ETV Bharat / bharat

ବିଜୟ କୁମାର ସିହ୍ନା ହେଲେ ବିହାରର ନୂଆ ବାଚସ୍ପତି - ବିହାରର ନୂଆ ବାଚସ୍ପତି

ବିହାରର ନୂଆ ବାଚସ୍ପତି ହେଲେ ବିଜେପି ନେତା ବିଜୟ କୁମାର ସିହ୍ନା । ଅଧିକ ପଢନ୍ତୁ .....

ବିଜୟ କୁମାର ସିହ୍ନା ହେଲେ ବିହାରର ନୂଆ ବାଚସ୍ପତି

author img

By

Published : Nov 25, 2020, 3:45 PM IST

ପାଟନା: ବିଜୟ କୁମାର ସିହ୍ନା ବିହାର ବିଧାନସଭାର ବାଚସ୍ପତି ଭାବରେ ନିର୍ବାଚିତ ହୋଇଛନ୍ତି। । ଏହା ସହ ପ୍ରଥମ ଥର ପାଇଁ ବିଜେପି ବିହାରର ବାଚସ୍ପତି ପଦ ହାତେଇବାରେ ସଫଳ ହୋଇଛି । ଏବେ ଜୀତନ ରାମ ମାଞ୍ଝୀ କାମଚଳା ବାଚସ୍ପତି ଭାବେ ଦାୟିତ୍ବ ତୁଲାଉଥିବା ବେଳେ ତାଙ୍କ ଠାରୁ ଦାୟିତ୍ବ ଗ୍ରହଣ କରିବେ ବିଜୟ ।

ଏହି ବାଚସ୍ପତି ନିର୍ବାଚନ ପ୍ରକ୍ରିୟାକୁ ନେଇ ଆରଜେଡି ବିଧାୟକ ମାନେ ପ୍ରଶ୍ନ ଉଠାଇବା ସହ ଗୃହରେ ହଟ୍ଟଗୋଳ କରିଥିଲେ । ନିର୍ବାଚନରେ କେବଳ ମୌଖିକ ଭାବେ ଭୋଟ ଗ୍ରହଣ କରିବା ଉଚିତ ପ୍ରୋଟକଲ ନୁହେଁ ବୋଲି ଆରଜେଡି ନେତା ତେଜସ୍ବୀ ଯାଦବ ଯୁକ୍ତି କରିବା ସହ ପ୍ରକୃତ ପ୍ରୋଟୋକଲ ପାଳନ କରାଯାଉ ବୋଲି ସେ ଦାବି କରିଥିଲେ । ସେପଟେ ଅନ୍ତରୀଣ ବାଚସ୍ପତି ଦାୟିତ୍ବରେ ଥିବା ଜିତନରାମ ମାଞ୍ଝୀ ଗୃହରେ ଗୁପ୍ତ ଭୋଟର କୌଣସି ଆବଶ୍ୟକତା ନଥିବା କଥା ସ୍ପଷ୍ଟ କରିଥିଲେ । ପରେ ବିଜୟ ସିହ୍ନା ବିହାରର ନୂଆ ବାଚସ୍ପତି ଭାବେ ନିର୍ବାଚିତ ହୋଇଛନ୍ତି ।

ବିହାର ବିଧାନସଭାରେ ଏହା ପ୍ରଥମ ଥର ପାଇଁ ବିଜେପି ବିଧାୟକ ବାଚସ୍ପତି ପଦବୀ ଦଖଲ କରିଛନ୍ତି। 2005 ପର ଠାରୁ ଜଣେ ଜେଡିୟୁ ସଦସ୍ୟ ସବୁବେଳେ ବାଚସ୍ପତି ଆସନ ଦଖଲ କରିଆସୁଛନ୍ତି। ଜେଡିୟୁ ସଦସ୍ୟ ଉଦୟ ନାରାୟଣ ଚୌଧୁରୀ ଦୁଇ ଥର (2005-2010 ଏବଂ 2010-2015) ବାଚସ୍ପତି ଥିବାବେଳେ ବିଜୟ କୁମାର ଚୌଧୁରୀ 2015 ରୁ 2020 ପର୍ଯ୍ୟନ୍ତ ବାଚସ୍ପତି ଭାବେ ଦାୟିତ୍ବ ତୁଲାଇଥିଲେ ।

ଯଦିଓ ବିଜେପିର ବରିଷ୍ଠ ନେତା ନନ୍ଦ କିଶୋର ଯାଦବ ଏବଂ ପ୍ରେମ କୁମାରଙ୍କ ନାମ ବାଚସ୍ପତି ପଦ ପାଇଁ ଚର୍ଚ୍ଚାରେ ରହିଆସିଥିଲା କିନ୍ତୁ ଜାତିଗତ ସନ୍ତୁଳନ ରକ୍ଷା କରିବା ପାଇଁ ସିହ୍ନାଙ୍କୁ ବାଚସ୍ପତି ପଦ ପାଇଁ ସୁଯୋଗ ଦିଆଯିବା ନେଇ ଦଳ ନିଷ୍ପତ୍ତି ନେଇଥିବା ଚର୍ଚ୍ଚା ହେଉଛି । 4 ଥର ଲାଖାଇସରାଇ ବିଧାନସଭା କ୍ଷେତ୍ରରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବିଜୟ ସିହ୍ନା ବିହାରର ଭୂମିଆ ସମ୍ପ୍ରଦାୟରୁ ପ୍ରତିନିଧିତ୍ବ କରୁଥିବା ଜଣା ପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.