ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଣିଥିବା ନାଗରିକ ସଂଶୋଧନ ଆଇନ(ସିଏଏ)କୁ ବିରୋଧ ସାରା ଦେଶରେ ଜାରି ରହିଛି ଆନ୍ଦୋଳନ। ଏହାକୁ ବିରୋଧ କରି ଗତ ଡିସେମ୍ବରରେ ଏହି ଆନ୍ଦୋଳନ ବ୍ୟାପକ କରିଥିଲେ ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦ। ଯାହା ଫଳରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଉଥିବା ଦେଖି ଦିଲ୍ଲୀ ପୋଲିସ ଆଜାଦଙ୍କୁ ଗିରଫ କରିଛି। ସେଦିନ ଠାରୁ ସେ ବିଚାର ବିଭାଗୀୟ ହାଜତରେ ଅଛନ୍ତି।
ଏହାସହ ସତ୍ବେ ଏହି ଆଇନକୁ ବିରୋଧ କରି ଆନ୍ଦୋଳନ ଜାରି ରଖିଛନ୍ତି ତାଙ୍କର ସଙ୍ଗଠନ ସମେତ ବହୁ ରାଜନୈତିକ ଦଳ। ରବିବାର ଭୀମ ଆର୍ମି ମୁଖ୍ୟ ଚନ୍ଦ୍ରଶେଖର ଆଜାଦଙ୍କ ଖଲାସ ଦାବି କରି ‘ଭୀମ ଆର୍ମି ଛାତ୍ର ଫେଡରେଶନ’ ପକ୍ଷରୁ ଦିଲ୍ଲୀ ସ୍ଥିତ ଜନ୍ତରମନ୍ତର ଠାରେ ଆନ୍ଦୋଳନରେ ବସିଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରଶାସନ ‘ଭୀମ ଆର୍ମି ଛାତ୍ର ଫେଡରେଶନ’ ସଙ୍ଗଠନ ସହ କୌଣସି ଆଲୋଚନା କରିନାହିଁ।