ବିହାର(ନାଳନ୍ଦା): ହସୁଥିବା ଚେହେରା ହେଉଛି ସାକ୍ଷୀ... ସେହି ସଫଳତାର.. ଯାହା ସେ ହାସଲ କରିଛି । ଆଖିରେ ଖୁସିର ଝଲକ ସ୍ପଷ୍ଟ କରୁଛି ଯେ, ଯଦି କୌଣସି ଲକ୍ଷ୍ୟକୁ ପାଇବାର ଜିଦ୍ ଏବଂ ଦୃଢ ସଂକଳ୍ପ ଥିବ, ତେବେ ଲକ୍ଷ୍ୟସ୍ଥଳ ଦୂର ଲାଗିବ ନାହିଁ । ତେବେ ସେ ଲକ୍ଷ୍ୟସ୍ଥଳ କୌଣସି ପର୍ବତର ଉଚ୍ଚତମ ଶିଖରକୁ ଛୁଇଁବାକୁ ହେଉ ନା କାହିଁକି । ବିହାରର ଝିଅ ମିତାଲି ପ୍ରସାଦ ଏମିତି ହିଁ କିଛି କମାଲ କରି ଦେଖାଇଛନ୍ତି । ନିକଟରେ ସେ ଦକ୍ଷିଣ ଆମେରିକା ମହାଦେଶର ଆଣ୍ଡିଜ ପର୍ବତମାଳାର ସବୁଠୁ ଉଚ୍ଚତମ ଶୃଙ୍ଗ ଅକ୍କୋନଗୁଆର ଶିଖର ଛୁଇଁଛନ୍ତି । ନିଜ ବଳରେ ଏହି ଉଚ୍ଚତମ ଶିଖରର ଯାତ୍ରା ସମାପ୍ତ କରି ବିଶ୍ବ ରେକର୍ଡ ସୃଷ୍ଟି କରିଛନ୍ତି ସେ ।
ନାଳନ୍ଦା ଜିଲ୍ଲା କତ୍ରିସରାୟ ପ୍ରଖଣ୍ଡ ମାୟାପୁର ଗାଁର ଝିଅ ମିତାଲି । ତାଙ୍କ ପରିବାରରେ 8 ଜଣ ଝିଅ ଅଛନ୍ତି । ତେବେ ଜଣେ ସାଧାରଣ ଚାଷୀଙ୍କ ଝିଅ ମିତାଲିଙ୍କ ଏହା ପ୍ରଥମ ସଫଳତା ନୁହେଁ, ଏହା ପୂର୍ବରୁ ସେ ଅନେକ ସଫଳତା ହାସଲ କରିଛନ୍ତି ।
ଝିଅର ସଫଳତାରେ ଖୁସି ପରିବାର ଲୋକେ ତାଙ୍କ ଏହି ସଫଳତାକୁ ନେଇ ଗର୍ବ ଅନୁଭବ କରୁଥିବା ବେଳେ ସରକାରୀ ଉଦାସୀନତା ଓ ଅଣଦେଖାକୁ ନେଇ କ୍ଷୋଭ ପ୍ରକାଶ କରନ୍ତି ।
କଞ୍ଚନଜଙ୍ଘା ଟାଇଗର ହିଲ୍ସ ଓ କିଲିମଞ୍ଜାରୋ ଭଳି ପର୍ବତଶୃଙ୍ଗରେ ଚଢି ନିଜ ସଫଳତାର ପତାକା ଉଡାଇଥିଲେ ମିତାଲି । ଆଉ ସେ ନିଜ ସଫଳତା ଏବଂ ଚ୍ୟାଲେଞ୍ଜକୁ ନେଇ ଦେଇଥିବା ଉତ୍ତର ବେଶ ଆଶ୍ଚର୍ଯ୍ୟଜନକ ଥିଲା ।
ଦାରିଦ୍ର୍ୟ ସହ ଲଢି ମାଟିରୁ ଉଚ୍ଚତମ ପର୍ବତଶୃଙ୍ଗ ଛୁଇଁବା ପର୍ଯ୍ୟନ୍ତ ମତାଲିଙ୍କ ଯାତ୍ରା ସେହି ମହିଳାଙ୍କ ପାଇଁ ଉଦାହରଣ ଯେଉଁମାନେ ଅଭାବ ମଧ୍ୟରେ ବି କିଛି ଭିନ୍ନ କରିବାର ଇଚ୍ଛା ରଖିଥାନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ