ହାଇଦ୍ରାବାଦ: ଅଗ୍ରଣୀ ଟିକା ନିର୍ମାତା ଭାରତ ବାୟୋଟେକ ଭାରତର ପ୍ରଥମ କୋରୋନା ଟିକା ବିକାଶ କରିଥିବା ଘୋଷଣା କରିଛି। ଭାରତ ବାୟୋଟେକର ଚେୟାରମ୍ୟାନ ତଥା ପରିଚାଳନା ନିର୍ଦ୍ଦେଶକ ଡ. କୃଷ୍ଣ ଇଲାଙ୍କ ସହ ଇଟିଭି ଭାରତର ସ୍ବତନ୍ତ୍ର ସାକ୍ଷାତକାର । ସେ ଏହି ଅବସରରେ ଟିକା ବିକାଶ କ୍ଷେତ୍ରରେ ପ୍ରମୁଖ ଆହ୍ବାନ, ଟ୍ରାଏଲ ଓ ବିଶ୍ବର ସବୁଠାରୁ ଶସ୍ତା କୋରୋନା ଟିକା ଯୋଗାଇଦେବାର ପ୍ରତିବଦ୍ଧତା ବିଷୟରେ କହିଛନ୍ତି।
ପ୍ରଶ୍ନ: ଟିକା ପାଇଁ ଏକ ଦୌଡ଼ ଚାଲିଛି । ଆପଣଙ୍କ କମ୍ପାନୀ ଏକ ସଫଳ ଟିକା ତିଆରିରେ ପ୍ରଥମ ହେବ କି ?
ଉତ୍ତର: ସାଧାରଣତଃ ପ୍ରତ୍ୟେକ ଟିକାର ବିକାଶ ପାଇଁ 14-15 ବର୍ଷ ସମୟ ଲାଗେ । 14-15 ବର୍ଷ ବଦଳରେ ଏକ ବର୍ଷରେ ଟିକା ଉତ୍ପାଦନ କରିବା ଆମ ସମସ୍ତଙ୍କ ପାଇଁ ଏକ ବଡ ଆହ୍ବାନ । ଏହା ପ୍ରତ୍ୟେକ ଉତ୍ପାଦକ ଓ ପ୍ରତ୍ୟେକ ନିୟନ୍ତ୍ରକ ପାଇଁ ସମାନ ହୋଇଥାଏ ।
ପ୍ରଶ୍ନ: ଆପଣ ଏହାକୁ କମ ସମୟ ମଧ୍ୟରେ ଉତ୍ପାଦନ କରିବାରେ ସକ୍ଷମ ହୋଇଛନ୍ତି । ବର୍ତ୍ତମାନ ଏହା ଏକ ସଫଳତା । କିନ୍ତୁ ଏହା ବିଶ୍ବସ୍ତରୀୟ ସହଯୋଗ ହେତୁ ହୋଇଛି କି? ଅନେକ ବୈଜ୍ଞାନିକ ତଥ୍ୟ ମଧ୍ୟ ସାଧାରଣରେ ଉପଲବ୍ଧ ହେଉଛି । କୌଣସି ବୈଜ୍ଞାନିକ ତଥ୍ୟ ଏଥିରେ ଆପଣଙ୍କୁ ସାହାଯ୍ୟ କରିଛି କି?
ଉତ୍ତର: COVID-19ରେ 2-3 ମାସ ପୂର୍ବରୁ ଅଧିକ ବୈଜ୍ଞାନିକ ତଥ୍ୟ ଉପଲବ୍ଧ ନଥିଲା । ବର୍ତ୍ତମାନ ଅନେକ ତଥ୍ୟ ଆସୁଛି । ମୁଁ ଖୁସି ଯେ, ଚାଇନା, ଆମେରିକା ଭଳି ବିଭିନ୍ନ ଦେଶ ବିଭିନ୍ନ ତଥ୍ୟକୁ ସର୍ବସାଧାରଣରେ ପ୍ରକାଶ କରୁଛନ୍ତି । ଯାହା ଏକ ଭଲ କଥା ।
କିନ୍ତୁ ନିର୍ମାତା ଦୃଷ୍ଟିକୋଣରୁ, କୌଣସି ତଥ୍ୟ ପ୍ରକାଶିତ ହୁଏ ନାହିଁ । କେବଳ କ୍ଲିନିକାଲ ତଥ୍ୟ ପ୍ରକାଶିତ ହୁଏ । ଦ୍ରବ୍ୟ ଉତ୍ପାଦନ ସର୍ବଦା ଏକ ବାଣିଜ୍ୟିକ ରହସ୍ୟ । ତେଣୁ ଏହାକୁ ସର୍ବସାଧାରଣରେ କେହି ପ୍ରକାଶ କରିବେ ନାହିଁ ।
ପେଟେଣ୍ଟ ପାଇଁ ମଧ୍ୟ କୌଣସି ଉତ୍ପାଦନ ପ୍ରକ୍ରିୟାଗତ ବିଭିନ୍ନ ତଥ୍ୟ ଉପସ୍ଥାପନ କରାଯାଏନାହିଁ । ସେମାନେ ଏହାକୁ କମ୍ପାନୀର ମାଲିକାନା ଓ ବୈଷୟିକ ଜ୍ଞାନ ଭାବରେ ସଂରକ୍ଷିତ କରିଥାନ୍ତି ।
ପ୍ରଶ୍ନ: ଟ୍ରାଏଲ ପ୍ରକ୍ରିୟା କିପରି ଆରମ୍ଭ ହୁଏ ଏବଂ ଟିକା ବଜାରକୁ ଆସିବା ପୂର୍ବରୁ ବିଭିନ୍ନ ପର୍ଯ୍ୟାୟ ସଂପର୍କରେ ଆମକୁ କହିପାରିବେ କି ?
ଉତ୍ତର: ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଭାଇରୋଲୋଜି(NIV), ପୁଣେ ଏହି ଭୂତାଣୁକୁ ଆଇସୋଲେଟ କରିଥିଲେ। ସେମାନେ ଭୂତାଣୁର ବିଭିନ୍ନ ଚାରିତ୍ରିକ ବୈଶିଷ୍ଟ୍ୟକୁ ଜଣାଇବା ସହ ତାକୁ ଆମକୁ ପ୍ରଦାନ କରିଥିଲେ । ତା’ପରେ ଆମେ ଗବେଷଣା ଓ ବିକାଶ ବିଭାଗ ଏବଂ ପରେ ଦ୍ରବ୍ୟ ପ୍ରସ୍ତୁତି ବିଭାଗକୁ ହସ୍ତାନ୍ତର କରିଥିଲୁ ।
ଯାହା ମଣିଷ ପାଇଁ ବ୍ୟବହୃତ ହୁଏ ତାହାକୁ ଦ୍ରବ୍ୟ ପ୍ରସ୍ତୁତି ବିଭାଗ(ଜିଏମପି)ରେ ପ୍ରସ୍ତୁତ କରାଯାଇଥାଏ । ଆମକୁ ତିନୋଟି ବ୍ୟାଚରେ ଏହାକୁ ଉତ୍ପାଦନ କରିବାକୁ ହୋଇଥାଏ । ଫଳରେ ବ୍ୟାଚରେ କୌଣସି ବିଭେଦ ନଥାଏ ।
ତିନୋଟି ବ୍ୟାଚ ଉତ୍ପାଦନ କରିବା ପରେ, ଆମେ ଏହାକୁ ଫର୍ମୁଲେଟ କରିଥାଉ । ତାପରେ ଆମେ ତିନୋଟି ପଶୁ ଟକ୍ସିକୋଲୋଜି ମୂଷା, ଠେକୁଆ ଏବଂ ମୂଷାଙ୍କ ଉପରେ ପ୍ରୟୋଗ କରିଥାଉ । ଆମେ ଟିକାର 1-2 ଡୋଜ ପଶୁ ମାନଙ୍କ ଉପରେ ପ୍ରୟୋଗ କରିଥାଉ। ଯେଉଁଥିରେ ବିଭିନ୍ନ ପ୍ରକ୍ରିୟା ଅନୁକରଣ କରାଯାଇଥାଏ ।
ଔଷଧ ପ୍ରସ୍ତୁତି ପରେ ଆମେ 1 ଓ 2 ପର୍ଯ୍ୟାୟରେ କ୍ଲିନିକାଲ ଫରେମସନ ପାଇଥାଉ । ପ୍ରଥମ ପର୍ଯ୍ୟାୟରେ 28 ଦିନ ପାଇଁ ଟ୍ରାଏଲ କରାଯାଇଥାଏ । ଏହା ସହ ସେରୋଲୋଜି ଆନାଲିସିସ COVID-19 ମୁକ୍ତ ବ୍ୟକ୍ତିଙ୍କ ସହ କରାଯାଇଥାଏ ।
ଆରଟି- ପିସିଆର ପରୀକ୍ଷା ପରେ ବ୍ୟକ୍ତିଙ୍କୁ ନିଯୁକ୍ତି ଦିଆଯାଇଥାଏ । ତାକୁ ଡୋଜ ଦିଆଯିବା ସହ 28 ଦିନର ସାମ୍ପୁଲ ସଂଗ୍ରହ କରାଯାଇଥାଏ । ତା’ପରେ ଆମେ ସେରୋଲୋଜି କରିଥାଉ । ଶରୀରରେ ପ୍ରସ୍ତୁତ ଆଣ୍ଟିବଡି ଭୂତାଣୁକୁ ବଢିବାକୁ ଦେଇ ନଥାଏ । ଯାହାକୁ ନ୍ୟୁଟ୍ରାଲାଇଜେସନ କୁହାଯାଏ ।
ଏହାପରେ ଆମେ ରକ୍ତ ନମୁନା ଏବଂ ଭୂତାଣୁକୁ ବିଏସଏଲ-3 ଲ୍ୟାବକୁ ଆଣିଥାଉ । ସେଥିରେ ଭୂତାଣୁ ଗୁଡିକ ବଂଶ ବିସ୍ତାର କରିବା ଠିକ ନୁହେଁ । ଏହାପରେ ଆମେ ଦ୍ବିତୀୟ ଓ ତୃତୀୟ ପର୍ଯ୍ୟାୟକୁ ଯାଇଥାଉ । ଏହା ଏକ ଲମ୍ବା ପ୍ରକ୍ରିୟା ହୋଇଥାଏ ।
ପ୍ରଶ୍ନ: ଆମେ ଏକ ଟିକା ସହିତ କେତେ ନିକଟତର?
ଉତ୍ତର: ନିଶ୍ଚିତ ଭାବରେ ଟିକା ଉପଲବ୍ଧ ହେବ । ଆମେ ତିନୋଟି ପ୍ଲାଟଫର୍ମରେ କାମ କରୁଛୁ । ଆମେ ନିଶ୍ଚିତ ଯେ ଦୁଇଟି ପ୍ଲାଟଫର୍ମରେ ଆମେ ନିଶ୍ଚୟ ସଫଳ ହେବୁ । ଦେଶରେ ଶହଶହ ଗବେଷଣା କରୁଥିବା କମ୍ପାନୀ ରହିଛି , ହେଲେ ଟିକା ଉତ୍ପାଦନ ଅଭିଜ୍ଞତା କିଛି ଅଳ୍ପ କମ୍ପାନୀଙ୍କର ହିଁ ରହିଛି ।
ପ୍ରଶ୍ନ: ଭାରତରେ 6ଟି କମ୍ପାନୀ ଏହି ତାଲିକାରେ ସ୍ଥାନ ପାଇଥିବା ନୀତି ଆୟୋଗ କହିଛନ୍ତି । ଏଥିରେ ଭାରତୀୟ ଔଷଧ ନିର୍ମାତାଙ୍କ ସ୍ଥିତି କିଭଳି । ଭାରତରେ ଗବେଷଣା ସଂସ୍ଥା ଓ ଉତ୍ପାଦକଙ୍କ ମଧ୍ୟରେ ଅନୁପାତ କେତେ ?
ଉତ୍ତର: ଭାରତରେ ଅଧିକାଂଶ ଔଷଧ ନିର୍ମାତା ଟିକା କ୍ଷେତ୍ରରେ ଅଛନ୍ତି । ଗବେଷଣା ସଂସ୍ଥା ବହୁତ କମ ଅଟନ୍ତି । ଗୁଣାତ୍ମକ ନିୟନ୍ତ୍ରଣ ଏବଂ ଟିକା ଅନୁସନ୍ଧାନରେ ସେମାନଙ୍କର ଅଭିଜ୍ଞତା ନାହିଁ |