ETV Bharat / bharat

ବିହାର ଉପମୁଖ୍ୟମନ୍ତ୍ରୀଙ୍କୁ କୋରୋନା, ପାଟନା ଏମ୍ସରେ ଭର୍ତ୍ତି - ବିହାର ଉପମୁଖ୍ୟମନ୍ତ୍ରୀ

ବିଜେପିକୁ ଝଟକା ଦେବା ପରି ଏକ ଖବର ସାମ୍ନାକୁ ଆସିଛି । ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି କୋରୋନାରେ ହୋଇଛନ୍ତି ଆକ୍ରାନ୍ତ । ଅଧିକ ପଢନ୍ତୁ...

ବିହାର ଉପମୁଖ୍ୟମନ୍ତ୍ରୀଙ୍କୁ କୋରୋନା, ପାଟନା ଏମ୍ସରେ ଭର୍ତ୍ତି

author img

By

Published : Oct 22, 2020, 4:01 PM IST

ପାଟନା: ବିହାର ବିଧାନସଭାକୁ ଆଉ ମାତ୍ର ଅଳ୍ପ କେଇଦିନ ବାକି ରହିଛି । ଜୋରସୋରରେ ଚାଲିଛି ପ୍ରଚାର ଅଭିଯାନ । ଏହାରି ମଧ୍ୟରେ ବିଜେପିକୁ ଝଟକା ଦେବା ପରି ଏକ ଖବର ସାମ୍ନାକୁ ଆସିଛି । ବିହାରର ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦି କୋରୋନାରେ ହୋଇଛନ୍ତି ଆକ୍ରାନ୍ତ । ଏନେଇ ସୁଶୀଲ ନିଜେ ଟ୍ବିଟ କରି ଦେଇଛନ୍ତି ସୂଚନା ।

ବିହାର ଉପମୁଖ୍ୟମନ୍ତ୍ରୀଙ୍କୁ କୋରୋନା, ପାଟନା ଏମ୍ସରେ ଭର୍ତ୍ତି
ବିହାର ଉପମୁଖ୍ୟମନ୍ତ୍ରୀଙ୍କୁ କୋରୋନା, ପାଟନା ଏମ୍ସରେ ଭର୍ତ୍ତି

କୋରୋନା ପଜିଟିଭ ଚିହ୍ନଟ ହେବା ପରେ ଉପମୁଖ୍ୟମନ୍ତ୍ରୀ ସୁଶୀଲ ମୋଦିଙ୍କୁ ପାଟନାର ଏମ୍ସରେ ଭର୍ତ୍ତି କରାଯାଇଛି । ସୁଶୀଲ ମୋଦି ଟ୍ବିଟ କରି ଲେଖିଛନ୍ତି, ମୁଁ କୋରୋନାରେ ସଂକ୍ରମିତ ହୋଇଛି । ସେ ସୁସ୍ଥ ଥିବାବେଳେ ତାଙ୍କ ଶରୀରର ତାପମାତ୍ରା ଅଧିକ ରହିଛି । ଏନେଇ ଏମ୍ସରେ ଭର୍ତ୍ତି ହୋଇଛି । ତେବେ ଖୁବ ଶୀଘ୍ର ସୁସ୍ଥ ହୋଇ ପ୍ରଚାରରେ ସାମିଲ ହେବେ ବୋଲି ଲେଖିଛନ୍ତି ମୋଦି ।

ସୁଶୀଲ ମୋଦିଙ୍କ ପୂର୍ବରୁ ବିହାରରେ ଅନେକ ନେତା କୋରୋନାରେ ସଂକ୍ରମିତ ହୋଇସାରିଛନ୍ତି । କିଛିଦିନ ପୂର୍ବରୁ ବିଜେପି ମୁଖପାତ୍ର ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶାହନୱାଜ ହୁସେନ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏହାପରେ ରାଜୀବ ପ୍ରତାପ ରୁଡୀ, ମଙ୍ଗଲ ପାଣ୍ଡେ ହୋମ କ୍ବାରେଣ୍ଟାଇନରେ ଯାଇଥିଲେ ।

ବିହାରର ପ୍ରଥମ ପର୍ଯ୍ୟାୟ ମତଦାନକୁ ଆଉ ସପ୍ତାହେ ବାକି ରହିଛି । 21 ଅକ୍ଟୋବରରେ ମତଦାନ ହେବ । ଏପରିସ୍ଥିତିରେ ଏହା ବିଜେପି ପାଇଁ ଏକ ବଡ ଝଟକା କୁହାଯାଇପାରେ, କାରଣ କ୍ରମାଗତ ଭାବରେ ଅନେକ ନେତା କ୍ବାରେଣ୍ଟାଇନରେ ଯାଉଛନ୍ତି । ଏହା ବିଜେପିର ପ୍ରଚାର ଅଭିଯାନ ଉପରେ ବେଶ ପ୍ରଭାବ ପକାଇପାରେ ବୋଲି ଅନୁମାନ କରାଯାଉଛି ।

ବିହାର ନିର୍ବାଚନକୁ ନେଇ ନିଜର ଘୋଷଣାପତ୍ର ଜାରି କରିଛି । ଏଥିରେ ଅନେକ ପ୍ରତିଶୃତି ଦେଇଛି ଦଳ । ତେବେ ଆସନ୍ତା ଶୁକ୍ରବାର ଠାରୁ ବିହାର ନୀର୍ବାଚନୀ ମୈଦାନକୁ ଓହ୍ଲାଇ ପ୍ରଚାରର ମଙ୍ଗ ଧରିବେ ପ୍ରଧାନମନ୍ତ୍ରୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.