହ ସମ୍ପର୍କ ସୁଧାରିବା ଲକ୍ଷ୍ୟରେ ରହିଛି ପାକିସ୍ତାନ । ଏପିରିକି ପ୍ରଧାନମନ୍ତ୍ରୀ ମୋଦି ପୁନଃର୍ବାର କ୍ଷମତାସୀନ ହେବା ପରେ ଏହି ଆଶା ଆହୁରି ଉଜ୍ଜିବୀତ ହୋଇଉଠିଛ । 2019 ନିର୍ବାଚନରେ ମୋଦିଙ୍କ ବିପୁଳ ବିଜୟ ପରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଦକ୍ଷିଣ ଏସୀୟାରେ ଶାନ୍ତି ପ୍ରତିଷ୍ଠା ପାଇଁ ସେ ଆଗ୍ରହୀ ବୋଲି ଜଣାଇଥଲେ । ଲୋକସଭା ନିର୍ବାଚନ ଚାଲିଥିବା ବେଳେ ଇମ୍ରାନ କହିଥିଲେ ଯେ ଯଦି ମୋଦି ପ୍ରଧାନମନ୍ତ୍ରୀ ଭାବେ ପୁଣି ଥରେ କ୍ଷମତାସୀନ ହୁଅନ୍ତି ଭାରତ ସହ ସମ୍ପର୍କ ସୁଧାରିବାରେ ପାକିସ୍ତାନକୁ ସୁଯୋଗ ମିଳିବ ।

ପ୍ରଧାନମନ୍ତ୍ରୀ ଭାବେ ଦାୟିତ୍ୱ ନେବା ବେଳେ ମୋଦି ଭାରତର ପଡୋଶୀ ତଥା ବିମଷ୍ଟେକର ସଦସ୍ୟ ଥିବା ବିଭିନ୍ନ ରାଷ୍ଟ୍ରର ମୁଖ୍ୟଙ୍କୁ ଶପଥ ଗ୍ରହଣ ସମାରୋହରେ ଯୋଗ ଦେବା ପାଇଁ ନିମନ୍ତ୍ରଣ ପଠାଇ ଥିଲେ । ମାତ୍ର ଏଥିରୁ ବାଦ ପଡିଥିଲା ପାକିସ୍ତାନ । "ନେବରହୁଡ ଫାଷ୍ଟ ପଲିସି" ମୋଦି ପ୍ରଥମେ ମାଳଦ୍ୱୀପ, ପରେ ଶ୍ରୀଲଙ୍କା ଏବଂ ପରେ ଆଫଗାନିସ୍ତାନ ଗସ୍ତରେ ଯିବେ ସେ । ସାମ୍ପ୍ରତିକ ପରିସ୍ଥିତିରେ ଭାରତର ଆଭିମୁଖ୍ୟ ପାକିସ୍ତାନ ପ୍ରତି କଣ ରହିବ ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।

Last Updated : Jun 3, 2019, 3:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.