ETV Bharat / bharat

ବିହାର ନିର୍ବାଚନ: LJP ଜାରି କଲା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚିରାଗଙ୍କ ଟାର୍ଗେଟରେ JDU - ବିହାର ନିର୍ବାଚନ

ଏଲଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଜାରି କରିଛି । 42 ଜଣଙ୍କ ନାଁ ସାମିଲ । ଅଧିକ ପଢନ୍ତୁ...

ବିହାର ନିର୍ବାଚନ: LJP ଜାରି କଲା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା, ଚିରାଗଙ୍କ ଟାର୍ଗେଟରେ JDU

author img

By

Published : Oct 8, 2020, 9:05 PM IST

ପାଟନା: ବିହାର ବିଧାନସଭା ନିର୍ବାଚନ ପାଇଁ ଏନଡିଏ ଓ ବିରୋଧୀ ଆରଜେଡି ନିଜ ନିଜର ପ୍ରାର୍ଥୀ ତାଲିକା ଜାରି କରିସାରିଥିବାବେଳେ ଏନଡିଏରୁ ଅଲଗା ହୋଇଥିବା ଏଲଜେପି ମଧ୍ୟ ଜାରି କରିଛି ନିଜର ପ୍ରାର୍ଥୀ ତାଲିକା । ଏଲଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ 42 ଜଣଙ୍କ ନାଁ ସାମିଲ ଅଛି ।

ନିକଟରେ ପଦ୍ମ ଛାଡି ଏଲଜେପିର ହାତ ଧରିଥିବା ରାମେଶ୍ବର ଚୌରସିୟା, ଉଷା ବିଦ୍ୟାର୍ଥୀ ଓ ରାଜେନ୍ଦ୍ର ସିଂହଙ୍କୁ ଟିକଟ ଦେଇଛି ଦଳ । ସାସାରାମରୁ ରାମେଶ୍ବରମ ଚୌରସିୟା, ପାଲିଗଞ୍ଜରୁ ଉଷା ବିଦ୍ୟାର୍ଥୀ ଏବଂ ଦିନାରାରୁ ରାଜେନ୍ଦ୍ର ସିଂହ ନିର୍ବାଚନ ଲଢିବେ ।

ଟିକଟ ଘୋଷଣା ଅବସରରେ ଜେଡିୟୁକୁ ଟାର୍ଗେଟ କରିଛନ୍ତି ଦଳର ସୁପ୍ରିମୋ ଚିରାଗ ପାସୱାନ । ସେ କହିଛନ୍ତି, ଜେଡିୟୁକୁ ଭୋଟ ଦେବାର ଅର୍ଥ ବିହାରକୁ ନଷ୍ଟ କରିବା । ତେବେ ବିହାର ଭବିଷ୍ୟତ ପାଇଁ ସମସ୍ତ ଏଲଜେପି ପ୍ରାର୍ଥୀଙ୍କ ବିଜୟ ଜରୁରୀ ବୋଲି କହିଛନ୍ତି ଚିରାଗ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.