ETV Bharat / bharat

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ପୁନରୁଦ୍ଧାର ଜରୁରୀ

author img

By

Published : Jun 25, 2020, 4:13 PM IST

ଦେଶର ଆର୍ଥିକ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡିକ ପାଇଁ କୌଣସି ବ୍ୟବସ୍ଥିତ ସରକାରୀ ସହାୟତା ନାହିଁ ବୋଲି ଭାରତୀୟ ଶିଳ୍ପ ମହାସଂଘ ସିଆଇଆଇର ତାଜା ରିପୋର୍ଟରେ କୁହାଯାଇଛି । ଅଧିକ ପଢନ୍ତୁ...

ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ପୁନରୁଦ୍ଧାର ଜରୁରୀ
ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପର ପୁନରୁଦ୍ଧାର ଜରୁରୀ

ଜାତୀୟ ଅର୍ଥନୀତିର ଅଭିବୃଦ୍ଧି ପାଇଁ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ( ଏମଏସଏମଇ )ର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ସୀମିତ ପୁଞ୍ଜି ଖଟାଇ ଆତ୍ମ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ବିଭିନ୍ନ ପ୍ରକାର ଖାଉଟି ଜିନିଷ ଉତ୍ପାଦନ କରିଥାନ୍ତି ଏସବୁଶିଳ୍ପ । ଏମଏସଏମଇ ଗୁଡିକ ତିଷ୍ଠିବା ପାଇଁ ସଂଘର୍ଷ କରୁଛନ୍ତି ବୋଲି ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ କହିଥିଲେ । ଏବେ ବି ଏମଏସଏମଇ ଗୁଡିକର ସ୍ଥିତିରେ କୌଣସି ପରିବର୍ତ୍ତନ ନାହିଁ । କୋରୋନା ମହାମାରୀ ଯୋଗୁଁ କିଛି ବର୍ଷ ହେଲା ସଂଘର୍ଷ କରିଆସୁଥିବା କ୍ଷୁଦ୍ର ଶିଳ୍ପଗୁଡିକର ଅବସ୍ଥା ଆହୁରି ଖରାପ ହୋଇଛି ।ଆନ୍ତର୍ଜାତିକ ରେଟିଂ ଏଜେନ୍ସି ମୁଡିଜ ଅନୁସାରେ, ନିକଟରେ କେନ୍ଦ୍ର ସରକାର ଘୋଷଣା କରିଥିବା ସ୍ୱତନ୍ତ୍ର ପ୍ରୋତ୍ସାହନ ପ୍ୟାକେଜ ବି ଏମଏସଏମଇଗୁଡିକୁ ଆଶ୍ୱସ୍ତି ଦେଇପାରିନାହିଁ । ଏ ଦୃଷ୍ଟିରୁ ତୁରନ୍ତ କିଛି ଠୋସ ପଦକ୍ଷେପର ଆବଶ୍ୟକତା ରହିଛି । ଦେଶର ଆର୍ଥିକ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରୁଥିବା କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡିକ ପାଇଁ କୌଣସି ବ୍ୟବସ୍ଥିତ ସରକାରୀ ସହାୟତା ନାହିଁ ବୋଲି ଭାରତୀୟ ଶିଳ୍ପ ମହାସଂଘ ସିଆଇଆଇର ତାଜା ରିପୋର୍ଟରେ କୁହାଯାଇଛି ।

ରୁଗ୍‌ଣ ଅବସ୍ଥାରୁ ମୁକୁଳିବା ପାଇଁ ଏମଏସଏମଇ ଗୁଡିକୁ ତିନି ବର୍ଷ ପାଇଁ ସବୁ ନିୟନ୍ତ୍ରଣରୁ ମୁକ୍ତି ଦେବା ଦରକାର ବୋଲି ସିଆଇଆଇ ମୁଖ୍ୟ ସୁପାରିଶକରିଛନ୍ତି । ‘ଆତ୍ମନିର୍ଭର ଅଭିଯାନ’ ପ୍ୟାକେଜ ଘୋଷଣାର ୬ ସପ୍ତାହ ପରେ ମଧ୍ୟ ପ୍ରକୃତ ଋଣ ବିତରଣ ଠିକ ଭାବେ ହୋଇପାରିନାହିଁ । ଧାଯ୍ୟ ର ଲକ୍ଷ୍ୟର ମାତ୍ର ୮ ପ୍ରତିଶତ ଋଣ ହିଁ ବିତରଣ ହୋଇପାରିଛି ନିୟମିତ ପରିଚାଳନା ପାଇଁ ପାଣ୍ଠିର ଅଭାବ ସହ କଞ୍ଚାମାଲ ଓ କୁଶଲ ଶ୍ରମିକଙ୍କ ଅଭାବ କ୍ଷୁଦ୍ର ଶିଳ୍ପକୁ ରୁଗଣ କରିଦେଇଛି । ଏହି ଶିଳ୍ପଗୁଡିକର ପୁନରୁଦ୍ଧାର ପାଇଁ ସରକାର ତୁରନ୍ତ ପଦକ୍ଷେପ ନେବା ଜରୁରୀହୋଇପଡିଛି । ପରିସଂଖ୍ୟନ ଅନୁସାରେ ଦେଶର ଅଣସଂଗଠିତ କ୍ଷେତ୍ରରେ କରୁଥିବା ପ୍ରାୟ ୪୫ କୋଟି ( ୯୦ ପ୍ରତିଶତ ) ଲୋକ ନିୟୋଜିତ ଅଛନ୍ତି । ଆଉ ଏଥିରୁ ୪୦ ପ୍ରତିଶତ କ୍ଷୁଦ୍ର ଶିଳ୍ପ ବା ଲଘୁ ଉଦ୍ୟୋଗରେ କାମ କରନ୍ତି । ଦେଶର ଜିଡିପିରରେ କ୍ଷୁଦ୍ର ଶିଳ୍ପଗୁଡିକର ଭାଗ ହେଉଛି ୩୦ ପ୍ରତିଶତ ପାଖାପାଖି ୪୦ ପ୍ରତିଶତ ରପ୍ତାନିରୁ ବି ଆୟ ହୁଏ । ଏଥିରୁ ସ୍ପଷ୍ଟ ଯେ, ଦେଶର ଅର୍ଥନୀତିରେ ଏମଏସଏମଇ ଗୁଜିକର କେତେ ଗୁରୁତ୍ୱ ରହିଛି ।

ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର କୋରୋନା ମହାମାରୀ ପାଇଁ ରସାତଳଗାମୀ ହେଲାଣି । ସଂକଟରୁ ମୁକୁଳିବା ପାଇଁ ଉପଯୁକ୍ତ ପୁଞ୍ଜି ନିବେଶ ନିତାନ୍ତ ଜରୁରୀ । ତିଷ୍ଠି ରହିବା ପାଇଁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପଗୁଡିକର ଦାବି ଆଦୌ ଅମୂଳକ ନୁହେଁ । କର୍ମଚାରୀଙ୍କୁ ଦରମା ଦେବାରେ ଅସମର୍ଥ କ୍ଷୁଦ୍ର ବ୍ୟବସାୟିକ ଶିଳ୍ପଗୁଡିକ ଯୋଗ୍ୟ ଋଣର ୫୦ ପ୍ରତିଶତ ଋଣ ନିଃସର୍ତ୍ତ ଭାବେ ରିଲିଜ କରିବାକୁ ଦାବି କରିବା ସହ ବିଦ୍ୟୁତ ଦେୟ ବି ଛାଡ କରିବାକୁ କହୁଛନ୍ତି । ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ରେପୋ ରେଟ ୪ ପ୍ରତିଶତ ହ୍ରାସ କରିଥିଲା ବେଳେ ବ୍ୟାଙ୍କଗୁଡିକ କ୍ଷୁଦ୍ର ବ୍ୟବସାୟୀ ଓ କମ୍ପାନୀ ଗୁଡିକଠାରୁ ୮ରୁ ୧୪ ପ୍ରତିଶତ ସୁଧ ନେଉଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଦେଶବ୍ୟାପୀ ଜିଏସଟିର ୩୦ ପ୍ରତିଶତ କେବଳ କ୍ଷୁଦ୍ର ଶିଳ୍ପଗୁଡିକଠାରୁ ସଂଗୃହୀତ ହୋଇଥାଏ । ସିଆଇଆଇର ବାସ୍ତବବାଦୀ ସୁପାରିଶକୁ କେନ୍ଦ୍ର ସରକାର ଗ୍ରହଣ କରି ଏମଏସଏମଇଗୁଡିକର ପୁନରୁଦ୍ଧାର ପାଇଁ ବ୍ୟାପକ ପ୍ରୋତ୍ସାହନ ପ୍ୟାକେଜ ଘୋଷଣା କରିବା ଦରକାର । ପ୍ରତିକୂଳ ପରିସ୍ଥିତି ସହ ଖାପ ଖୁଆଇ ନ ପାରି ୭୦ ପ୍ରତିଶତ କ୍ଷୁଦ୍ର ଶିଳ୍ପ ୟୁନିଟ ବନ୍ଦ ହୋଇଯାଇଛି ।

ଆଧୁନିକ ଆହ୍ୱାନର ସମ୍ମୁଖୀନ ହେବା ପାଇଁ ଆବଶ୍ୟକୀୟ କଳାକୌଶଳ ଶିକ୍ଷା ଦେବା ପାଇଁ ଏକ ସ୍ୱତନ୍ତ୍ର ବିଶ୍ୱବିଦ୍ୟାଳୟ ଖୋଲିବାକୁ ପ୍ରସ୍ତାବ ମିଳିବାରେ ଲାଗିଛି । ଭାରତ ଆଗେଇବାକୁ ହେଲେ ଏମଏସଏମଇ ଗୁଡିକର ପୁନରୁଦ୍ଧାର ଜରୁରୀ କୋରୋନା ସଙ୍କଟକୁ ସୁଯୋଗରେ ପରିଣତ କରିବାକୁ ଉଦ୍ୟମ କରୁଥିବା ମୋଦି ସରକାର ଏ ଦିଗରେ ଅଧିକ ତତ୍ପରତା ଦେଖାଇବା ଦରକାର ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.