ପାଟନା: ବିହାରରେ ଗତ 24 ଘଣ୍ଟା ମଧ୍ୟରେ 6 ଟି ନୂଆ କୋରୋନା ପଜିଟିଭ ସାମ୍ନାକୁ ଆସିଛି । ଯାହା ଦ୍ବାରା ରାଜ୍ୟରେ କୋରୋନା ପଜିଟିଭ ସଂଖ୍ୟାକୁ 38କୁ ବୃଦ୍ଧି ପାଇଛି । ତେବେ ଏହା ବାଦ ରାଜ୍ୟରେ 15 ଜଣ ଆକ୍ରାନ୍ତ ମଧ୍ୟ ଚିକିତ୍ସା ପରେ ଆରୋଗ୍ୟ ଲାଭ କରିଛନ୍ତି । ସେମାନଙ୍କୁ ଡାକ୍ତରଖାନାରୁ ଡିସଚାର୍ଜ ମଧ୍ୟ କରାଯାଇଛି ।
ବିହାର ସ୍ୱାସ୍ଥ୍ୟ ବିଭାଗର ମୁଖ୍ୟ ସଚିବ ସଞ୍ଜୟ କୁମାର କହିଛନ୍ତି ଯେ, ଗତ 24 ଘଣ୍ଟା ମଧ୍ୟରେ ରିପୋର୍ଟ ହୋଇଥିବା ନୂଆ ମାମଲା ମଧ୍ୟରୁ 4 ଜଣ ସିୱାନରୁ ଏବଂ ଦୁଇଟି ବେଗୁସରାଇ ଜିଲ୍ଲାର। ଅଟନ୍ତି । ସେ କହିଛନ୍ତି ଯେ, ସିୱାନରେ ରହୁଥିବା 45 ଏବଂ 22 ବର୍ଷ ବୟସ୍କ ଦୁଇଜଣ ମହିଳାଙ୍କ ନିକଟରେ କୋରୋନା ପଜିଟିଭ ଦେଖାଦେଇଛି । ଏମାନେ ମାର୍ଚ୍ଚ 21ରେ ମଧ୍ୟ ପୂର୍ବରୁ ଫେରିଥିବା ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିଲେ।
ଏହା ବ୍ୟତୀତ ସିୱାନରେ 20 ବର୍ଷର ବାଳିକା ଏବଂ ଉକ୍ତ ପରିବାରର 26 ବର୍ଷର ଆଉ ଜଣେ ବାଳିକା ମଧ୍ୟ କୋରୋନା ପଜିଟିଭ୍ ବୋଲି ଜଣାପଡିଛି। ଗତ 24 ଘଣ୍ଟା ମଧ୍ୟରେ ବେଗୁସରାଇରେ 2 ଜଣ ଯୁବକ ମଧ୍ୟ କୋରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ତାଙ୍କର 'ଭ୍ରମଣ ଇତିହାସ' ଏପର୍ଯ୍ୟନ୍ତ ରିପୋର୍ଟ ହୋଇନାହିଁ।
@IANS