ପାଟନା: ଆକାଶରୁ ମାଛ ବର୍ଷା ହେବା ଦେଖାଯାଇଛି । ମାତ୍ର ରୂପା ବର୍ଷା ହେବା ଖବର ପ୍ରଥମ ଥର ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୁ ହତଚକିତ ହୋଇଯାଇଛନ୍ତି । ଏଭଳି ଏକ ବିସ୍ମିତ କରିଲା ଭଳି ଘଟଣା ଆସିଛି ବିହାର ସୀତାମଢି ଜିଲ୍ଲାର ସୁପସଂଡ ଅଞ୍ଚଳରୁ । ଆକାଶରୁ ରୂପା ବର୍ଷା ହୋଇ ରାସ୍ତାରେ ପଡିଥିଲା । ଏହାପରେ ରୁପାକୁ ଘରକୁ ବୋହି ନେଇଛନ୍ତି ଲୋକେ।
ବୁଧବାର ସକାଳେ ନିଦରୁ ଉଠିଲା ପରେ ଏହି ରାସ୍ତାରେ ରୁପା ପଡିଥିବା ଦେଖି ଲୋକେ ଆଶ୍ଚର୍ଯ୍ୟଚକିତ ହୋଇ ଯାଇଛନ୍ତି। ସ୍ଥାନୀୟ ଲୋକେ ସୁରସଂଡ ଟୱାର ଛକରୁ ବରାହୀ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତାରେ ରୂପା ପଡିଥିବା ଦେଖଥିଲେ । ସକାଳୁ ସକାଳୁ ରୂପା ବର୍ଷା ହେବା ଲୋକଙ୍କୁ ଏକ ପ୍ରକାର ଚକିତ କରିଦେଇଥିଲା। ଏହାପରେ ଲୋକ ଛୋଟ ଛୋଟ ରୁପା ଖଣ୍ଡ ଗୋଟାଇବାରେ ଲାଗିଥିଲେ। ଏହାସହ ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଏତେ ପରିମାଣର ରୂପା ଖଣ୍ଡ ରାସ୍ତାରେ କେମିତି ପଡିଲା। ପରୀକ୍ଷା ପରେ ଏହା ସୁଦ୍ଧ ଖାଣ୍ଟି ରୂପା ବୋଲି ଜଣାପଡିଛି।
ଅନ୍ୟପଟେ ଏହାକୁ ନେଇ ଆଉ ଏକ ପ୍ରଶ୍ନ ମୁଣ୍ଡଟେକିଛି। ଏହି ଗ୍ରାମ ନେପାଳ ସୀମାରେ ରହିଛି। ଫଳରେ ରୂପା ଚୋରାଚାଲାଣ ସମୟରେ ଏଠାରେ ମାତ୍ରାଧିକ ସଂଖ୍ୟାରେ ଚୋରାଚାଲାଣ ହୋଇଥିବା ଆଶଙ୍କା କରାଯାଉଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।