ପାଟନା: ରାଜ୍ୟରେ କାୟା ମେଲୁଛି କୋରୋନା । ଦିନକୁ ଦିନ କୋରୋନା ମାମଲା ବୃଦ୍ଧି ପାଉଥିବା ବେଳେ ରାଜ୍ୟପାଳଙ୍କ କାର୍ଯ୍ୟାଳୟରେ ପଶିଛି କୋରୋନା । ରାଜ୍ୟପାଳଙ୍କ କାର୍ଯ୍ୟାଳୟର 20ଜଣ କର୍ମଚାରୀ କୋରୋନା ଆକ୍ରାନ୍ତ ହୋଇଛନ୍ତି ।
ବୁଧବାର ରାଜ୍ୟର ବିଜେପି ସଭାପତି ଡ. ସଞ୍ଜୟ ଜୈଶୱାଲ କୋରୋନା ଆକ୍ରାନ୍ତ ହୋଇଥିବାବେଳେ ତାଙ୍କ ପତ୍ନୀ ମଞ୍ଜୁ ଚୌଧୁରୀ ଏବଂ ମା ମଧ୍ୟ କୋରୋନା ଆକ୍ରାନ୍ତ ହୋଇଛନ୍ତି । କୋରୋନା ପଜିଟିଭ ହେବା ପରେ ସେ ହୋମ କ୍ବାରେଣ୍ଟିନରେ ଥିବା ଜଣାପଡିଛି । ସେହିପରି ମଙ୍ଗଳବାର 75 ଜଣ ବିଜେପିର ବରିଷ୍ଠ ନେତାଙ୍କ ସମେତ କର୍ମୀ କୋରୋନା ଆକ୍ରାନ୍ତ ହୋଇଛନ୍ତି । ଆସନ୍ତା ଅକ୍ଟୋବରରେ ବିହାରରେ ନିର୍ବାଚନ ଥିବା ବେଳେ ଧିରେ ଧିରେ ନେତା କର୍ମୀ କୋରୋନାରେ ଆକ୍ରାନ୍ତ ହେବା ଦଳ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।
@ANI