ETV Bharat / bharat

ବିହାରର ନୂଆ ମୁଖ୍ୟମନ୍ତ୍ରୀ ଚେହେରା ପୁଷ୍ପମ - Pushpama choudhury

ପୁଷ୍ପମ ପ୍ରିୟା ଚୌଧୁରୀ ନାମକ ଜଣେ ମହିଳା ଆଗାମୀ ବିହାର ବିଧାନସଭା ନିର୍ବାଚନରେ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଘୋଷଣା କରିଛନ୍ତି । ପୁଷ୍ପମା ପ୍ରିୟା ନିଜର ଏକ ପାର୍ଟୀ ବି ଗଠନ କରିଛନ୍ତି, ଯାହାର ନାଁ ରଖିଛନ୍ତି 'ପ୍ଲୁରାଲ୍ସ' । ଅଧିକ ପଢନ୍ତୁ...

ବିହାରର ନୂଆ ମୁଖ୍ୟମନ୍ତ୍ରୀ ଚେହେରା ପୁଷ୍ପମା
ବିହାରର ନୂଆ ମୁଖ୍ୟମନ୍ତ୍ରୀ ଚେହେରା ପୁଷ୍ପମା
author img

By

Published : Mar 9, 2020, 3:42 AM IST

ହାଇଦ୍ରାବାଦ: ଚଳିତ ବର୍ଷ ହେବାକୁ ଯାଉଛି ବିହାର ବିଧାନସଭା ନିର୍ବାଚନ । ଗୋଟିଏ ପଟେ କେନ୍ଦ୍ରରେ ବିଜେପିର ସହଯୋଗୀ ନିତିଶଙ୍କ ଦଳ ଜେଡିୟୁ ଥିବା ବେଳେ ଅନ୍ୟପଟେ ଲାଲୁ ପ୍ରସାଦ ଯାଦବଙ୍କ ପାର୍ଟୀ ଆରଜେଡି ରହିଛି । ହେଲେ ଉଭୟ ଲାଲୁ ଓ ନିତିଶଙ୍କୁ ଟକ୍କର ଦେବା ପାଇଁ ବିହାର ନିର୍ବାଚନୀ ମୈଦାନରେ ଓହ୍ଲାଇବାକୁ ଯାଉଛନ୍ତି ଜଣେ ମହିଳା । ପୁଷ୍ପମ ପ୍ରିୟା ଚୌଧୁରୀ ନାମକ ଜଣେ ମହିଳା ଆଗାମୀ ବିହାର ବିଧାନସଭା ନିର୍ବାଚନରେ ନିଜକୁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ବୋଲି ଘୋଷଣା କରିଛନ୍ତି ।

ବିହାରର ନୂଆ ମୁଖ୍ୟମନ୍ତ୍ରୀ ଚେହେରା ପୁଷ୍ପମା
ବିହାରର ନୂଆ ମୁଖ୍ୟମନ୍ତ୍ରୀ ଚେହେରା ପୁଷ୍ପମା

ବିହାରର ଦରଭଙ୍ଗାରେ ରହୁଥିବା ପୁଷ୍ପମ ଖବରକାଗଜର ପ୍ରଥମ ପୃଷ୍ଠାରେ ଏକ ବିଜ୍ଞାପନ ଦେଇଛନ୍ତି । ଏଥିରେ ସେ ନିଜକୁ ବିହାରର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରିଛନ୍ତି । କେବଳ ଏତିକି ନୁହେଁ ପୁଷ୍ପମ ବିହାରର ଜନସାଧାରଣଙ୍କୁ ଏକ ଚିଠି ମଧ୍ୟ ଲେଖିଛନ୍ତି । ଏହି ଚିଠିରେ ଲେଖାଯାଇଛି ଯେ "ଏହାକୁ ସମ୍ଭାଳିକି ରଖିଥାନ୍ତୁ, କାରଣ ଏହା ଆପଣଙ୍କର ଓ ଆପଣଙ୍କ ଶିଶୁଙ୍କ ଭବିଷ୍ୟତ ପାଇଁ ପ୍ରତିଶୃତି । ମୋତେ ବିହାରକୁ ବଦଳାଇବାର ଅଛି ।"

ପୁଷ୍ପମ ପ୍ରିୟା ନିଜର ଏକ ପାର୍ଟୀ ବି ଗଠନ କରିଛନ୍ତି, ଯାହାର ନାଁ ରଖିଛନ୍ତି 'ପ୍ଲୁରାଲ୍ସ' । ସେ ନିଜକୁ ଏହି ଦଳର ସଭାପତି ଘୋଷଣା କରିଛନ୍ତି । ପୁଷ୍ପମ ଲଣ୍ଡନ ସ୍କୁଲ ଅଫ ଇକୋନୋମିକ ଏଣ୍ଡ ପଲିଟିକାଲ ସାଇନ୍ସରେ ଲୋକ ସମ୍ପର୍କ ବିଭାଗରେ ସ୍ନାତକ କରିଥିବା ତାଙ୍କ ଟ୍ବିଟର ହ୍ୟାଣ୍ଡେଲରୁ ଜାଣିବାକୁ ମିଳିଛି ।

ପୁଷ୍ପମ ଚୌଧୁରୀ ଦରଭଙ୍ଗାର ଜେଡିୟୁ ନେତା ତଥା ପୂର୍ବତନ ବିଧାନପରିଷଦ ସଦସ୍ୟ ବିନୋଦ ଚୌଧୁରୀଙ୍କ ଝିଅ । ତାଙ୍କ କକା ଅଜୟ ଚୌଧୁରୀ ମଧ୍ୟ ଜେଡିୟୁର ଦରଭଙ୍ଗା ଜିଲ୍ଲା ଅଧ୍ୟକ୍ଷ ଅଛନ୍ତି । ଏହା ବ୍ୟତିତ ପୁଷ୍ପମଙ୍କ ଜେଜେବାପା ଦିବଙ୍ଗତ ଉମାକାନ୍ତ ଚୌଧୁରୀ ନିତିଶ କୁମାରଙ୍କ ଅତି ନିକଟତର ବନ୍ଧୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.