ETV Bharat / bharat

ତେଜସ୍ବୀ ଯାଦବ ନିଖୋଜ, ସୂଚନା ଦେଲେ ମିଳିବ 5 ହଜାର ପୁରସ୍କାର - poster

ନିଖୋଜ ଅଛନ୍ତି ଆରଜେଡି ନେତା ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ । ତାଙ୍କ ସମ୍ପର୍କରେ ସୂଚନା ଦେବା ବ୍ୟକ୍ତିଙ୍କୁ  ମିଳିବ ପୁରସ୍କାର ।

ପଟୋ ସୌଜନ୍ୟ: ଟ୍ବିଟର@ANI
author img

By

Published : Jun 21, 2019, 9:03 PM IST

ପାଟନା: ନିଖୋଜ ଅଛନ୍ତି ଆରଜେଡି ନେତା ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ । ଲୋକସଭା ନିର୍ବାଚନର ଫଳାଫଳ ପରଠାରୁ ସେ କୁଆଡେ ଗାୟବ ହୋଇଯାଇଛନ୍ତି । ତାଙ୍କ ସମ୍ପର୍କରେ ସୂଚନା ଦେବା ବ୍ୟକ୍ତିଙ୍କୁ ମିଳିବ ପୁରସ୍କାର । ତେଜସ୍ବୀଙ୍କ ନିଖୋଜ ହେବାର ଏଭଳି ଏକ ପୋଷ୍ଟର ଲାଗିଛି ବିହାରର ମୁଜାଫରପୁରରେ ।

ପୋଷ୍ଟରରେ ଲେଖାଯାଇଛି, ତେଜସ୍ବୀ ଯାଦବ 2019 ଲୋକସଭା ନିର୍ବାଚନର ଫଳାଫଳ ପରଠାରୁ ନିଖୋଜ ଅଛନ୍ତି । ତାଙ୍କ ସମ୍ପର୍କରେ ସୂଚନା ଦେବା ବ୍ୟକ୍ତିଙ୍କୁ 5100 ଟଙ୍କା ପୁରସ୍କାର ଦିଆଯିବ । ସାମାଜ ସେବୀ ତମନ୍ନା ହାସମୀ ଏହି ପୋଷ୍ଟର ଲଗାଇଛନ୍ତି । ସେ ଏହି ପୋଷ୍ଟର ଜରିଆରେ ତେଜସ୍ବୀଙ୍କ ସମ୍ପର୍କରେ ସୂଚନା ଦେବାକୁ ନିବେଦନ କରିଛନ୍ତି ।

ସୂଚନା ଯୋଗ୍ୟ ଯେ, ବିହାରରେ ଏବେ ଏନସେଫାଲାଇଟିସ୍ ସିଣ୍ଡ୍ରୋମ ଆତଙ୍କ ଖେଳିଯାଇଥିବା ବେଳେ ତେଜସ୍ବୀଙ୍କ ଅନୁପସ୍ଥିତିକୁ ନେଇ ବିଭିନ୍ନ ପ୍ରଶ୍ନ ଉଠୁଛି । ଏହି ସମୟରେ ସେ ଗୋଟିଏ ବି ଟ୍ବିଟ କିମ୍ବା କୌଣସି ବୟାନ ଦେଇନଥିବା ରାଜନୈତିକ ଗଳିରେ ଚର୍ଚ୍ଚାର ବିଷୟ ପାଲଟିଛି । ସର୍ବଦା ଟ୍ବିଟରରେ ସକ୍ରିୟ ରହୁଥିବା ତେଜସ୍ବୀ ଏତେ ବଡ ଘଟଣାକୁ ନେଇ କୌଣସି ପ୍ରତିକ୍ରିୟା ଦେଇନଥିବା ଚିନ୍ତାର ବିଷୟ ପାଲଟିଛି ।

Intro:Body:

asda

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.