ETV Bharat / bharat

ପିଏମ କିଶାନ ଯୋଜନାରେ ୧୧୦ କୋଟି ଦୁର୍ନୀତି: ୮୦ କର୍ମଚାରୀ ବହିଷ୍କୃତ, 34 ନିଲମ୍ବିତ - ପିଏମ କିଶାନ ଯୋଜନାରେ ଦୁର୍ନୀତି

ମୋଦି ସରକାରଙ୍କ ସବୁଠାରୁ ବଡ ଯୋଜନାରେ ଦୁର୍ନୀତି ହୋଇଥିବା ମାମଲା ସାମ୍ନାକୁ ଆସିଛି । ଗରିବଙ୍କ ଲାଭ ପାଇଁ ଆରମ୍ଭ ହୋଇଥିବା ପ୍ରଧାନମନ୍ତ୍ରୀ କିଶାନ ଯୋଜନାରେ ୧୧୦ କୋଟି ଟଙ୍କାରୁ ଅଧିକ ଦୁର୍ନୀତି ହୋଇଥିବା ତାମିଲନାଡୁ ସରକାରଙ୍କ ଦ୍ୱାରା ଖୁଲାସା ହୋଇଛି । ଅଧିକ ପଢନ୍ତୁ...

ପିଏମ କିଶାନ ଯୋଜନାରେ ୧୧୦ କୋଟି ଦୁର୍ନୀତି: ୮୦ କର୍ମଚାରୀ ବହିଷ୍କୃତ, 34 ନିଲମ୍ବିତ

author img

By

Published : Sep 9, 2020, 4:53 PM IST

ଚେନ୍ନାଇ: କୃଷି ଓ କୃଷକଙ୍କୁ ସହାୟତା ପାଇଁ ସରକାର ଅନେକ ପଦକ୍ଷେପ ନେଉଛନ୍ତି । ଏସବୁ ଭିତରେ ମୋଦି ସରକାରଙ୍କ ସବୁଠାରୁ ବଡ ଯୋଜନାରେ ଦୁର୍ନୀତି ହୋଇଥିବା ମାମଲା ସାମ୍ନାକୁ ଆସିଛି । ତାମିଲନାଡୁ ସରକାର ଗରିବଙ୍କୁ ଉପକୃତ କରୁଥିବା ପ୍ରଧାନମନ୍ତ୍ରୀ କିସାନ ଯୋଜନାରେ ଏକ ବଡ଼ ଦୁର୍ନୀତର ଖୁଲାସା କରିଛନ୍ତି। ତାମିଲନାଡୁ ସରକାର ଜାଣିବାକୁ ପାଇଛନ୍ତି ଯେ ଅନଲାଇନରେ 110 କୋଟିରୁ ଅଧିକ ଟଙ୍କାର ଠକେଇ ହୋଇଛି। ତେବେ କିଛି ସରକାରୀ କର୍ମଚାରୀ ଏବଂ ସ୍ଥାନୀୟ ରାଜନେତା ଏଥିରେ ସମ୍ପୃକ୍ତି ଥିବା ସେ କହିଛନ୍ତି ।

ତାମିଲନାଡ଼ୁ ପ୍ରମୁଖ ସଚିବ ଗଗନଦୀପ ସିଂହ ଏନେଇ ସୂଚନା ଦେଇଛନ୍ତି । ଅଗଷ୍ଟରେ ନାଟକୀୟ ଢଙ୍ଗରେ କିଛି ଲୋକଙ୍କୁ ଏହି ଯୋଜନାରେ ସାମିଲ୍ କରାଯାଇଥିଲା । ଅନୁସନ୍ଧାନରୁ ଜଣାପଡିଛି ଯେ କୃଷି ବିଭାଗର ଅଧିକାରୀମାନେ ଅନଲାଇନ୍ ଆବେଦନ ଅନୁମୋଦନ ପ୍ରଣାଳୀ ବ୍ୟବହାର କରିଛନ୍ତି ଏବଂ ଅନେକ ହିତାଧିକାରୀଙ୍କୁ ବେଆଇନ ଭାବେ ସାମିଲ କରାଯାଇଥିଲା । ଏଥିରେ ନିୟୋଜିତ ଅଧିକାରୀ, ହିତାଧିକାରୀଙ୍କ ଠାରୁ ଦଲାଲଙ୍କ ଜରିଆରେ ଲଗଇନ୍ ଓ ପାସୱାର୍ଡ ପ୍ରଦାନ ବେଳେ ୨୦୦୦ ଟଙ୍କା ଦେଉଥିଲେ । ମୁଖ୍ୟ ଶାସନ ସଚିବ ଗଗନଦୀପ ସିଂ ବେଦୀ କହିଛନ୍ତି ଯେ କୃଷି ଯୋଜନା ସହ ଜଡିତ 80 ଅଧିକାରୀ ଏବଂ କର୍ମଚାରୀଙ୍କୁ ବହିଷ୍କାର କରାଯାଇଥିବା ବେଳେ 34 ଜଣ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଛି। ଚିହ୍ନଟ ହୋଇଥିବା ୧୮ ଜଣ ଦଲାଲ ବା ଏଜେଣ୍ଟଙ୍କୁ ମଧ୍ୟ ଗିରଫ କରାଯାଇଛି ।

୧୧୦ କୋଟି ଟଙ୍କାର ଘୋଟାଲା ହୋଇଥିବା ବେଳେ ସରକାର ୩୨ କୋଟି ଟଙ୍କା ଅସୁଲ କରିଛନ୍ତି । ଅବଶିଷ୍ଟ ଟଙ୍କା ଆସନ୍ତା 40 ଦିନ ମଧ୍ୟରେ ଫେରସ୍ତ କରାଯିବ ବୋଲି ତାମିଲନାଡୁ ସରକାର ଦାବି କରିଛନ୍ତି। ରାଜ୍ୟର କଲ୍ଲାକୁରଚି, ବିଲ୍ଲପୁରମ, କୁଡ୍ଡଲୋର, ତିରୁବନ୍ନମଲାଇ, ବେଲ୍ଲୋର, ରାନୀପେଟ, ସଲେମ, ଧର୍ମପୁରୀ, କୃଷ୍ଣଗିରି ଓ ଚଚେଙ୍ଗଲପେଟ ଜିଲ୍ଲାରେ ଏହି ବଡ଼ ଘୋଟାଲା ହୋଇଛି । ଅଧିକାଂଶ ନୂଆ ହିତାଧିକାରୀ ଯୋଜନା ବିଷୟରେ ଜାଣିନଥିବାରୁ ସାମିଲ୍ ହୋଇନଥିଲେ । ଅଗଷ୍ଟ ମାସର ଶେଷ ସପ୍ତାହରେ ପ୍ରଧାନମନ୍ତ୍ରୀ କିଷାନ ଯୋଜନାରେ ଅର୍ଥ ରାଶି ବଣ୍ଟନରେ ଅନିୟମିତତା ପାଇଁ କଲ୍ଲାକୁରଚିରେ ୨ ଜଣ ବରିଷ୍ଠ ଅଧିକାରୀଙ୍କୁ ନିଲମ୍ବିତ କରାଯାଇଥିଲା । ଏହି ଯୋଜନାରୁ ଅଣ କୃଷକମାନଙ୍କୁ ଟଙ୍କା ଦିଆଯାଉଥିବା ଅଭିଯୋଗ ପରେ ଏହି ଘୋଟାଲା ପ୍ରକାଶ ପାଇଛି। ଦୁଇ ବରିଷ୍ଠ ଅଧିକାରୀ ଅମୁଧା ଏବଂ ରାଜେସକରନଙ୍କ ସମେତ ଅନ୍ୟ 15 ଜଣ ସଦସ୍ୟଙ୍କୁ ନିଲମ୍ବିତ କରାଯାଇଥିଲା।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.