ପାଟନା : ଭୋପାଳ ଲୋକସଭା ପ୍ରୀର୍ଥୀ ପ୍ରଜ୍ଞା ସିଂ ଠାକୁର ନାଥୁରାମ ଗଡ଼ସେଙ୍କୁ ଦେଶଭକ୍ତ କହି ବିବାଦୀୟ ହୋଇପଡ଼ିଛନ୍ତି । ବିଜେପି ପ୍ରଜ୍ଞାଙ୍କ ସର୍ମଥନରୁ ମୁହଁ ଫେରାଇଥିବା ବେଳେ ଦଳ ତାଙ୍କ ବୟାନକୁ ନିନ୍ଦା କରିଛି । ରବିବାର ବିହାର ମୁଖ୍ୟମନ୍ତ୍ରୀ ତଥା ଏନଡ଼ିଏ ନେତା ନୀତିଶ କୁମାର ମଧ୍ୟ ସାଧ୍ବୀଙ୍କ ବୟାନଙ୍କୁ ନିନ୍ଦନୀୟ ବୋଲି କହିଛନ୍ତି ।
ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ଭୋଟ ଦେବାପରେ ସାମ୍ବାଦିକମାନଙ୍କ ପ୍ରଶ୍ନରେ ନୀତିଶ୍ କହିଛନ୍ତି ' ପ୍ରଜ୍ଞାଙ୍କ ଉପରେ ଦଳ କଣ ନିଷ୍ପତ୍ତି ନେବ, ତାହା ଦଳର ଅନ୍ତଃରୀଣ ବ୍ୟାପାର । କିନ୍ତୁ ନାଥୁରାମଙ୍କୁ ଦେଶଭକ୍ତ କହିବା ମୋ ପାଇଁ ଅତ୍ୟନ୍ତ ନିନ୍ଦନୀୟ ଘଟଣା । ଭୋପାଳରେ ନିର୍ବାଚନ ପ୍ରଚାର କରୁଥିବା ସମୟରେ ଏକ ନିର୍ଦ୍ଧିଷ୍ଟ ଖବର ସରାବରହ ସଂସ୍ଥାକୁ ସାକ୍ଷାତକାରରେ ନାଥୁରାମଙ୍କୁ ଦେଶଭକ୍ତ କହି ବାଦୀୟ ହୋଇପଡିଛନ୍ତି ସାଧ୍ବୀ ।
ଚଳିତ ନିର୍ବାଚନରେ କିନ୍ତୁ ବିଜେପି ହିଁ ଦେଶରେ ସରକାର ଗଠନ କରିବ ଏବଂ ଜେଡିୟୁ ନିଶ୍ଚିତ ଏନଡିଏ ସର୍ମଥନରେ ରହିବ ବୋଲି ସେ କହିଛନ୍ତି । ନିଜ ନିର୍ବାଚନ ମଣ୍ଡଳୀର ବୁଥ ନମ୍ବର 326 ରେ ପୁତ୍ର ନିଶାନ୍ତ କୁମାରଙ୍କ ସହ ଭୋଟ ଦେବା ଅବସରରେ ଏପରି କହିଥିଲେ ନୀତିଶ ।