ETV Bharat / bharat

ହିମାଚଳ ପ୍ରଦେଶ ବିଜେପି ସଭାପତି ହେଲେ ସୁରେଶ କଶ୍ୟପ - ହିମାଚାଳପ୍ରଦେଶ ବିଜେପି ସଭାପତି

ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ଦ୍ଦେଶ କ୍ରମେ ସୁରେଶଙ୍କୁ ହିମାଚଳପ୍ରଦେଶ ବିଜେପି ସଭାପତି ଦାୟିତ୍ବରେ ନିଯୁକ୍ତ କରାଯାଇଛି । ସୁରେଶ କଶ୍ୟପ ସିମଲା ସଂସଦୀୟ ଲୋକସଭା ଆସନରୁ ସାଂସଦ ଅଛନ୍ତି । ଅଧିକ ପଢନ୍ତୁ...

ହିମାଚାଳପ୍ରଦେଶ ବିଜେପି ସଭାପତି ହେଲେ ସୁରେଶ କଶ୍ୟପ

author img

By

Published : Jul 22, 2020, 4:07 PM IST

ସିମଲା: ହିମାଚଳପ୍ରଦେଶ ରାଜ୍ୟ ବିଜେପି ସଭାପତି ନିଯୁକ୍ତ ହୋଇଛନ୍ତି ସୁରେଶ କଶ୍ୟପ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ନିର୍ଦ୍ଦେଶ କ୍ରମେ ସୁରେଶଙ୍କୁ ହିମାଚଳପ୍ରଦେଶ ବିଜେପି ସଭାପତି ଦାୟିତ୍ବରେ ନିଯୁକ୍ତ କରାଯାଇଛି । ଏନେଇ ଦଳର ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି ।

ସୁରେଶ କଶ୍ୟପ ସିମଲା ସଂସଦୀୟ ଲୋକସଭା ଆସନରୁ ସାଂସଦ ଅଛନ୍ତି । ସାଂସଦ କଶ୍ୟପ ବାୟୁସେନାରେ ମଧ୍ୟ ଦେଶକୁ ସେବା ଯୋଗାଇଛନ୍ତି । 23 ମାର୍ଚ୍ଚ 1971ରେ ପପଲାହନ ଜିଲ୍ଲା ସିରମୋରରେ ସୁରେଶଙ୍କ ଜନ୍ମ ଗ୍ରହଣ କରିଥିଲେ ।

ପବ୍ଲିକ ଆଡମିନିଷ୍ଟ୍ରେସନରେ ଏମଫିଲ, ଇଂରାଜୀରେ ସ୍ନାତୋକୋତ୍ତର, ଲୋକସମ୍ପର୍କରେ ପିଜିଡିପ୍ଲୋମା ଡିଗ୍ରୀ ହାସଲ କରିଛନ୍ତି ସୁରେଶ । 2012ରେ ସେ ବିଧାନସଭାର ବିଧାୟକ ଭାବେ ନିର୍ବାଚିତ ହୋଇଥିବା ବେଳେ 2017ରେ ଦ୍ବିତୀୟ ଥର ବିଜେପିର ବିଧାୟକ ହୋଇଥିଲେ । ସେହିପରି 1029ରେ ସୁରେଶ ଲୋକସଭାକୁ ନିର୍ବାଚିତ ହୋଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.