ETV Bharat / bharat

ବିହାର ନିର୍ବାଚନ: ଜେଡିୟୁର କୌଶଳପୂର୍ଣ୍ଣ ରାଜନୀତିରୁ କିପରି ଏନଡିଏକୁ ମିଳିବ ଅଧିକ ଫାଇଦା

ରାଜ୍ୟରେ ଥିବା ଜାତିଗତ ଭେଦଭାବ ଏବଂ ଏହାକୁ ନେଇ ଥିବା ବିଭିନ୍ନ ସଂଗଠନ ଏପରି ଭାବରେ ସକ୍ରିୟ ଯେ, ଏଥର ନିର୍ବାଚନରେ ମୁସଲମାନ ଏବଂ ଯାଦବ ସମ୍ପ୍ରଦାୟର ଭୋଟ ସମ୍ପୂର୍ଣ୍ଣ ରୂପେ ଏନଡିଏ ବିପକ୍ଷରେ ଯିବ ନାହିଁ ।

bihar election 2020, bihar election seat divisive, nda and jd(u), bihar election update, ବିହାର ନିର୍ବାଚନ, ବିହାର ନିର୍ବାଚନ ସିଟ୍‌ ବୁଝାମଣା, ଏନଡିଏ ଓ ଜେଡିୟୁ, ବିହାର ନିର୍ବାଚନ ଅପଡେଟ
ବିହାର ନିର୍ବାଚନ: ଜେଡିୟୁର କୌଶଳପୂର୍ଣ୍ଣ ରାଜନୀତିରୁ କିପରି ଏନଡିଏକୁ ମିଳିବ ଅଧିକ ଫାଇଦା
author img

By

Published : Oct 11, 2020, 10:12 AM IST

ବିହାରରେ ଏବେ ଜାତି ଆଧାରରେ ଅତ୍ୟଧିକ ରାଜନୈତିକ ଧ୍ରୁବିକରଣ ଦେଖିବାକୁ ମିଳୁଛି । ଏପରି ସ୍ଥିତିରେ ଏନଡିଏ ଅତି ଚତୁରତାର ସହ ନିର୍ବାଚନୀ ଚେସବୋର୍ଡରେ ନିଜର ଗୋଟିଚାଳନା କରୁଥିବା ଲକ୍ଷ୍ୟ କରାଯାଉଛି । ଯାଦବ କିମ୍ବା ମୁସଲମାନ ସମ୍ପ୍ରଦାୟକୁ ନେଇ ଯାହା ବି ରାଜନୈତିକ ପ୍ରୟାସ ହୁଏ, ସେଥିରୁ ବିଜେପି ହିଁ ଅଧିକ ଫାଇଦାରେ ରହିବ। ରାଜ୍ୟରେ ଥିବା ଜାତିଗତ ଭେଦଭାବ ଏବଂ ଏହାକୁ ନେଇ ଥିବା ବିଭିନ୍ନ ସଂଗଠନ ଏପରି ଭାବରେ ସକ୍ରିୟ ଯେ, ଏଥର ନିର୍ବାଚନରେ ମୁସଲମାନ ଏବଂ ଯାଦବ ସମ୍ପ୍ରଦାୟର ଭୋଟ ସମ୍ପୂର୍ଣ୍ଣ ରୂପେ ଏନଡିଏ ବିପକ୍ଷରେ ଯିବ ନାହିଁ ।

କିଛି ଦଶକ ଧରି ନୀତିଶ କୁମାରଙ୍କ ନୀତି ଓ ଆଦର୍ଶ ସହିତ ରହି ଆସିଥିବା ମୁସଲମାନ ଏବଂ ଓବିସି ସମ୍ପ୍ରଦାୟ ସେ ବିଜେପି ସହ ଯିବା ପରେ ବି ସମ୍ପୂର୍ଣ୍ଣ ରୂପେ ତାଙ୍କଠାରୁ ଦୂରେଇ ଯାଇନାହାଁନ୍ତି । ବରଂ କହିବାକୁ ଗଲେ ପାର୍ଲାମେଣ୍ଟରେ ବିଜେପି ପରିଚାଳିତ ସରକାରଙ୍କ କିଛି ନିଷ୍ପତ୍ତି, ଯାହାକୁ ମୁସଲମାନମାନେ ସେମାନଙ୍କ ସ୍ବାର୍ଥ ବିରୋଧୀ ବୋଲି ଭାବି ଆସୁଛନ୍ତି, ସେହି କାରଣରୁ ନୀତିଶଙ୍କ ପ୍ରତି ଥିବା ସଂଖ୍ୟାଲଘୁଙ୍କ ପୂର୍ବରୁ ରହି ଆସିଥିବା ସମର୍ଥନ କିଛିଟା କମିଯାଇପାରେ । ନାଗରିକତ୍ବ ସଂଶୋଧନ ଆଇନ ଏବଂ ଏପରି ଆଉ କିଛି ନିଷ୍ପତ୍ତି କାରଣରୁ ମୁସଲମାନ ସମ୍ପ୍ରଦାୟ ବିଜେପିକୁ ନେଇ କ୍ଷୁବ୍ଧ ହୋଇ ରହିଛନ୍ତି । ମୁସଲମାନ ଏବଂ ଅନ୍ୟାନ୍ୟ ପଛୁଆ ବର୍ଗର ଲୋକଙ୍କ ମଧ୍ୟରେ ରହିଥିବା କ୍ରୋଧକୁ କମାଇବା ପାଇଁ ଜାତିଗତ ଭାରସାମ୍ୟ ରଖି ଏନଡିଏର ସହଯୋଗୀ ଜେଡିୟୁ ଏଥର ମୁସଲମାନ ଏବଂ ଯାଦବ ସମ୍ପ୍ରଦାୟକୁ ଅଧିକ ପ୍ରତିନିଧିତ୍ବର ସୁଯୋଗ ଦେଉଛି । ଏହି ଦୁଇ ସମ୍ପ୍ରଦାୟ ଏବଂ ସ୍ବାଭାବିକ ଭାବେ ନୀତିଶ କୁମାରଙ୍କ ନିଜ ଗୋଷ୍ଠୀ କୁର୍ମୀ ସମ୍ପ୍ରଦାୟକୁ ପ୍ରାର୍ଥୀ ଚୟନରେ ଗୁରୁତ୍ବ ଦିଆଯାଉଛି ।

27 ପ୍ରତିଶତ ମୁସଲମାନ ରହୁଥିବା ଦରଭଙ୍ଗାରୁ ଫାରଜ ଫାତମୀଙ୍କୁ ଜେଡିୟୁ ପ୍ରାର୍ଥୀ କରିଛି । ଫାତମୀ ଏବଂ ଆଉ ଜଣେ ପ୍ରମୁଖ ମୁସଲମାନ ଚେହେରା ବିଧାନ ପରିଷଦ ସଦସ୍ୟ ମୌଲାନା ଗୁଲାମ ରସୁଲ ଗତ ସପ୍ତାହରେ ଜେଡିୟୁକୁ ଭୋଟ ଦେବା ପାଇଁ ଜନ ସାଧାରଣଙ୍କୁ ଆହ୍ବାନ ଦେବା ସହ ସେମାନଙ୍କ ସମର୍ଥକଙ୍କୁ ନୀତିଶଙ୍କୁ ଜିତାଇବାକୁ ନିବେଦନ କରିଛନ୍ତି । ଗୁଲାମ ରସୁଲ ହେଉଛନ୍ତି ବାରଲେଭିସ ମୁସଲିମ ଗୋଷ୍ଠୀର ଜଣେ ଲୋକପ୍ରିୟ ନେତା । ବିହାରରେ ଅଧିକାଂଶ ମୁସଲମାନଙ୍କ ମଧ୍ୟରେ ତାଙ୍କର ଅଖଣ୍ଡ ପ୍ରଭାବ ରହିଛି । ଏହାକୁ ଦେଖିଲେ ଜଣାପଡୁଛି ଯେ, ନୀତିଶ ସଂଖ୍ୟାଲଘୁ ସମର୍ଥନ ହାସଲ ପାଇଁ ସୁଚିନ୍ତିତ କୌଶଳ ଆପଣେଇଛନ୍ତି ।

ଏଯାଏଁ 18 ଜଣ ଯାଦବଙ୍କୁ ବିଭିନ୍ନ ସ୍ଥାନରୁ ପ୍ରାର୍ଥୀ କରି ଜେଡିୟୁ ଆରଜେଡିକୁ ଏକ ପ୍ରକାର ବାନ୍ଧି ରଖିଛି । ସେହିପରି ଜେଡିୟୁ 11 ଜଣ ମୁସଲିମଙ୍କୁ ପ୍ରାର୍ଥୀ ତାଲିକାରେ ସ୍ଥାନ ଦେଇଛି । ନୀତିଶଙ୍କ ଏହି ରଣନୀତି ମଧ୍ୟ ସଂଖ୍ୟାଲଘୁଙ୍କ ମଧ୍ୟରେ ଆରଜେଡିର ପ୍ରଭାବ କମାଇବା ଦିଗରେ ସହାୟକ ହୋଇପାରେ । ଆରଜେଡି ନେତା ତେଜ ପ୍ରସାଦ ଯାଦବଙ୍କ ପୂର୍ବତନ ଶ୍ବଶୁର ଚନ୍ଦ୍ରିକା ରୟଙ୍କୁ ଜେଡିୟୁ ପାର୍ସା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ କରିଛି । ଆରଜେଡି ସହିତ ରୟଙ୍କ ପରିବାରର ଦୀର୍ଘ ଦିନର ସମ୍ପର୍କ ରହି ଆସିଥିଲା । ପୂର୍ବରୁ ଚନ୍ଦ୍ରିକାଙ୍କ ବାପା ଦାରୋଗା ପ୍ରସାଦ ଲାଲୁଙ୍କ ସରକାରରେ ଜଣେ ମନ୍ତ୍ରୀ ଥିଲେ । ହେଲେ ବିବାହର ମାତ୍ର ଛଅ ମାସ ପରେ ଚନ୍ଦ୍ରିକାଙ୍କ ଝିଅକୁ ଲାଲୁଙ୍କ ପୁଅ ତେଜ ପ୍ରତାପ ଛାଡ଼ିଦେବାରୁ ଦୁଇ ପରିବାର ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି ।

ସେହିପରି ଜୟବର୍ଦ୍ଧନ ଯାଦବଙ୍କୁ ଏଥର ନିର୍ବାଚନରେ ପାଲିଗଂଜରୁ ଲଢିବା ପାଇଁ ଟିକେଟ ଦେଇ ଜେଡିୟୁ ଆରଜେଡିକୁ ଆଉ ଏକ ଝଟକା ଦେଇଛି । ଜୟବର୍ଦ୍ଧନ 2015ରେ ସେହି ଆସନରୁ ଆରଜେଡି ଟିକେଟରେ ଲଢି ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଯାଦବ ସମ୍ପ୍ରଦାୟ ମଧ୍ୟରେ ବେଶ୍ ଭଲ ପ୍ରଭାବ ରଖିଥିବା ଆରଜେଡିର କିଛି ପ୍ରମୁଖ ନେତାଙ୍କୁ ନିଜ ପଟକୁ ଆଣି ନୀତୀଶ ସେମାନଙ୍କୁ ପ୍ରାର୍ଥୀ କରିଛନ୍ତି । ଆଉ ଏମାନେ ସମସ୍ତେ ଯାଦବ ସଂପ୍ରଦାୟର ଆରଜେଡି ପ୍ରାର୍ଥୀଙ୍କ ବିରୁଦ୍ଧରେ ଲଢିବେ। ନୀତିଶଙ୍କ ସହିତ ଅନେକ ମୁସଲିମ ଏବଂ ଯାଦବ ନେତା ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବାରୁ ଏହି ଦୁଇ ସମ୍ପ୍ରଦାୟ ସବୁଠାରୁ ଅଧିକ ଅସଂଗଠିତ ହୋଇ ରହିଥିବା ସ୍ପଷ୍ଟ ସୂଚନା ମିଳୁଛି। ଯାଦବ ଏବଂ ମୁସଲିମାନ ସମ୍ପ୍ରଦାୟରୁ ନେତାଙ୍କୁ ଆଣି ନୀତୀଶ ବିଭେଦକାରୀ ରାଜନୀତୀକୁ ଆୟୁଧ କରିଛନ୍ତି । ଏଥିରୁ ଜେଡିୟୁକୁ ଫାଇଦା ନ ମିଳିଲେ ମଧ୍ୟ ମହାଗଠବନ୍ଧନରୁ ଏହି ଦୁଇ ସମ୍ପ୍ରଦାୟର ଭୋଟ ହାର ନିଶ୍ଚିତ ଭାବେ କାଟିବ । ପରୋକ୍ଷରେ ଯାହା କି ଏନଡିଏ ପାଇଁ ଫାଇଦା ହେବ।

ଅନ୍ୟପକ୍ଷରେ କଂଗ୍ରେସ ଏବଂ ବିଜେପି ସବର୍ଣ୍ଣ ଭୋଟ ନିଜ ନିଜ ସପକ୍ଷରେ ଯିବ ବୋଲି ଦାବି କରି ଆସୁଛନ୍ତି । ବିଜେପିର ଉଗ୍ର ହିନ୍ଦୁତ୍ବ ନୀତି ପରେ ରାଜ୍ୟରେ କଂଗ୍ରେସ ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଛି । ବିହାରରେ ମୁସଲିମ ଏବଂ ଅନ୍ୟ ଜାତିର ଭୋଟ ପାଇବା ପାଇଁ କଂଗ୍ରେସର ଉଦାରବାଦୀ ନୀତି 1947 ପରଠାରୁ ଆରମ୍ଭ କରି ପ୍ରଥମ ଚାରି ଦଶକରେ ଭଲ କାମ କରିଥିଲା । ଏବେ କିନ୍ତୁ ସେ ଅବସ୍ଥା ଆଉ ନାହିଁ । 1990 ପରଠାରୁ ଲାଲୁ ଯାଦବ, ନୀତିଶ କୁମାର ଏବଂ ରାମ ବିଳାସ ପାସୱାନଙ୍କ ଭଳି ନେତାଙ୍କ ଆବିର୍ଭାବ ପରେ ରାଜ୍ୟରେ ରାଜନୈତିକ ଚିତ୍ର ସମ୍ପୂର୍ଣ୍ଣ ବଦଳିଯାଇଥିଲା, ନଚେତ ସେଠାରେ କ୍ଷମତା ଗୋଟିଏ ଦଳକୁ ନେଇ ସୀମିତ ହୋଇଥାନ୍ତା ।

କଂଗ୍ରେସର ଅଧିକାଂଶ କ୍ୟାଡର ସବର୍ଣ୍ଣ ସମ୍ପ୍ରଦାୟରୁ ଆସି ଦଳର ଉଚ୍ଚ ପଦ ପଦବୀରେ ରହୁଛନ୍ତି । ରାଜ୍ୟ ବିଧାନସଭାରେ ପଛୁଆ ଜାତି, ଓବିସି ଏବଂ ମୁସଲିମାନଙ୍କୁ ପ୍ରତିନିଧିତ୍ବର ସୁଯୋଗ ଦେଉନାହିଁ, ଅଥଚ କଂଗ୍ରେସ ସେମାନଙ୍କଠାରୁ ଦଳ ପାଇଁ ଅନୁଗତ ଆଶା କରୁଛି । ଏସବୁ ସମ୍ପ୍ରଦାୟର ଯେଉଁ କିଛି ନେତା ଦଳରେ ଆଗକୁ ଆସିଛନ୍ତି ସେମାନଙ୍କର ପକ୍ଷ ଛେଦନ କରାଯାଇଛି । ବିହାର ନିର୍ବାଚନ ରାଜନୀତି ଇତିହାସରେ ମୁଖ୍ୟମନ୍ତ୍ରୀ ଦୁର୍ଗା ପ୍ରସାଦ ରାୟ ଏବଂ କର୍ପୁରୀ ଠାକୁର ହେଉଛନ୍ତି ଏହାର ଜ୍ବଳନ୍ତ ଉଦାହରଣ । ପଛୁଆ ଜାତିର ନେତା କିପରି ଭାବେ ସବର୍ଣ୍ଣ ଜାତିର ଶିକାର ହୋଇଛନ୍ତି ତାହା ଏହି ଦୁଇ ନେତାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଥିଲା ।

ବିହାରରେ ଜାତିଗତ ଆଧାରରେ ଧ୍ରୁବୀକରଣ ହେଉଥିବାରୁ ନିର୍ବାଚନ ପ୍ରକ୍ରିୟାରେ ଲୋକଙ୍କ ଯୋଗଦାନ ବଢିବାରେ ଲାଗିଛି । ସବର୍ଣ୍ଣ ସମ୍ପ୍ରଦାୟ ରାଜନୀତିରୁ ସବୁଠାରୁ ଅଧିକ ଫାଇଦା ପାଇଛି କଂଗ୍ରେସ, କିନ୍ତୁ ସବର୍ଣ୍ଣଙ୍କ ମଧ୍ୟରେ ଭୋଟ ହାର କମ୍ ରହୁଛି । ଗୋଟିଏ ପରେ ଗୋଟିଏ ନିର୍ବାଚନରେ ରାଜ୍ୟରେ କଂଗ୍ରେସର ପ୍ରଭାବ କମିବାରେ ଲାଗିଛି । ହେଲେ ଜାତିଗତ ଆଧାରରେ ଧ୍ରବିକରଣ ବଢୁଥିବାରୁ କ୍ରମଶଃ ନିର୍ବାଚନରେ ଅଧିକ ସଂଖ୍ୟାରେ ଲୋକ ସାମିଲ ହେଉଛନ୍ତି ଏବଂ ପ୍ରତିଦ୍ବନ୍ଦ୍ବିତା କରୁଥିବା ପ୍ରାର୍ଥୀଙ୍କ ସଂଖ୍ୟା ରାଜ୍ୟରେ ଥରକୁ ଥର ବଢ଼ିବାରେ ଲାଗିଛି ।

ଆମେ ଯଦି ସଂଖ୍ୟାକୁ ଆକଳନ କରିବା ତେବେ ରାଜ୍ୟ ବିଧାନସଭା ନିର୍ବାଚନରେ ବିଭାଜିତ ଜନାଦେଶ ଦେଖିବାକୁ ମିଳୁଛି । ପ୍ରକୃତରେ ଏହା ଆବଶ୍ୟକ, କାରଣ ଭାରତର ସବୁଠାରୁ ପଛୁଆ ରାଜ୍ୟ ବିହାରରେ କ୍ଷମତାକୁ ଆସିଥିବା ଏକକ ସଂଖ୍ୟାଗରିଷ୍ଠ ଦଳ ସର୍ବଦା ଲୋକଙ୍କୁ ଶୋଷଣ କରି ଆସିଛି ।

ନିର୍ବାଚନ ସମ୍ପର୍କିତ କିଛି ତଥ୍ୟ

  • 1954ରେ ମୋଟ ପ୍ରାର୍ଥୀଙ୍କ ସଂଖ୍ୟା ଥିଲା 1594
  • 1952ରେ ଭୋଟଦାନ ହାର ଥିଲା 39.7 ପ୍ରତିଶତ
  • 1985ରେ ମୋଟ ପ୍ରାର୍ଥୀସଂଖ୍ୟା ଥିଲା 4237
  • ଭୋଟଦାନ ହାର ଥିଲା 56.3 ପ୍ରତିଶତ
  • 1990ରେ ମୋଟ ପ୍ରାର୍ଥୀ ଥିଲେ 6629
  • 1990ରେ ଭୋଟଦାନ ହାର ଥିଲା 60 ପ୍ରତିଶତ
  • 1995ରେ ମୋଟ ପ୍ରାର୍ଥୀ ଥିଲେ 8410
  • ଭୋଟଦାନ ହାର ଥିଲା 61 ପ୍ରତିଶତ

- ବିଲାଲ ଭଟ୍ଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.