ETV Bharat / bharat

କୋରୋନା ଚିକିତ୍ସାରେ ଡେକ୍ସାମେଥାସୋନ ଅନ୍ତର୍ଭୁକ୍ତ କଲେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

author img

By

Published : Jun 29, 2020, 4:06 PM IST

ଗତ ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ମଧ୍ୟମରୁ ଗୁରୁତର ଅବସ୍ଥା କୋରୋନା ରୋଗୀଙ୍କ ପାଇଁ ଚିକିତ୍ସା ପ୍ରୋଟୋକଲରେ ଏକ ଶସ୍ତା ତଥା ବହୁଳ ବ୍ୟବହୃତ ଷ୍ଟେରଏଡ ଡେକ୍ସାମେଥାସୋନ ଅନ୍ତର୍ଭୁକ୍ତ କରାଯାଇଛି ।

dexamethasone
କୋରୋନା ଚିକିତ୍ସାରେ ଡେକ୍ସାମେଥାସୋନ ଅନ୍ତର୍ଭୁକ୍ତ କଲେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ମଧ୍ୟମରୁ ଗୁରୁତର କୋରୋନା ରୋଗୀଙ୍କ ପାଇଁ ବ୍ୟବାହର ହେବ ଡେକ୍ସାମେଥାସୋନ । ଗତ ଶନିବାର କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ମଧ୍ୟମରୁ ଗୁରୁତର ଅବସ୍ଥା କୋରୋନା ରୋଗୀଙ୍କ ପାଇଁ ଚିକିତ୍ସା ପ୍ରୋଟୋକଲରେ ଏକ ଶସ୍ତା ତଥା ବହୁଳ ବ୍ୟବହୃତ ଷ୍ଟେରଏଡ ଡେକ୍ସାମେଥାସୋନ ଅନ୍ତର୍ଭୁକ୍ତ କରାଯାଇଛି ।

କୋରୋନା ପାଇଁ ଅପଡେଟ୍ ହୋଇଥିବା ‘କ୍ଲିନିକାଲ୍ ମ୍ୟାନେଜମେଣ୍ଟ ପ୍ରୋଟୋକଲ୍’ରେ ଡେକ୍ସାମେଥାସୋନ ବ୍ୟବହାର କରିବାକୁ ପରାମର୍ଶ ଦେଇଥାଏ । ଯାହା କୋରୋନାର ମଧ୍ୟମରୁ ଗୁରୁତର ଲକ୍ଷଣ ରୋଗୀଙ୍କ ଚିକିତ୍ସା ପାଇଁ ମିଥାଇଲପ୍ରେଡନିସୋଲୋନ ବିକଳ୍ପ ଭାବରେ ଏହାର ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଇମ୍ୟୁନୋସପ୍ରେସିଭ୍ ପ୍ରଭାବ ପାଇଁ ବିଭିନ୍ନ ଅବସ୍ଥାରେ ବ୍ୟବହୃତ ହୋଇସାରିଛି ।

କୋରୋନା ବିଷୟରେ ଅଧିକ ଜ୍ଞାନ, ବିଶେଷକରି ପ୍ରଭାବଶାଳୀ ଔଷଧ ଏବଂ ବିଶେଷଜ୍ଞଙ୍କ ପରାମର୍ଶକୁ ବିଚାର କରି ଏହି ପରିବର୍ତ୍ତନ କରାଯାଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି।

କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ପ୍ରୀତି ସୁଦନ ଏହି ନୂଆ ଅପଡେଟ୍ ପ୍ରୋଟୋକଲକୁ ସମସ୍ତ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳକୁ ମଧ୍ୟ ପଠାଇଛନ୍ତି । ଏଥିସହ ଜରୁରୀକାଳୀନ ସମୟରେ ଏହି ଅପଡେଟ ପ୍ରୋଟକଲ ବ୍ୟବହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଡେକ୍ସାମେଥାସୋନ ଆନୁଷ୍ଠାନିକ ସ୍ତରରେ ଉପଲବ୍ଧତା ତଥା ବ୍ୟବହାର ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଗତ ଜୁନ୍ 13ରେ ମନ୍ତ୍ରଣାଳୟ ସୀମିତ ଜରୁରୀକାଳୀନ ପରିସ୍ଥିତି ଏବଂ ଟୋକିଲିଜୁମାବ ପାଇଁ ଆଣ୍ଟିଭାଇରାଲ୍ ଔଷଧ ରେମଡେସିଭିର୍ ବ୍ୟବହାର କରିବାକୁ ଅନୁମତି ଦେଇଥିଲେ। ଯାହା ପ୍ରତିରକ୍ଷା ପ୍ରଣାଳୀ କିମ୍ବା ଏହାର କାର୍ଯ୍ୟକଳାପକୁ ପରିବର୍ତ୍ତନ କରିଥାଏ ।

ଏହା ରୋଗର ପ୍ରାରମ୍ଭିକ ଅବସ୍ଥାରେ ରୋଗୀମାନଙ୍କ ମଧ୍ୟରେ ହାଇଡ୍ରୋକ୍ସିକ୍ଲୋରୋକାଇନ୍ ମଧ୍ୟ ସୁପାରିଶ କରିଥାଏ । କିନ୍ତୁ ଏହା ଗୁରୁତର ଅସୁସ୍ଥ ରୋଗୀଙ୍କର ସୁପାରିଶ କରିନଥାଏ । ଏହି ଔଷଧଗୁଡିକର ବ୍ୟବହାର ‘ଅନୁସନ୍ଧାନକାରୀ ଥେରାପି’ ଅଧୀନରେ ଥିବା 'କ୍ଲିନିକାଲ୍ ମ୍ୟାନେଜମେଣ୍ଟ ପ୍ରୋଟୋକଲ୍ ପାଇଁ କୋରୋନାରେ ଅନ୍ତର୍ଭୂକ୍ତ ହୋଇ ରହିଛି।

ମଧ୍ୟମ ଗୁରୁତର ଲକ୍ଷଣଯୁକ୍ତ ମାମଲା ପାଇଁ ଅପଡେଟ୍ ହୋଇଥିବା ଚିକିତ୍ସା ପ୍ରୋଟୋକଲଗୁଡିକ ମିଥାଇଲପ୍ରେଡନିସୋଲୋନ୍ 0.5 ରୁ 1 ଏମଜି / କେଜି କିମ୍ବା ଡେକ୍ସାମେଥାସୋନ 0.1ରୁ 0.2 ଏମଜି / କେଜି ବିଚାର କରିବାକୁ ତିନି ଦିନ ପାଇଁ ପରାମର୍ଶ ଦିଆଯାଇଛି। ଭର୍ତ୍ତି ହେବାର 48 ଘଣ୍ଟା ମଧ୍ୟରେ କିମ୍ବା ଯଦି ଅମ୍ଳଜାନ ଆବଶ୍ୟକତା ବଢୁଛି ଏବଂ ଯଦି ଇନଫ୍ଲାମେଟାରୀ ବଢୁଛି । କ୍ଲିନିକାଲ୍ ପ୍ରତିକ୍ରିୟା ଅନୁଯାୟୀ ପ୍ରଶାସନର ଅବଧି ସମୀକ୍ଷା କରାଯିବା ଉଚିତ୍ ।

ଯାନ୍ତ୍ରିକ ଭେଣ୍ଟିଲେସନ୍ ଆବଶ୍ୟକ କରୁଥିବା ରୋଗୀମାନଙ୍କ ପାଇଁ ଉଭୟ ନନ-ଇନଭାସିଭ କିମ୍ବା ବାସିଭ ମନ୍ତ୍ରଣାଳୟ କହିଛି ମିଥାଇଲପ୍ରେଡନିସୋଲୋନ୍ 1 2 ଏମଜି/ କେଜି / ଦିନ କିମ୍ବା ଡେକ୍ସାମେଥାସୋନ୍ 0.2ରୁ 0.4 ଏମଜି / କେଜି କିମ୍ବା ଦିନକୁ ପାଞ୍ଚରୁ ସାତ ଦିନ ପାଇଁ ଦୁଇ ଭାଗରେ ବିଭକ୍ତ ଡୋଜରେ ବିଚାର କରାଯିବା ଉଚିତ । ତେବେ ଏହି ସେହି କ୍ଷେତ୍ରରେ ସମ୍ଭବ ଯଦି ପୂର୍ବରୁ ଏହି ଡୋଜ ଦିଆଯାଇ ନଥିବ। ଇମ୍ୟୁନୋସପ୍ରେସିଭ୍ ପ୍ରଭାବ ହେତୁ ଗ୍ଲୁକୋକୋର୍ଟିକଏଡ୍ କୋରୋନା ଭାଇରସ ଅପସାରଣରେ ବିଳମ୍ବ କରିବ ବୋଲି ଚିକିତ୍ସା ପ୍ରୋଟୋକଲଗୁଡିକରେ ଦର୍ଶାଇଛି।

ଡେକ୍ସାମେଥାସୋନ ଏକ ଆଣ୍ଟି-ଇନ୍‌ଫ୍ଲାମେଟୋରୀ ଏବଂ ଇମ୍ୟୁନୋସପ୍ରେସିଭ୍ ପ୍ରଭାବ ପାଇଁ ବିଭିନ୍ନ ଅବସ୍ଥାରେ ବ୍ୟବହୃତ ହେଉଥିବା ଔଷଧ । ମେଡିକାଲରେ ଥିବା କୋରୋନା ରୋଗୀଙ୍କ ଉପରେ ଏହି ଔଷଧ ବ୍ୟବହାର କରାଯାଇଛି । ଯେଉଁଥିରେ ଗୁରୁତର ଅସୁସ୍ଥ ରୋଗୀଙ୍କ ପାଇଁ ଏହା ଭଳ ଫଳାପଳ ଦେଖାଇଥିବା ଜଣାପଡିଛି । ଏହାର ଲାଭ ଥିବା ଜଣାପଡିଛି।

ତେବେ ଏହି ଔଷଧ ନ୍ୟାସନାଲ ଲିଷ୍ଟ ଅଫ୍ ଏସେନସିଆଲ ମେଡିସିନର(ଏନଏଲଇଏମ)ର ଏକ ଅଂଶ । ଯାହା ସବୁ ସ୍ଥାନରେ ଉପଲବ୍ଧ ବୋଲି ମନ୍ତ୍ରଣାଳୟ କହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.