ପାଟନା: ବିହାରରେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ବିହାର ବିଜେପି ବର୍ତ୍ତମାନ କୋରୋନାର ଶିକାର ହୋଇଛି। ବିହାର ବିଜେପି କାର୍ଯ୍ୟାଳୟର କର୍ମଚାରୀଙ୍କ ସମେତ 75 ନେତା କୋରୋନା ପଜିଟିଭ୍ ଥିବା ଜଣାପଡିଛି । ସୋମବାର ପ୍ରାୟ 100 ନେତାଙ୍କ ପରୀକ୍ଷା କରାଯାଇଥିଲା। ଏହା ପରେ ବିଜେପି କାର୍ଯ୍ୟାଳୟକୁ ସାନିଟାଇଜ୍ କରିବା କାର୍ଯ୍ୟ ଚାଲିଛି।
ବିହାରରେ ମୋଟ ରୋଗୀଙ୍କ ସଂଖ୍ୟା ପ୍ରାୟ 18 ହଜାର । କୋରୋନା କାରଣରୁ ଏପର୍ଯ୍ୟନ୍ତ 160 ଜଣଙ୍କର ମୃତ୍ୟୁ ଘଟିଛି। ଏହାସହ 12 ହଜାର 317 ଲୋକ ସୁସ୍ଥ ହୋଇସାରିଛନ୍ତି। ରାଜ୍ୟରେ ସକ୍ରିୟ ମାମଲା ସଂଖ୍ୟା 5482 ଅଟେ।