ETV Bharat / bharat

କୋଭାକ୍ସିନକୁ ଅନୁମତି ପରେ ଭାରତ ବାୟୋଟେକର ପ୍ରତିକ୍ରିୟା, ଭାରତୀୟ କମ୍ପାନୀକୁ ବଦନାମ କରାଯାଉଛି - ଭାରତ ବାୟୋଟେକ

ଭାରତ ବାୟୋଟେକ ଦ୍ବାର ପ୍ରସ୍ତୁତ କୋରୋନା ଟୀକା କୋଭାକ୍ସିନକୁ ଜରୁରୀକାଳୀନ ଅନୁମତି ମିଳିବା ପରେ ବିସ୍ତୃତ ସୂଚନା ଦେଇଛନ୍ତି କମ୍ପାନୀର ଏମଡି । ତେବେ ଆମକୁ (ଭାରତୀୟ କମ୍ପାନୀ) ବଦନାମ କରାଯିବାକୁ ଅପଚେଷ୍ଟା ଚାଲିଛି । ହୀନ ଉଦ୍ଦେଶ୍ୟରେ ଆମ ଟୀକାର ବିଶ୍ବସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଅଧିକ ପଢନ୍ତୁ .....

କୋଭାକ୍ସିନକୁ ଅନୁମତି ପରେ ପ୍ରତିକ୍ରିୟା ରଖିଲେ ଭାରତ ବାୟୋଟେକ ଏମଡି କ୍ରିଷ୍ଣା ଇଲା

author img

By

Published : Jan 4, 2021, 7:19 PM IST

ନୂଆଦିଲ୍ଲୀ: ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ କୋରୋନା ଟୀକା କୋଭାକ୍ସିନକୁ ଜୁରୁରୀକାଳୀନ ଅନୁମତି ମିଳିବା ପରେ ବିସ୍ତୃତ ସୂଚନା ଦେଇଛନ୍ତି କମ୍ପାନୀ ଏମଡି କ୍ରିଷ୍ଣା ଇଲା । ସେ କହିଛନ୍ତି, ବିଶ୍ବର ଏକମାତ୍ର କମ୍ପାନୀ ଭାବେ ବିଏସଲ-3 ଉତ୍ପାଦନ କ୍ଷମତା ହାସଲ କରିବାରେ ଆମେ ସଫଳ ହୋଇପାରିଛୁ । ଏହା ଏକ ଗର୍ବର ବିଷୟ । ଏପରିକି ଏହି କ୍ଷମତା ଆମେରିକା ପାଖରେ ମଧ୍ୟ ଉପଲବ୍ଧ ନାହିଁ । ତେଣୁ ଆମେ ବର୍ତ୍ତମାନ ଯେ କୌଣସି ଜରୁରୀକାଳୀନ ପରିସ୍ଥିତିକୁ ମୁକାବିଲା କରିବା ପାଇଁ ସକ୍ଷମ । ତେବେ ଆମକୁ (ଭାରତୀୟ କମ୍ପାନୀ) ବଦନାମ କରାଯିବାକୁ ଅପଚେଷ୍ଟା ଚାଲିଛି । ହୀନ ଉଦ୍ଦେଶ୍ୟରେ ଆମ ଟୀକାର ବିଶ୍ବସନୀୟତା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

ବର୍ତ୍ତମାନ ସଂସ୍ଥା ପାଖରେ 20 ମିଲିୟନ ଡୋଜ ମହଜୁଦ ଥିବା ବେଳେ ଆସନ୍ତା କିଛି ମାସ ମଧ୍ୟରେ ଆମେ ଏହାର ଉତ୍ପାଦନ କ୍ଷମତା ବୃଦ୍ଧି କରି 700 ମିଲିୟନ ଡୋଜ ଉତ୍ପାଦନ କରିବା ପାଇଁ ଚେଷ୍ଟା ଚାଲିଥିବା ସେ ସୂଚନା ଦେଇଛନ୍ତି । ହାଇଦ୍ରାବାଦରେ 3 ଟି କେନ୍ଦ୍ରରେ ଓ ବେଙ୍ଗାଲୁରୁରେ ଗୋଟିଏ କେନ୍ଦ୍ରରେ ଏହାର ଉତ୍ପାଦନ କ୍ଷମତା ବଢାଇବା ପାଇଁ ଯୋଜନା ରଖାଯାଇଥିବା କଥା ସେ କହିଛନ୍ତି । ସେହିପରି ଜରୁରୀକାଳୀନ ବ୍ୟବହାର ପାଇଁ କୋଭାକ୍ସିନର ଅନୁମୋଦନ ହେଉଛି ଭାରତରେ ଆତ୍ମନିର୍ଭରତା ଉପରେ ବଡ ପଦକ୍ଷପ । ବୈଜ୍ଞାନିକଙ୍କ ସାମର୍ଥ୍ୟର ଏହା ଏକ ବୃହତ ମାଇଲଖୁଣ୍ଟ ବୋଲି ଦର୍ଶାଇଛନ୍ତି କ୍ରିଷ୍ଣା ।

କୋଭାକ୍ସିନର ବିଶ୍ବସନୀୟତା ଉପରେ ଚାଲିଥିବା ଚର୍ଚ୍ଚାରେ ମଧ୍ୟ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ଯେ, କେବଳ ଭାରତରେ କ୍ଲିନିକାଲ୍ ପରୀକ୍ଷା କରାଯାଇନାହିଁ । ବରଂ ବ୍ରିଟେନ ସମେତ 12 ରୁ ଅଧିକ ଦେଶରେ ଏହି କ୍ଲିନିକାଲ୍ ପରୀକ୍ଷା ସଫଳତାର ସହ ଶେଷ କରାଯାଇଛି । ଏହି ପ୍ରକ୍ରିୟାରେ ପାକିସ୍ତାନ, ନେପାଳ, ବାଂଲାଦେଶ ଏବଂ ଅନ୍ୟାନ୍ୟ ଦେଶରେ କ୍ଲିନିକାଲ୍ ପରୀକ୍ଷା ବର୍ତ୍ତମାନ ମଧ୍ୟ ଜାରି କହିଥିବା କଥା ସେ ସୂଚନା ଦେଇଛନ୍ତି । ଏହା କେବଳ ଏକ ଭାରତୀୟ କମ୍ପାନୀ ନୁହଁ, ବରଂ ପ୍ରକୃତରେ ଏକ ବିଶ୍ବ ସ୍ତରୀୟ କମ୍ପାନୀ। ବର୍ତ୍ତମାନ ଏହି ମହାମାରୀ ସମୟରେ ଆମର ଉତ୍ତର ଦାଇତ୍ବ ଲିଭାଇବାକୁ ଆମେ ପ୍ରସ୍ତୁତ ।

ତେବେ ଭାରତ ବାୟୋଟେକ ଦ୍ବାରା ପ୍ରସ୍ତୁତ ଟୀକାକୁ ଡିସିଜିଆଇ ଅନୁମୋଦନ ପରେ ଦେଶରେ ଆରମ୍ଭ ହୋଇଥିବା ରାଜନୈତିକ ଚର୍ଚ୍ଚା ଉପରେ ମଧ୍ୟ ମୁହଁ ଖୋଲିଛନ୍ତି କ୍ରିଷ୍ଣା । ସେ କହିଛନ୍ତି ଏହା ରାଜନୀତି କରଣ କରିବାର ବିଷୟ ନୁହେଁ । ରାଜନୈତିକ ସମ୍ପୃକ୍ତି ନେଇ ଯେଉଁ ଚର୍ଚ୍ଚା ହେଉଛି ତାକୁ ଖଣ୍ଡନ କରିଛନ୍ତି ସେ । ଏହାସହ ତାଙ୍କ ପରିବାର ଓ ସମ୍ପର୍କିୀୟ ମଧ୍ୟ କୌଣସି ରାଜନୈତିକ ଦଳ ସମ୍ପର୍କରେ ନଥିବା କଥା ସ୍ପଷ୍ଟ କରିଛନ୍ତି କ୍ରିଷ୍ଣା ଇଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.