ETV Bharat / bharat

ତିନୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ବିହାର ବିଧାନସଭା ନିର୍ବାଚନ

author img

By

Published : Sep 25, 2020, 1:21 PM IST

Updated : Sep 25, 2020, 2:24 PM IST

ବାଜିଲା ବିହାର ବିଧାନସଭା ନିର୍ବାଚନୀ ବିଗୁଲ । 234 ଆସନ ବିଶିଷ୍ଟ ବିଧାନସଭାରେ ହେବ ନିର୍ବାଚନ । କୋରୋନା କାଳରେ ଦେଶର ପ୍ରଥମ ନିର୍ବାଚନ ଅନୁଷ୍ଠିତ ହେବ । ଏନେଇ ଆଜି ନିର୍ବାଚନ ଆୟୋଗର ମୁଖ୍ୟ ସୁନୀଲ ଆରୋରା ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

ବାଜିଲା ବିହାର ନିର୍ବାଚନ ବିଗୁଲ
ବାଜିଲା ବିହାର ନିର୍ବାଚନ ବିଗୁଲ

ନୂଆଦିଲ୍ଲୀ : ବିହାର ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ । ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ନିର୍ବାଚନ କମିଶନ ସୁନିଲ ଆରୋରା ବିଧିବଦ୍ଧ ସୂଚନା ଦିଆଯାଇଛି। 3ଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ନିର୍ବାଚନ । ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଅକ୍ଟୋବର 28, ଦ୍ବିତୀୟ ପର୍ଯ୍ୟାୟ ନଭେମ୍ବର 3 ଓ ନଭେମ୍ବର 7 ରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ କରାଯିବ । ନଭେମ୍ବର 10ରେ ଭୋଟ ଗଣତି କରାଯିବ ।

ବିହାରରେ ମୋଟ 7 କୋଟି 79 ଲକ୍ଷ ଭୋଟ ଦେବେ । ସେମାନଙ୍କ ମଧ୍ୟରୁ ୩ କୋଟି ୩୯ ଲକ୍ଷ ମହିଳା ଭୋଟର ରହିଛନ୍ତି । ପୁରୁଷ ଭୋଟରଙ୍କ ସଂଖ୍ୟା ୩ କୋଟି ରହିଛି । ଏହି ନିର୍ବାଚନରେ ହେବାକୁ ଥିବା ପ୍ରାର୍ଥୀ ମାନେ ଅନଲାଇନରେ ପ୍ରାର୍ଥୀପତ୍ର ଦାଖଲ କରିବେ । ପ୍ରାର୍ଥୀଙ୍କ ତଥ୍ୟ ସାର୍ବଜନୀନ ହେବ । ଏହାସହ ଭୋଟଦାନର ସମୟ 1 ଘଣ୍ଟା ବୃଦ୍ଧି କରାଯାଇଛି । ସକାଳ 7ଟାରୁ ସନ୍ଧ୍ୟା 6 ଟା ଯାଏ ମତଦାନ କରାଯିବ । ପୂର୍ବରୁ ସକାଳ 7ଟାରୁ 5 ଯାଏ ଭୋଟ ଗ୍ରହଣ କରାଯାଉଥିଲା ।

ନିର୍ବାଚନ ଶେଷ ଦିନ କ୍ବାରେଣ୍ଟିନରେ ଥିବା କୋରୋନା ଆକ୍ରାନ୍ତ ମେଡିକାଲ ଅଧିକାରୀଙ୍କ ତତ୍ତ୍ବାବଧାନରେ ମତଦାନ କେନ୍ଦ୍ରରେ ମତଦାନ ଦେଇପାରିବେ । ନିର୍ବାଚନ ପ୍ରଚାରରେ 2ଟି ଗାଡି ବ୍ୟବହାର କରାଯିବ । ପ୍ରଚାର ସମୟରେ ପ୍ରାର୍ଥୀଙ୍କୁ ମିଶାଇ କେବଳ 5ଜଣ ଘର କୁ ଘର ଯାଇପାରିବେ । ଭୋଟ ଦେବା ପୂର୍ବରୁ ବୁଥରେ ସବୁ ଭୋଟରଙ୍କ ଥର୍ମାଲ ସ୍କ୍ରିନିଂ କରାଯିବ । ସବୁ ବୁଥରେ ରାମ୍ପ, ଟଏଲେଟ୍, ବିଶ୍ରାମ ସ୍ଥଳ ନିଶ୍ଚିତ ରହିବ ।ଦିବ୍ୟାଙ୍ଗଙ୍କ ସୁବିଧା ପାଇଁ ସବୁ ବୁଥ୍ ଗ୍ରାଉଣ୍ଡ ଫ୍ଲୋରରେ ରହି

ସୋସିଆଲ ମିଡିଆର ଅପବ୍ୟବାହର କଲେ ଆଇନଅନୁଯାୟୀ ଦଣ୍ଡ ମିଳିବ । ଫେସବୁକ, ଫେକ ନ୍ୟୁଜ, ଉତ୍ତେଜନା ସୃଷ୍ଟିକାରୀ ପୋଷ୍ଟକୁ ବରଦାସ୍ତ କରାଯିବ ନାହିଁ ବୋଲି ନିର୍ବାଚନ କମିଶନର କହିଛନ୍ତି ।

ତାରିଖ ଘୋଷଣା ପୂର୍ବରୁ ନିର୍ବାଚନ ଆୟୋଗର ମୁଖ୍ୟ କହିଥିଲେ, କୋରୋନା ସଙ୍କଟ ଯୋଗୁଁ ବିଶ୍ୱର 70 ଟି ଦେଶରେ ନିର୍ବାଚନ ସ୍ଥଗିତ ରଖାଯାଇଛି। କୋରୋନା ସଙ୍କଟ ମଧ୍ୟରେ ବିହାର ଏବଂ ଉପ-ନିର୍ବାଚନକୁ ନେଇ କ୍ରମାଗତ ଚର୍ଚ୍ଚା ଚାଲିଥିଲା। ବିହାର ନିର୍ବାଚନ ଦେଶର ବୃହତ୍ତମ ରାଜ୍ୟ ହୋଇଥିବାବେଳେ କୋରୋନା ସମୟର ଏହି ନିର୍ବାଚନ ସବୁଠାରୁ ବଡ ନିର୍ବାଚନ ହେବ । ଗୋଟିଏ ବୁଥରେ ସର୍ବାଧିକ ୧ ହଜାର ଭୋଟର ଭୋଟ ଦେଇପାରିବେ । ନିର୍ବାଚନରେ ୪୬ ଲକ୍ଷ ମାସ୍କ ବ୍ୟବହାର କରାଯିବ । ୭ ଲକ୍ଷ ସାନିଟାଇଜର ଓ ୬ ଲକ୍ଷ ପିପିଇ କିଟ୍ ବି ବ୍ୟବହାର କରାଯିବ । 243 ସଦସ୍ୟ ବିଶିଷ୍ଚ ବିହାର ବିଧାନସଭାର କାର୍ଯ୍ୟକାଳ ନଭେମ୍ବର 29ରେ ଶେଷ ହେଉଛି ।

Last Updated : Sep 25, 2020, 2:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.