ETV Bharat / bharat

ବିହାର ବିଧାନସଭା ନିର୍ବାଚନ ପାଇଁ ପ୍ରୋଟୋକଲ୍ ଜାରି କଲା ନିର୍ବାଚନ ଆୟୋଗ

ପିପିଇ କିଟ୍ ବ୍ୟବହାର, ଥର୍ମାଲ୍ ସ୍କାନିଂ, ସାମାଜିକ ଦୂରତା ବଜାୟ ରଖିବା ଏବଂ ପ୍ରତ୍ୟେକ ବୁଥ୍‌ରେ ଚୟନକର୍ତ୍ତାଙ୍କ ସଂଖ୍ୟା ସୀମିତ କରିବା ପାଇଁ ନିଷ୍ପତ୍ତି ନେଇଛି ଆୟୋଗ । ଏହା ସହିତ ମତଦାନ କେନ୍ଦ୍ର ସଂଖ୍ୟା ମଧ୍ୟ ବୃଦ୍ଧି କରିବାକୁ ଆୟୋଗ ନିଷ୍ପତ୍ତି ନେଇଛି ।

author img

By

Published : Jul 25, 2020, 6:40 PM IST

ନିର୍ବାଚନ ଆୟୋଗ
ନିର୍ବାଚନ ଆୟୋଗ

ନୂଆଦିଲ୍ଲୀ: କୋରୋନା ମହାମାରୀକୁ ଦୃଷ୍ଟିରେ ରଖି ବିହାର ବିଧାନସଭା ନିର୍ବାଚନ ପାଇଁ କିଛି ପ୍ରୋଟୋକଲ୍ ଜାରି କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ । ପିପିଇ କିଟ୍ ବ୍ୟବହାର, ଥର୍ମାଲ୍ ସ୍କାନିଂ, ସାମାଜିକ ଦୂରତା ବଜାୟ ରଖିବା ଏବଂ ପ୍ରତ୍ୟେକ ବୁଥ୍‌ରେ ଚୟନକର୍ତ୍ତାଙ୍କ ସଂଖ୍ୟା ସୀମିତ କରିବା ପାଇଁ ନିଷ୍ପତ୍ତି ନେଇଛି ଆୟୋଗ । ଏହା ସହିତ ମତଦାନ କେନ୍ଦ୍ର ସଂଖ୍ୟା ମଧ୍ୟ ବୃଦ୍ଧି କରିବାକୁ ଆୟୋଗ ନିଷ୍ପତ୍ତି ନେଇଛି ।

ରାଜ୍ୟ ସରକାର ଅତିରିକ୍ତ 34,000ଟି ମତଦାନ କେନ୍ଦ୍ର ଗଠନ କରୁଛନ୍ତି, ଯାହା ସାଧାରଣ ତୁଳନାରେ 45 ପ୍ରତିଶତ ଅଧିକ । ରାଜ୍ୟରେ ମୋଟ ମତଦାନ କେନ୍ଦ୍ରକୁ 1,06,000କୁ ବୃଦ୍ଧି ପାଇଛି ।

ତେବେ ମତଦାତାଙ୍କୁ ଭୋଟିଂ ସମୟରେ ମାସ୍କର ବାଧ୍ୟତାମୂଳକ କରିବାକୁ ନିଶ୍ଚିତ କରାଯାଇଛି । ସେହିପରି ବୃହତ ଜନସମାବେଶ ଉପରେ ପ୍ରତିବନ୍ଧକ ଲଗାଯାଇଛି, ଯେଉଁଥିରେ ପୂଜା ସ୍ଥାନ ଅନ୍ତର୍ଭୁକ୍ତ ରହିଛି । ଇଭିଏମ୍ ବ୍ୟବହାର ସମୟରେ ଭୋଟରମାନେ ଟୁଥପିକ୍ସ ଏବଂ ଗ୍ଲୋଭସ୍ ବ୍ୟବହାର କରିବେ ।

ସୂଚନାଯୋଗ୍ୟ ଯେ, ନିର୍ବାଚନ ପ୍ରଚାର ତଥା ସାଧାରଣ ସଭା ସମ୍ପର୍କରେ ନିର୍ବାଚନ ଆୟୋଗ ଜାତୀୟ ତଥା ରାଜ୍ୟ ରାଜନୈତିକ ଦଳମାନଙ୍କଠାରୁ ପରାମର୍ଶ ଲୋଡିଛି। ପରାମର୍ଶ ଗ୍ରହଣ କରିବା ପରେ, ମହାମାରୀ ସମୟରେ ନିର୍ବାଚନ ପରିଚାଳନା ପାଇଁ ପ୍ରାର୍ଥୀ କିମ୍ବା ରାଜନୈତିକ ଦଳଗୁଡ଼ିକ ଦ୍ୱାରା ନିର୍ବାଚନ ପ୍ରଚାର ପାଇଁ ଆବଶ୍ୟକ ନିର୍ଦ୍ଦେଶାବଳୀ ଗଠନ କରାଯାଇପାରେ । ଜୁଲାଇ 31 ସୁଦ୍ଧା ଦଳମାନେ ନିଜ ନିଜ ପରାମର୍ଶ ଦେଇପାରିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.