ପାଟନା: ବିହାର ନିର୍ବାଚନକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରିୟ ଅଧ୍ୟକ୍ଷ ଜେପି ନଡ୍ଡା ଗୁରୁବାର ଠାରୁ ଦୁଇ ଦିନିଆ ଗସ୍ତରେ ବିହାର ଯାଉଛନ୍ତି। ଜେପି ନଡ୍ଡା 15 ଅକ୍ଟୋବର 2020 ରେ ବିକ୍ରମଗଞ୍ଜ, କାରାକାଟ ଏବଂ ଗୋହରେ ସାଧାରଣ ସଭାକୁ ସମ୍ବୋଧିତ କରିବେ। 16 ଅକ୍ଟୋବର 2020 ରେ ସେ ବାରହାଟ ଏବଂ ହିସୁଆରେ ଏକ ସମାବେଶରେ ଯୋଗ ଦେବେ ।
ଗୁରୁବାର ଦିନ 12ଟା 30 ମିନିଟରେ କାରାକାଟର ସରକାରୀ ଇଣ୍ଟର କଲେଜ ଗ୍ରାଉଣ୍ଡରେ ବିଜେପି ରାଷ୍ଟ୍ରିୟ ଅଧ୍ୟକ୍ଷ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ। ଏହା ପରେ ସେ ଦିନ 2ଟା30ମିନିଟରେ ଗୋହର ଗାନ୍ଧୀ ମୈଦାନରେ ଏକ ବିଶାଳ ଜନସଭାକୁ ସମ୍ବୋଧିତ କରିବେ। ସେ ଅପରାହ୍ନ 4ଟା30 ମିନିଟରେ ଗୋପାଲ୍ ନାରାୟଣ ସିଂ ବିଶ୍ବବିଦ୍ୟାଳୟରେ ଏନଡିଏର ବୈଠକକୁ ସମ୍ବୋଧିତ କରିବେ। ଏହି ବୈଠକରେ ଜିଲ୍ଲା ବିଜେପି ସଭାପତି, ଜିଲ୍ଲା ବିଜେପି ଇନ୍-ଚାର୍ଜ, ସାଂସଦ, ବିଧାନସଭା ପ୍ରାର୍ଥୀ, ବିଧାନସଭା ଇନ୍-ଚାର୍ଜ, ବିଧାନସଭା ସଂଯୋଜକ, ବିଧାନସଭା ପ୍ରବାସୀ, ଜିଲ୍ଲା ଅଧିକାରୀ ଏବଂ ଏନଡିଏ ନିର୍ବାଚନମଣ୍ଡଳୀର ସମସ୍ତ 5 ଜଣ ସାମିଲ ହେବେ ।
ଜେପି ନଡ୍ଡା ଶୁକ୍ରବାର ଦିନ 12 ଟା 30ମିନିଟରେ ବାଙ୍କାର ବାରାହାଟର ଭୈଡା ମୋଡ ମଇଦାନରେ ଆୟୋଜିତ ଏକ ବିଶାଳ ସମାବେଶକୁ ସମ୍ବୋଧିତ କରିବେ। ଏହାପରେ ଅପରାହ୍ନ 3 ଟା ସମୟରେ ସେ ହିସୁଆ ଇଣ୍ଟର ସ୍କୁଲ ପରିସରରେ ଆୟୋଜିତ ଏକ ସାଧାରଣ ସଭାରେ ସମ୍ବୋଧିତ କରିବେ । ଅନ୍ୟପକ୍ଷେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ଗୁରୁବାର ସାଧାରଣ ସଭାକୁ ସମ୍ବୋଧିତ କରିବାକୁ ଯାଉଛନ୍ତି। ନୀତୀଶ କୁମାର ଦିନ 12ଟା40ମିନିଟରେ ଲଖୀସରାୟରେ ଏବଂ ଅପରାହ୍ନ 2 ଟାରେ ଶେଖପୁରାରେ ସାଧାରଣ ସଭାକୁ ସମ୍ବୋଧିତ କରିବେ। ଦେବେନ୍ଦ୍ର ଫଡନାଭିସ୍ ମଧ୍ୟାହ୍ନ 12 ଟାରେ ସୀତାମଢୀରେ ହେବାକୁ ଥିବା ରାଲିକୁ ସମ୍ବୋଧିତ କରିବେ ।