ETV Bharat / bharat

ଭୋପାଳରେ ଖାଦ୍ୟ ବଣ୍ଟନକାରୀ କୋରୋନା ପଜିଟିଭ, ଭୟବିତ ଲୋକେ - food distributier tests positive

ଭୋପାଳର ଶାହାଜାହାନବାଦ ଅଞ୍ଚଳରରେ ପୋଷ୍ଟିଂ ହୋଇଥିବା ଜଣେ ନୋଡାଲ ଅଧିକାରୀ କୋରୋନା ପଜିଟିଭ୍ ଚିହ୍ନଟ୍ ହୋଇଛନ୍ତି ।

bhopal-civic-body-official-at-food-distribution-centre-tests-positive-for-covid-19
ଭୋପାଳରେ ଖାଦ୍ୟ ବଣ୍ଟନକାରୀ କୋରୋନା ପଜିଟିଭ୍, ଭୟବିତ ଲୋକେ
author img

By

Published : Apr 20, 2020, 12:52 PM IST

ଭୋପାଳ: ମାର୍ଚ୍ଚରେ ପ୍ରଥମେ ଲକଡାଉନ୍ ଘୋଷଣା ହେବା ପରଠାରୁ ଅସହାୟ ଲୋକଙ୍କୁ ଖାଦ୍ୟ ବଣ୍ଟନ କରୁଥିବା ଭୋପାଳ ମ୍ୟୁନିସିପାଲିଟି କର୍ପୋରେସନର ଜଣେ ନୋଡାଲ୍ ଅଧିକାରୀ କୋରୋନା ପଜିଟିଭ୍ ଚିହ୍ନଟ୍ ହୋଇଛନ୍ତି । ନୋଡାଲ ଅଧିକାରୀ ଜଣଙ୍କ ଭୋପାଳର ଶାହାଜାହାନବାଦ ଅଞ୍ଚଳରରେ ପୋଷ୍ଟିଂ ହୋଇଥିଲେ । ଯେଉଁଠି ସେ ପ୍ରତିଦିନ 1000ରୁ ଅଧିକ ଲୋକଙ୍କୁ ଖାଇବାକୁ ଦେଉଥିଲେ । ତେଣୁ ତାଙ୍କ ଠାରୁ ଖାଦ୍ୟ ଖାଇଥିବା ଲୋକଙ୍କୁ ନେଇ ମଧ୍ୟପ୍ରଦେଶ ସରକାର ଏବେ ଚିନ୍ତିତ ଅଛନ୍ତି ।

ସେଠାରେ ଗରିବ ଏବଂ ଆବଶ୍ୟକତା ଥିବା ଲୋକଙ୍କ ପାଇଁ ଖାଦ୍ୟ ପ୍ୟାକେଟ୍ ପ୍ରସ୍ତୁତ କରାଯାଉଥିଲା । ଭୋପାଳ ନାଗରିକ ସଂଗଠନର ଅଧିକାରୀ ମଧ୍ୟ ଦୈନିକ ମାତା ମାଣ୍ଡିର ଅଞ୍ଚଳରେ ଥିବା ନିଗମର କାର୍ଯ୍ୟାଳୟକୁ ଯାଇ ରାସନ ସାମଗ୍ରୀ କିଣୁଥିଲେ । ତେବେ ଅଧିକାରୀ ଜଣଙ୍କ ପାଖରେ ଦୀର୍ଘ ଦିନ ଘରି କୌଣସି ଲକ୍ଷଣ ଦେଖିବାକୁ ମିଳିନଥିଲା । ଏପ୍ରିଲ 16ରେ ନିଜକୁ ପରୀକ୍ଷା କରାଇଥିଲେ ।

ତେବେ ସେ ଖାଦ୍ୟ ରାନ୍ଧା ଯାଉଥିବା ସ୍ଥାନକୁ ସିଲ କରି ଦିଆଯାଇଛି । ସେହିପରି ଘର ନିକଟରେ ଥିବା ଏକ ଆଶ୍ରୟ ଗୃହକୁ ମଧ୍ୟ ପରିମଳ କରାଯାଉଛି ବୋଲି ନିଗମର ଅତିରିକ୍ତ ନିର୍ଦ୍ଦେଶକ କହିଛନ୍ତି । ଭୋପାଳ ଏମସିର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ସଂକ୍ରମିତ ଅଧିକାରୀଙ୍କ ଯୋଗାଯୋଗ ଇତିହାସ ମଧ୍ୟ ସଂଗ୍ରହ କରାଯାଉଛି । କିନ୍ତୁ ଖାଦ୍ୟ ବଣ୍ଟନ ଏବଂ ପ୍ରସ୍ତୁତିରେ ସେ ଜଡିତ ଥିବାରୁ ଏହା ଆମକୁ ଅଧିକ ଚିନ୍ତିତ କରୁଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.