ETV Bharat / bharat

ବିହାର ବନ୍ୟା ବିତ୍ପାତ: 16 ଜିଲ୍ଲାର 83.62 ଲକ୍ଷ ଲୋକେ ପ୍ରଭାବିତ - ବିହାର ବନ୍ୟା ବିତ୍ପାତ

ବିହାରର ବନ୍ୟା ସ୍ଥିତିରେ ଆସୁଛି ସୁଧାର । 16 ଜିଲ୍ଲାର 83.62 ଲକ୍ଷ ଲୋକେ ହୋଇଛନ୍ତି ପ୍ରଭାବିତ। ଅପରିବର୍ତ୍ତିତ ରହିଛି ମୃତ୍ୟୁ ସଂଖ୍ୟା । ଅଧିକ ପଢନ୍ତୁ....

Bihar flood: No fresh areas inundated, 83.62 lakh people affected
ବିହାର ବନ୍ୟା ବିତ୍ପାତ : 16 ଜିଲ୍ଲାର 83.62 ଲକ୍ଷ ଲୋକେ ପ୍ରଭାବିତ
author img

By

Published : Aug 24, 2020, 6:44 AM IST

ପାଟନା: ଧୀରେଧୀରେ ସୁଧୁରିବାରେ ଲାଗିଛି ବିହାରର ବନ୍ୟା ସ୍ଥିତି । ହେଲେ ଏବେବି ଜଳବନ୍ଦୀରେ ରହିଛି ରାଜ୍ୟର 16ଟି ଜିଲ୍ଲା । 16ଟି ଜିଲ୍ଲାର 83.62 ଲୋକେ ପ୍ରଭାବିତ ହୋଇଛନ୍ତି । ଏହାସହ 130 ବ୍ଲକର 1,333 ପଞ୍ଚାୟତ ପ୍ରଭାବିତ ହୋଉଛି । ଏନେଇ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପକ୍ଷରୁ ବୁଲେଟିନ ଜାରି କରାଯାଇଛି । ମୃତ୍ୟୁ ସଂଖ୍ୟା 27ରେ ପହଞ୍ଚିଛି । ଦରଭଙ୍ଗା ଜିଲ୍ଲାରେ 11 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ମୁଜାଫରପୁର 6, ପଶ୍ଚିମ ଚମ୍ପାରନରେ 4 , ସାରଣ, ସୁଓ୍ବାନ ଓ ଖଗରିଆରେ ଦୁଇ ଜଣ ଲେଖାଏଁ ବନ୍ୟାରେ ପ୍ରାଣ ହରାଇଛନ୍ତି । ତେବେ ରନ୍ଧା ଖାଦ୍ୟ ପରିବେଷଣ କରାଯାଉଥିବା ଲୋକଙ୍କ ସଂଖ୍ୟା ପୂର୍ବ ଦିନ 2.09 ଲକ୍ଷରୁ ରବିବାର ଦିନ 1.78 ଲକ୍ଷକୁ ହ୍ରାସ ପାଇଛି । ଏନଡିଆରଏଫ ଓ ରାଜ୍ୟ ବିପର୍ଯ୍ୟୟ ପରିଚାଳନା ଦଳର 26ଟି ଟିମ 5.50 ଲୋକଙ୍କୁ ଉଦ୍ଧାର କରିଛନ୍ତି ।

ଗଙ୍ଗା ନଦୀ ରାଜ୍ୟର ଗାନ୍ଧୀ ଘାଟ , ହାତିଦା ଏବଂ ଭାଗଲପୁର ଜିଲ୍ଲାର କାହଲଗାଓଁରେ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି । ସୀତାମାରହି, ଶୋହର, ସୁପାଉଲ, କିଶାନଗଞ୍ଜ, ଦାରବଙ୍ଗା, ମୁଜାଫରପୁର, ଗୋପାଳଗଞ୍ଜ, ପଶ୍ଚିମ ଚମ୍ପାରନ୍, ପୂର୍ବ ଚମ୍ପରନ୍, ଖାଗରିଆ, ସରଣ, ସାମସ୍ତିପୁର, ସିୱାନ୍ ଓ ମଧୁବାନୀ, ମାଧେପୁରା ଜିଲ୍ଲା ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.