ଭୋପାଳ: ଜଣେ ସନ୍ଦିଗ୍ଧ ବ୍ୟକ୍ତି ସାଂସଦ ପ୍ରଜ୍ଞା ସିଂ ଠାକୁରଙ୍କୁ ଏକ ଅଜ୍ଞାତ ନମ୍ବରରୁ ଫୋନ କରି ଧମକ ଦେଇଛନ୍ତି । ଧମକ ଦେଇଥିବା ବ୍ୟକ୍ତି ପ୍ରଜ୍ଞାଙ୍କ ବିଭିନ୍ନ ବୟାନବାଜିରେ ଅସନ୍ତୋଷ ପ୍ରକାଶ କରିଛି । ରାମ ମନ୍ଦିର ଭୂମିପୁଜା ସମେତ ଅନେକ ପ୍ରସଙ୍ଗରେ ପ୍ରଜ୍ଞାଙ୍କ ବିବୃତ୍ତିରେ ସେ ଅସନ୍ତୋଷ ପ୍ରକାଶ କରିଛି ।
ସୂଚନାନୁସାରେ, ପ୍ରଜ୍ଞା ଠାକୁରଙ୍କ ବ୍ୟତୀତ ବିଜେପିର ଅନେକ ନେତାଙ୍କ ବିରୋଧରେ ମଧ୍ୟ ଏହି ସନ୍ଦିଗ୍ଧ ବ୍ୟକ୍ତି ଜଣକ ଗାଳିଗୁଲଜ କରିଛି । ବର୍ତ୍ତମାନ ଭୋପାଳ ସାଂସଦ କମଲାନଗର ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରିଛନ୍ତି। ତେବେ ଫୋନରେ ଧମକ ଦେଇଥିବା ଅଭିଯୁକ୍ତକୁ ପୋଲିସ ଖୋଜିବା ଆରମ୍ଭ କରିଛି ।