ETV Bharat / bharat

ପ୍ରଥମ କୋଭିଡ ଟୀକା ପ୍ରସ୍ତୁତ କଲା ଭାରତ, ଜୁଲାଇରେ ହେବ ଟ୍ରାଏଲ

ସଙ୍କଟ ଓ ବିବାଦ ମଧ୍ୟରେ ଭଲ ଖବର । କୋଭିଡ ବିରୋଧରେ ଭାରତ ପ୍ରସ୍ତୁତ କଲା ପ୍ରଥମ ସ୍ବଦେଶୀ ଭ୍ୟାକିସନ। ଅଧିକ ପଢନ୍ତୁ...

ପ୍ରଥମ କୋଭିଡ ଟୀକା ପ୍ରସ୍ତୁତ କଲା ଭାରତ
ପ୍ରଥମ କୋଭିଡ ଟୀକା ପ୍ରସ୍ତୁତ କଲା ଭାରତ
author img

By

Published : Jun 30, 2020, 9:12 AM IST

ହାଇଦ୍ରାବାଦ: କୋଭିଡ ବିରୋଧରେ ଭାରତର ପ୍ରଥମ ସ୍ବଦେଶୀ ଭ୍ୟାକସିନ ପ୍ରସ୍ତୁତ । ଭାରତ ବାୟୋଟିକ ପ୍ରସ୍ତୁତ କଲା ପ୍ରଥମ କୋରୋନା ଭ୍ୟାକସିନ । ଯାହାର ନାଁ ’କୋଭିକ୍ସିନ‘ ରଖାଯାଇଛି । ମଣିଷ ଶରରୀରେ ପରୀକ୍ଷଣ ପାଇଁ ଏହି ଭ୍ୟାକସିନ ତଥା ଟୀକାକୁ ଅନୁମତି ଦେଇଛି ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିଷଦ ଆଇସିଏମଆର ।

ଭାରତ ବାୟୋଟିକ ହାଇଦ୍ରାବାଦର ଏକ ଫାର୍ମା କମ୍ପାନୀ । ଯିଏ କି କୋରୋନା ବିରୋଧରେ ଭ୍ୟାକସିନ ପ୍ରସ୍ତୁତ କରିଥିବାର ଦାବି କରିଛନ୍ତି । କମ୍ପାନୀ ପକ୍ଷରୁ କୁହାଯାଇଛି, ’କୋଭିକ୍ସିନ’ କୁ ଫେଜ-1 ଓ ଫେଜ-2 ମଣିଷ ଦେହରେ ଟ୍ରାଏଲ କରିବା ପାଇଁ ଡିସିଜିଆଇ ପକ୍ଷରୁ ସବୁଜ ସଙ୍କେତ ମିଳିଛି । ଏହି ଟ୍ରାଏଲ କାମ ଜୁଲାଇ ମାସର ପ୍ରଥମ ସପ୍ତାହରେ କରାଯିବ । ଭାରତ ବାୟୋଟିକ ପୂର୍ବରୁ ଅନେକ ଭ୍ୟାକସିନ ପ୍ରସ୍ତୁତ କରି ସଫଳତା ହାସିଲ କରିଛି । ଏହା ପୂର୍ବରୁ ପୋଲିଓ, ରିବେଜ, ରୋଟାଭାଇରସ, ଜାପାନୀ ଏନସେଫାଲାଇଟ୍ସ,ମିଳିମିଳା ଭଳି ସଂକ୍ରମିତ ରୋଗର ଭ୍ୟାକସିନ ପ୍ରସ୍ତୁତ କରିସାରିଛି ।

ପ୍ରଥମ କୋଭିଡ ଟୀକା ପ୍ରସ୍ତୁତ କଲା ଭାରତ
ପ୍ରଥମ କୋଭିଡ ଟୀକା ପ୍ରସ୍ତୁତ କଲା ଭାରତ

କୋରୋନା ଭାଇରସର SARS-CoV-2 ଷ୍ଟ୍ରେନକୁ ପୁଣେ ସ୍ଥିତ ନ୍ୟାସନାଲ ଇଷ୍ଟିଚ୍ୟୁଟ ଅଫ ବାୟୋଜୋଜିରେ ପୃଥକ କରାଯାଇଥିଲା । ଏହି ଷ୍ଟ୍ରେନକୁ ଭାରତ ବାୟୋଟିକ ଟ୍ରାନ୍ସଫର କରାଯାଇଥିଲା । ’କୋଭିକ୍ସିନ’ ପ୍ରଥମ ଦେଶୀ ଭ୍ୟାକସନକୁ ହାଇଦ୍ରାବାଦର ଜିନୋମ ଭ୍ୟାଲିର ଅତି ସୁରକ୍ଷିତ ଲ୍ୟାବ ବିଏସଏଲ-3ରେ ପ୍ରସ୍ତୁତ କରାଯାଇଛି ।

କମ୍ପାନୀ ପ୍ରି-କ୍ଲିନିକାଲ ଅଧ୍ୟୟନ ଏବଂ ପ୍ରତିରୋଧ ପ୍ରତିକ୍ରିୟାର ରିପୋର୍ଟ ସରକାରଙ୍କୁ ଦାଖଲ କରିଛି। ଏହା ପରେ ଡିସିଜିଆଇ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ମାନବ ପରୀକ୍ଷଣର ପ୍ରଥମ ପର୍ଯ୍ୟାୟ ଏବଂ ଦ୍ୱିତୀୟ ପର୍ଯ୍ୟାୟକୁ ଅନୁମୋଦନ କରିଛନ୍ତି। ଏହା ସହିତ ଜୁଲାଇରେ ଦେଶରେ ଏହି ଟୀକା ପରୀକ୍ଷା ଆରମ୍ଭ ହେବାକୁ ଯାଉଛି।

’କୋଭିକ୍ସିନ’ ହେଉଛି ଭାରତରେ ନିର୍ମିତ ପ୍ରଥମ ଟିକା । ଏହାକୁ ପ୍ରସ୍ତୁତ କରିବାରେ ICMR ଏବଂ NIV ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି । ପରୀକ୍ଷଣର ଅନୁମୋଦନ ପାଇବାରେ DCGI ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି । ଭାରତ ବାୟୋଟେକର ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ଡ କୃଷ୍ଣା ଏଲ୍ଲାଙ୍କ ଅନୁଯାୟୀ, ଅନୁସନ୍ଧାନ ଏବଂ ବିକାଶ (ଆର ଆଣ୍ଡ ଡି) ଦଳର ଅକ୍ଲାନ୍ତ ଉଦ୍ୟମରେ ଏହି ମୂଲ୍ୟବାନ କାର୍ଯ୍ୟ ଫଳାଫଳ ଦେଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.