ETV Bharat / bharat

ଚୁକ୍ତି ଭିତ୍ତିକ କୃଷିରୁ ବଡ ବଡ କମ୍ପାନୀ ଫାଇଦା ନେବେ: ପ୍ରଫେସର ମହେନ୍ଦ୍ର ଦେବ

ନୂଆ କୃଷି ବିଲ ଉପରେ ସାରା ଦେଶରେ ଚର୍ଚ୍ଚା ହେଉଥିବାବେଳେ ଶୁଣନ୍ତୁ ଏନେଇ କଣ କହୁଛନ୍ତି ଇନ୍ଦିରା ଗାନ୍ଧି ବିକାଶ ଗବେଷଣା ପ୍ରତିଷ୍ଠାନ (IGIDR)ର ନିର୍ଦ୍ଦେଶକ ଏବଂ କୁଳପତି ପ୍ରଫେସର ମହେନ୍ଦ୍ର ଦେବ ।

ପ୍ରଫେସର ମହେନ୍ଦ୍ର ଦେବ
ପ୍ରଫେସର ମହେନ୍ଦ୍ର ଦେବ
author img

By

Published : Sep 24, 2020, 7:59 AM IST

ନୂଆଦିଲ୍ଲୀ: ବିଭିନ୍ନ କୃଷକ ସଂଗଠନ ଏବଂ ବିରୋଧୀ ଦଳ ପକ୍ଷରୁ ତୀବ୍ର ସମାଲୋଚନା ମଧ୍ୟରେ ସଂସଦର ଉଭୟ ଗୃହରେ ଗୃହୀତ ହୋଇଥିବା ଦୁଇଟି ବିବାଦୀୟ ବିଲ୍‌ - କୃଷକଙ୍କ ଉତ୍ପାଦିତ ସାମଗ୍ରୀର ବ୍ୟବସାୟ ଓ ବାଣିଜ୍ୟ (ପ୍ରସାର ଓ ସୁଯୋଗ) ବିଲ୍‌ ଏବଂ ଦରଦାମ ପ୍ରତିଶ୍ରୁତି ଓ କୃଷିକ୍ଷେତ୍ର ସେବା ସଂପର୍କିତ କୃଷକଙ୍କ (ସଶକ୍ତୀକରଣ ଏବଂ ସୁରକ୍ଷା) ବୁଝାମଣା ବିଲ୍‌, ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଆଇନରେ ଗୋଟିଏ ସଂଶୋଧନ ଯୋଗୁଁ କୃଷକଙ୍କ ରୋଜଗାର କ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ପ୍ରସଙ୍ଗ ପୁଣି ଥରେ ଆଲୋଚନା ପରିସରକୁ ଆସିଛି ।

ପ୍ରଫେସର ମହେନ୍ଦ୍ର ଦେବ

ଏହି ବିଲ୍‌ଗୁଡ଼ିକ ଯୋଗୁଁ କୃଷିଜାତ ସାମଗ୍ରୀର ଅନ୍ତଃରାଜ୍ୟ ବାଣିଜ୍ୟ ନିର୍ବିଘ୍ନରେ ସଂପାଦିତ ହେବ ଏବଂ ଏହା ଫଳରେ କୃଷକମାନେ ସେମାନଙ୍କ ଉତ୍ପାଦର ଅଧିକ ମୂଲ୍ୟ ପାଇପାରିବେ ବୋଲି ସରକାର କହୁଥିବା ବେଳେ ସମାଲୋଚକମାନେ ଅଭିଯୋଗ କରନ୍ତି ଯେ, ଏହି ନୂତନ ବିଲ୍‌ କେବଳ ବଡ଼ ବଡ଼ କମ୍ପାନୀ ପାଇଁ ସହାୟକ ହେବ ଏବଂ ଅଧିକାଂଶ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଅସୁବିଧାରେ ପଡ଼ିବେ ।

ଏହି ପୃଷ୍ଠଭୂମିରେ କୃଷି ବିଲ୍‌ ସଂପର୍କରେ ଇନ୍ଦିରା ଗାନ୍ଧି ବିକାଶ ଗବେଷଣା ପ୍ରତିଷ୍ଠାନ (IGIDR)ର ନିର୍ଦ୍ଦେଶକ ଏବଂ କୁଳପତି ପ୍ରଫେସର ମହେନ୍ଦ୍ର ଦେବଙ୍କ ସହ ଇଟିଭି ଭାରତ ବାର୍ତ୍ତାଳାପ କରିଥିଲା । ପୂର୍ବରୁ, କୃଷିଜାତ ଦ୍ରବ୍ୟ ସମୂହର ନ୍ୟୂନତମ ସମର୍ଥନ ମୂଲ୍ୟ ସଂପର୍କରେ ସରକାରଙ୍କୁ ସୁପାରିସ କରୁଥିବା କୃଷି ବ୍ୟୟ ଓ ମୂଲ୍ୟ କମିଶନ (CACP)ର ଅଧ୍ୟକ୍ଷ ରୂପେ ପ୍ରଫେସର ଦେବ ଦାୟିତ୍ବ ତୁଲାଇଥିଲେ ।

ପ୍ରଫେସର ମହେନ୍ଦ୍ର ଦେବ
ପ୍ରଫେସର ମହେନ୍ଦ୍ର ଦେବ

ସଂପାଦିତ ଉଦ୍ଧୃତାଂଶ

ବଡ଼ ବଡ଼ କମ୍ପାନୀ ସହ ଚୁକ୍ତିନାମା ସଂପାଦନ କରିବା ସମୟରେ କ୍ଷୁଦ୍ର ଚାଷୀମାନଙ୍କ ପକ୍ଷରେ ମୂଲଚାଲ କରିବା ସମ୍ଭବ ହେବ କି ? ଉଭୟ ପକ୍ଷ ପାଇଁ ସମାନ ଧରଣର ଆଲୋଚନା କ୍ଷେତ୍ର ଉପଲବ୍‌ଧ ହେବ କି ?

ଚୁକ୍ତିଭିତ୍ତିକ କୃଷି (ଆଇନ) ବଡ଼ ବଡ଼ କମ୍ପାନୀ ପାଇଁ ସହାୟକ ହେବ । ଏକଥା ଆଂଶିକ ଭାବେ ସତ୍ୟ ଯେ, ସେମାନଙ୍କ ପାଖରେ ମୂଲଚାଲ କରିବାର କ୍ଷମତା ଥିବାରୁ ଚୁକ୍ତିନାମା ସେମାନଙ୍କ ସପକ୍ଷରେ ହିଁ ରହିବ । ବିଭିନ୍ନ କୃଷକ ଉତ୍ପାଦନକାରୀ ସଂଗଠନ (FPO) ବଡ଼ ବଡ଼ କମ୍ପାନୀ ସହିତ ମୂଲଚାଲ କରି ବ୍ୟବସାୟ କରିପାରିବେ । ଚୁକ୍ତିଭିତ୍ତିକ ଚାଷ କ୍ଷେତ୍ରରେ ପରିଲକ୍ଷିତ ବିଷମତାକୁ ଏକ ବ୍ୟବସ୍ଥିତ ଢଙ୍ଗରେ ସମାନତାରେ ପରିଣତ କରିବାକୁ ହେବ ।

ବର୍ତ୍ତମାନ ସମୟରେ ଯଦି କୌଣସି ସାମଗ୍ରୀର ବଜାର ମୂଲ୍ୟ ହ୍ରାସ ପାଉଛି, ତେବେ କମ୍ପାନୀ ଚୁକ୍ତି ଉଲ୍ଲଂଘନ କରି ବାହାର ସ୍ଥାନରୁ ସାମଗ୍ରୀ କିଣୁଛି । ସେହିଭଳି ଯଦି ଦର ବଢୁଛି, ତେବେ କୃଷକମାନେ ଚୁକ୍ତିର ସର୍ତ୍ତ ପାଳନ କରୁନାହାନ୍ତି । ଏହି ଆଭିମୁଖ୍ୟ ବଦଳିବା ଉଚିତ । ବିଲ୍‌ ଅନୁସାରେ, ଯଦି କୃଷକ ଓ କମ୍ପାନୀ ମଧ୍ୟରେ କୌଣସି ବିବାଦ ଦେଖାଦିଏ, ତେବେ ଜିଲ୍ଲାପାଳମାନେ ଏହାର ସମାଧାନ କରିବା ଉଚିତ । ସେମାନଙ୍କ ମଧ୍ୟରୁ କେତେକ ଧନୀ କମ୍ପାନୀ ସପକ୍ଷରେ ରହିପାରନ୍ତି । କୃଷକମାନଙ୍କ ଶୋଷଣ ବନ୍ଦ କରିବା ଲାଗି ନିୟମ ରହିବା ଉଚିତ ।

ମଧ୍ୟସ୍ଥଙ୍କୁ ବାଦ ଦେଇ କୃଷକ ଓ କ୍ରେତାଙ୍କ ମଧ୍ୟରେ ସିଧାସଳଖ ବ୍ୟବସାୟର ସମ୍ଭାବନା ଅଛି କି ?

ବର୍ତ୍ତମାନର ଦୃଶ୍ୟପଟ୍ଟରେ କୃଷି ଉତ୍ପାଦ ବଜାର କମିଟି (ଏପିଏମ୍‌ସି) ପରିଚାଳିତ ବଜାରରୁ ଏବଂ ଏହା ବାହାରୁ ମଧ୍ୟସ୍ଥମାନଙ୍କୁ ବାଦ ଦେଇ ହେବନାହିଁ । ବିଶେଷତଃ ଏପିଏମ୍‌ସି ପରିଚାଳିତ ବଜାର ବାହାରେ ସେମାନଙ୍କୁ ବାଦ ଦେଇ ବ୍ୟବସାୟ କରିବା କଷ୍ଟକର । ବଡ଼ ବଡ଼ କମ୍ପାନୀଗୁଡ଼ିକ ବହୁସଂଖ୍ୟକ କ୍ଷୁଦ୍ର ଚାଷୀ ଏବଂ ନାମମାତ୍ର ଚାଷୀଙ୍କୁ ଏକାଠି କରି ବ୍ୟବସାୟ କରିପାରିବେ ନାହିଁ । ଏହା ସହିତ ସେମାନେ ‘ବଜାର ସଂଯୋଗୀକରଣ’ ନାମରେ ପରିଚିତ ଏକ ବ୍ୟବସ୍ଥା ଅନୁସରଣ କରନ୍ତି । ଏହି ବ୍ୟବସ୍ଥାରେ ମଧ୍ୟସ୍ଥମାନେ ଚାଷ ପୂର୍ବରୁ ଚାଷୀଙ୍କୁ ଋଣ ଦିଅନ୍ତି ଏବଂ ଏହା ଦ୍ବାରା ଚାଷୀ କେବଳ ସେହି ମଧ୍ୟସ୍ଥମାନଙ୍କୁ ହିଁ ଉତ୍ପାଦ ବିକ୍ରି କରନ୍ତି । ଆଗକୁ ଏହି ବ୍ୟବସ୍ଥା ହୁଏତ ଜାରି ରହିପାରେ ।

ଅତ୍ୟାବଶ୍ୟକ ସାମଗ୍ରୀ ଆଇନର ସଂଶୋଧନକୁ ନେଇ ଅନେକ କୃଷକ ସଂଗଠନ ସନ୍ଦେହ ବ୍ୟକ୍ତ କରିଛନ୍ତି ଏବଂ ଏହା ଫଳରେ ବେଆଇନ ଭାବେ ସାମଗ୍ରୀ ମହଜୁଦ ରଖାଯିବ ଏବଂ ଦେଶରେ ଖାଦ୍ୟ ସାମଗ୍ରୀ କ୍ଷେତ୍ରରେ ମୁଦ୍ରାସ୍ଫୀତି ଦେଖାଦେବ ବୋଲି ସେମାନେ କହିଛନ୍ତି । ଏ ସଂପର୍କରେ ଆପଣଙ୍କ ମତାମତ କ’ଣ ?

ଅନେକଙ୍କ ମତରେ ଅତ୍ୟାବଶ୍ୟକ ସାମଗ୍ରୀ ଆଇନକୁ ଉଚ୍ଛେଦ କରାଯିବା ଉଚିତ । ଏହି ପଦକ୍ଷେପ ଉଚିତ ମାର୍ଗରେ ନିଆଯାଇଥିଲେ ହେଁ ବେଆଇନ ଭାବେ ଖାଦ୍ୟ ସାମଗ୍ରୀ ଓ ଡାଲିଜାତୀୟ ଶସ୍ୟ ମହଜୁଦ ରଖିବା ବନ୍ଦ କରିବା ଦିଗରେ ଏବଂ ଉଭୟ ଉପଭୋକ୍ତା ଓ ଚାଷୀଙ୍କୁ ଶୋଷଣରୁ ମୁକ୍ତ କରିବା ପାଇଁ କେତେକ ନିୟମ ପ୍ରବର୍ତ୍ତିତ ହେବା ଉଚିତ ।

ନୂତନ ନିୟମରେ ଏହା ଦର୍ଶାଯାଇନାହିଁ ଯେ, କୃଷକମାନେ ଯେଉଁ ମୂଲ୍ୟ ପାଇବେ ତାହା ନ୍ୟୂନତମ ସମର୍ଥନ ମୂଲ୍ୟରୁ କମ୍‌ ହେବ ନାହିଁ । ଏହା ହିଁ କୃଷକ ଓ ବିରୋଧୀ ଦଳ ପାଇଁ ଉଦ୍‌ବେଗର ବିଷୟ । ଭବିଷ୍ୟତରେ ସରକାର କ’ଣ ସରକାରୀ ଭାବେ କୃଷି ସାମଗ୍ରୀ କିଣା ଏବଂ ନ୍ୟୂନତମ ସମର୍ଥନ ମୂଲ୍ୟ ଯୋଜନା ବନ୍ଦ କରିଦେବେ କି ?

ସରକାର କହୁଛନ୍ତି, ଆମେ ନ୍ୟୂନତମ ସମର୍ଥନ ମୂଲ୍ୟ ବ୍ୟବସ୍ଥା ଉଠାଇ ଦେବୁ ନାହିଁ । କିନ୍ତୁ ଏହି ବ୍ୟବସ୍ଥା ଧୀରେ ଧୀରେ ବନ୍ଦ ହୋଇଯିବ ବୋଲି କୃଷକମାନେ ଆଶଙ୍କା କରୁଛନ୍ତି । ନ୍ୟୂନତମ ସମର୍ଥନ ମୂଲ୍ୟ ରହିତ ବ୍ୟବସ୍ଥା ଏବଂ ବିନା ନ୍ୟୂନତମ ସମର୍ଥନ ମୂଲ୍ୟରେ କୃଷକମାନଙ୍କୁ ଅଧିକ ଦର ପ୍ରଦାନ କରୁଥିବା ବଜାର ଭିତ୍ତିକ କୃଷି କ୍ଷେତ୍ର, ବ୍ୟବସ୍ଥା ପ୍ରଚଳନ ନିମନ୍ତେ କୃଷି ବ୍ୟୟ ଏବଂ ମୂଲ୍ୟ କମିଶନ (CACP)ଙ୍କ ଗୋଟିଏ ରିପୋର୍ଟରେ ସୁପାରିସ କରାଯାଇଛି ।

ନ୍ୟୂନତମ ସମର୍ଥନ ମୂଲ୍ୟରେ ନିର୍ଦ୍ଦିଷ୍ଟ କେତେକ ସମସ୍ୟା ରହିଛି । ସରକାର 23ଟି ଫସଲ ପାଇଁ ନ୍ୟୂନତମ ସମର୍ଥନ ମୂଲ୍ୟ ଘୋଷଣା କରନ୍ତି କିନ୍ତୁ କେବଳ ଦୁଇଟି ଫସଲ କ୍ରୟ କରାଯାଏ, ଯାହାକି ଚାଉଳ ଏବଂ ଗହମ । ଏହା ହିଁ ଗତ 50 ବର୍ଷ ଧରି ପ୍ରଚଳିତ ବ୍ୟବସ୍ଥା ରୂପେ ରହିଆସିଛି ।

ନ୍ୟୂନତମ ସମର୍ଥନ ମୂଲ୍ୟ ବ୍ୟବସ୍ଥାରୁ ମାତ୍ର 10% ଚାଷୀଙ୍କର ଲାଭ ହୁଏ । ପଞ୍ଜାବ, ହରିଆଣା, ଆନ୍ଧ୍ର ପ୍ରଦେଶ, ତେଲଙ୍ଗାନା ଏବଂ ତାମିଲନାଡୁ ଭଳି କେତେକ ରାଜ୍ୟ ଏହି ବ୍ୟବସ୍ଥାରୁ ଫାଇଦା ପାଆନ୍ତି । ଆମକୁ ଅନ୍ୟ ଚାଷୀମାନଙ୍କର ରୋଜଗାର ବୃଦ୍ଧି କରିବାକୁ ପଡ଼ିବ ।

କୃଷକମାନଙ୍କ ଆୟକୁ ଦୁଇଗୁଣ କରିବା ଲାଗି ସରକାରୀ ନୀତିରେ କେଉଁଭଳି ପରିବର୍ତ୍ତନ ଲାଗୁ କରିବା ଆବଶ୍ୟକ ?

କୃଷି ବିଲ୍‌ ଦ୍ବାରା କୃଷକଙ୍କ ଆୟ ଦୁଇ ଗୁଣ ହେବନାହିଁ । କୃଷକଙ୍କ ଆୟକୁ ଦୁଇ ଗୁଣ କରିବା ଲାଗି ଫସଲରେ ବିଭିନ୍ନତା ହିଁ ଗୁରୁତ୍ବପୂର୍ଣ୍ଣ । ସମ୍ପ୍ରତି, ଚାଉଳ ଏବଂ ଗହମ କ୍ଷେତ୍ରରେ ହିଁ ଅଧିକାଂଶ ସରକାରୀ କ୍ରୟ ବ୍ୟବସ୍ଥା ରହିଛି ଏବଂ ସହାୟତା ପ୍ରଦାନ କରାଯାଉଛି । ଏହି ସବୁ ଫସଲ ପାଇଁ ନ୍ୟୂନତମ ସମର୍ଥନ ମୂଲ୍ୟ ହଟାଇ ଦେବା ଉଚିତ । ଅନ୍ୟ ଫସଲ ପାଇଁ ମଧ୍ୟ ନ୍ୟୂନତମ ସମର୍ଥନ ମୂଲ୍ୟ ନିର୍ଦ୍ଧାରଣ, ଶୀତଳ ଭଣ୍ଡାର ବ୍ୟବସ୍ଥା ଏବଂ ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପ ପ୍ରତିଷ୍ଠା କରି ସରକାର ସେଗୁଡ଼ିକୁ ପ୍ରୋତ୍ସାହିତ କରିବା ଉଚିତ ।

ଏହା ଫଳରେ ଏ କ୍ଷେତ୍ରରେ ଘରୋଇ ପୁଞ୍ଜି ବିନିଯୋଗ ହୋଇପାରିବ । ଅଧିକନ୍ତୁ, କୃଷକମାନଙ୍କୁ ସେମାନଙ୍କ ସାମଗ୍ରୀର ଅଧିକ ମୂଲ୍ୟ ଦେବା ଲାଗି ମଧ୍ୟସ୍ଥମାନଙ୍କୁ ହଟାଇ ଦିଆଯିବା ଉଚିତ । କୃଷିକ୍ଷେତ୍ରର ଅଧିକ ସଂଖ୍ୟକ ଶ୍ରମିକଙ୍କୁ ଅନ୍ୟ ଶିଳ୍ପ ଏବଂ ସେବା କ୍ଷେତ୍ରରେ ନିୟୋଜିତ କରିବା ଉଚିତ । ହେଲେ ସେଥିପାଇଁ ଏହା ପ୍ରକୃଷ୍ଟ ସମୟ ନୁହେଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.