ETV Bharat / bharat

ଜେଲରେ ବିହାରର ବାହୁବଳି ବିଧାୟକ ଅନନ୍ତ ସିଂହ - ବିହାର

ଶେଷରେ କାରାଗାର ପଛରେ ଆବଦ୍ଧ ହେଲେ ବିହାରର ବାହୁବଳୀ ବିଧାୟକ ଅନନ୍ତ ସିଂହ । 5 ଦିନିଆ ପୋଲିସର କଡା ସୁରକ୍ଷା ବଳୟ ଭିତରେ ପାଟନା ସ୍ଥିତ ବେଉର ଜେଲ ପଠାଯାଇଛି ।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Aug 25, 2019, 10:31 PM IST

ପାଟନା: ବିହାର ମୋକାମାର ବାହୁବଳି ବିଧାୟକ ଆଉ ପୋଲିସ ମଧ୍ୟରେ ଲୁଚକାଳି ଖେଳର ଅନ୍ତ ଘଟିଛି । ଶେଷରେ ପୋଲିସ ବିଧାୟକ ଅନନ୍ତ ସିଂହଙ୍କୁ ଗିରଫ କରିବାରେ ସଫଳ ହୋଇଛି । ପ୍ରଥମେ ରବିବାର ଅନନ୍ତ ସିଂଙ୍କୁ ପାଟନା ଜେଲ ନିଆଯାଇଥିଲା ପରେ କଡା ସୁରକ୍ଷା ଭିତରେ ତାଙ୍କୁ ବାଢ କୋର୍ଟକୁ ପଠାଯାଇଥିଲା । ଏହାପରେ 5 ଦିନ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ତେବେ ବେଉର ଜେଲ ହେଉଛି ଏକ କେନ୍ଦ୍ରୀୟ କାରାଗାର । ଯେଉଁଠି କୁଖ୍ଯାତ ଅପରାଧୀ ମାନେ ସଜା କାଟୁଛନ୍ତି ।

ସୂଚନାମୁତାବକ, ଅନନ୍ତ ସିଂହଙ୍କୁ ଜେଲର ଡିଭିଜନ ଓ୍ବାର୍ଡରେ ରଖାଯାଇଛି । ଏହି ଓ୍ବାର୍ଡରେ ଅନନ୍ତ ସଂହଙ୍କୁ ଏକ ଚୌକି, ବେଡ, ଗୋଟେ ଟେବୁଲ ଦିଆଯାଇଛି । ଉକ୍ତ ଓ୍ବାର୍ଡକୁ ଯିବା ପୂର୍ବରୁ ବିଧାୟକଙ୍କର ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ଏହାପରେ ତାଙ୍କୁ ଖାଇବାକୁ ଦିଆଯାଇଥିବା ସତ୍ତ୍ବେ ସେ ନଖାଇ କେବଳ ପାଣି ପିଇଥିଲେ ।

ସୂଚନାମୁତାବକ, ବିଧାୟକ ଅନନ୍ତଙ୍କ ଘରୁ ଏକ ଏକେ-47 ଓ 2ଟି ହ୍ୟାଣ୍ଡ ଗ୍ରେନେଡ ଜବତ ହୋଇଥିଲା । ଏହାପରେ ସେ ଫେରାର ଥିଲେ । ପୋଲିସର ବହୁ ଖୋଜାଖୋଜି ପରେ ସେ ଦିଲ୍ଲୀର ସାକେତ କୋର୍ଟରେ ଆତ୍ମସମର୍ପଣ କରିଥିଲେ । ଏହାପରେ ତାଙ୍କୁ ତିହାଡ ଜେଲ ପଠାଯାଇଥିଲା । କିନ୍ତୁ ବିହାର ପୋଲିସ ତାଙ୍କୁ 4 ଦିନିଆ ରିମାଣ୍ଡରେ ନେବାପାଇଁ ଆବେଦନ କରିଥିଲା । ଏହାପରେ ଅନନ୍ତଙ୍କୁ ଟ୍ରାଁଜିଟ ରିମାଣ୍ଡରେ ନେଇଥିଲା ବିହାର ପୋଲିସ । ଶେଷରେ ରବିବାର ତାଙ୍କୁ ବାଢ କୋର୍ଟରେ ହାଜିର କରିବା ପରେ କେନ୍ଦ୍ରୀୟ କାରାଗାରକୁ ପଠାଯାଇଛି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.