ଲକ୍ଷ୍ନୌ: ଅଯୋଧ୍ୟା ରାମ ମନ୍ଦିର ନିର୍ମାଣ ପାଇଁ ହେବାକୁ ଥିବା ଭୂମିପୂଜା ଉପରେ କୋରୋନା ସଙ୍କଟ ସହିତ ଭାରତ-ଚୀନ ସୀମାରେ ହୋଇଥିବା ସଂଘର୍ଷର ପ୍ରଭାବ ପଡିଛି । ସମ୍ଭାବ୍ୟ 2 ଜୁଲାଇରେ ହେବାକୁ ଥିବା ଭୂମି ପୂଜା କାର୍ଯ୍ୟକ୍ରମର ତାରିଖକୁ ଘୁଞ୍ଚାଇ ଦେଇଛି ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟ ।
ରାମ ଜନ୍ମଭୂମି ତୀର୍ଥ ଟ୍ରଷ୍ଟ ପକ୍ଷରୁ ଭାରତ-ଚୀନ ସୀମାରେ ଶହୀଦ ହୋଇଥିବା ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଛି । ଟ୍ରଷ୍ଟର ମହା ସଚିବ ଚମ୍ପତ ରାୟ ଏକ ପ୍ରେସ ବିଜ୍ଞପ୍ତି ଜାରି କରି କହିଛନ୍ତି ଯେ ଦେଶର ସୁରକ୍ଷା ଆମ ସମସ୍ତଙ୍କ ପାଇଁ ସର୍ବୋପରି । ଏହି ଘଟଣାକୁ ଦୃଷ୍ଟିରେ ରଖି 2 ଜୁଲାଇରେ ହେବାକୁ ଥିବା ଭୂମିପୂଜା କାର୍ଯ୍ୟକ୍ରମକୁ ଘୁଞ୍ଚାଇ ଦିଆଯାଇଛି । ସେ କହିଛନ୍ତି ଯେ ବର୍ତ୍ତମାନ ମନ୍ଦିର ନିର୍ମାଣର ଶୁଭାରମ୍ଭ କରାଯାଇପାରିବ ନାହିଁ । ଦେଶର ପରିସ୍ଥିତିକୁ ଦେଖି ମନ୍ଦିର ନିର୍ମାଣର ତିଥି ଧାର୍ଯ୍ୟ ହେବ ବୋଲି ଚମ୍ପତ ରାୟ କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ