ETV Bharat / bharat

କମଲନାଥ କୋରୋନା ଅପେକ୍ଷା ଏକ ବଡ ସମସ୍ୟା: ଶିବରାଜ ସିଂ ଚୌହାନ

author img

By

Published : Jul 4, 2020, 4:20 PM IST

ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲ ନାଥଙ୍କୁ ଟାର୍ଗେଟ କରିଛନ୍ତି । ସେ କଂଗ୍ରେସ ନେତା କମଲ ନାଥଙ୍କୁ ‘କୋରୋନା ଅପେକ୍ଷା ଏକ ବଡ ସମସ୍ୟା’ ବୋଲି କହିଛନ୍ତି ।

_corona
କୋରୋନା ଅପେକ୍ଷା ଏକ ବଡ ସମସ୍ୟା କମଲନାଥ

ଭୋପାଳ: ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା କମଲ ନାଥଙ୍କୁ ଟାର୍ଗେଟ କରିଛନ୍ତି । ସେ କଂଗ୍ରେସ ନେତା କମଲନାଥଙ୍କୁ ‘କୋରୋନା ଅପେକ୍ଷା ଏକ ବଡ ସମସ୍ୟା’ ବୋଲି କହିଛନ୍ତି ।

ଶିବରାଜ ସିଂ ଚୌହାନ ନିଜ କାର୍ଯ୍ୟାଳୟରେ 100 ଦିନ ପୂରଣ କରିବା ଅବସରରେ ଲୋକଙ୍କୁ ସମ୍ବୋଧିତ କରି କହିଛନ୍ତି, କଣ କମଲ ନାଥ କୋରୋନା ସହ ଲଢେଇ କରିବାକୁ ସକ୍ଷମ ? ସେ ନିଜେ ମଧ୍ୟପ୍ରଦେଶର କୋରୋନା ଅପେକ୍ଷା ଏକ ବଡ ସମସ୍ୟା । ଆମେ ଏହି ସଙ୍କଟକୁ ଭଲ ଭାବରେ ମୁକାବିଲା କରିଛୁ । ଏଥିସହ ସେ କହିଛନ୍ତି, ଆମେ ବିଭିନ୍ନ ଯୋଜନା ଅଧିନରେ ମଧ୍ୟପ୍ରଦେଶର ଗରିବଙ୍କ ଆକାଉଣ୍ଟରେ 40,000 କୋଟି ଟଙ୍କା ଜମା କରିଛୁ । କମଲନାଥ ଏହି ଟଙ୍କା ବିନିଯୋଗ କରିଛନ୍ତି କି ?

ଏକ ଗଣମାଧ୍ୟମର ଖବର ଅନୁଯାୟୀ, ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, କଂଗ୍ରେସ ନେତା କମଲନାଥ ରାଜ୍ୟର ପ୍ରତ୍ୟେକ ଜନ କଲ୍ୟାଣ ଯୋଜନାକୁ ବନ୍ଦ କରି ଦେଇଥିଲେ । ଆମେ ଏହି ସଙ୍କଟରେ କୃଷକଙ୍କ ଉତ୍ପାଦ କିଣିବା ପାଇଁ ବ୍ୟବସ୍ଥା କରିଛୁ । ଏଥିସହ ସେ କହିଛନ୍ତି, ପୂର୍ବତନ ମୁଖ୍ୟମନ୍ତ୍ରୀ କୃଷକଙ୍କ ଋଣ ପରିଶୋଧ ବିଷୟରେ ମିଛ କହୁଛନ୍ତି । କମଲନାଥ ବୀମା ପ୍ରିମିୟମ ମଧ୍ୟ ଦେଇନାହାଁନ୍ତି । ଆମେ ସରକାର ଗଠନ ହେବା ମାତ୍ରେ ପ୍ରିମିୟମ ପ୍ରଦାନ କରିଛୁ ଏବଂ କୃଷକଙ୍କ ଆକାଉଣ୍ଟରେ 2,990 କୋଟି ଟଙ୍କା ଜମା କରିଛୁ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.