ETV Bharat / bharat

ହ୍ୟାକରଙ୍କ ଟାର୍ଗେଟରେ ହ୍ବାଟ୍ସଆପ୍ ୟୁଜର

author img

By

Published : May 30, 2020, 1:01 PM IST

ସମଗ୍ର ବିଶ୍ବରେ ମେସେଜିଙ୍ଗ୍ ଆପ ମଧ୍ୟରେ ହ୍ବାଟ୍ସଆପ ଲୋକପ୍ରିୟତା ହାସଲ କରିଛି । କିନ୍ତୁ କୋରୋନା ମହାମାରୀ ମଧ୍ୟରେ ଏହି ଆପ୍ ବ୍ୟବହାରରେ 40% ବୃଦ୍ଧି ହୋଇଥିବା ସହ ଏହାର ଲୋକପ୍ରିୟତା ଆହୁରୀ ବୃଦ୍ଧି ପାଇଛି । କିନ୍ତୁ ସାବଧାନ ! ବର୍ତ୍ତମାନ ହ୍ୟାକର ମାନେ ନିରିହ ହ୍ବାଟ୍ସଆପ ୟୁଜରଙ୍କୁ ଟାର୍ଗେଟ କରୁଛନ୍ତି ।

whatsapp
ହ୍ୟାକରଙ୍କ ଟାର୍ଗେଟରେ ହ୍ବାଟ୍ସଆପ୍ ୟୁଜର

ନୂଆଦିଲ୍ଲୀ: ସମଗ୍ର ବିଶ୍ବରେ ମେସେଜିଙ୍ଗ୍ ଆପ ମଧ୍ୟରେ ହ୍ବାଟ୍ସଆପ ଲୋକପ୍ରିୟତା ହାସଲ କରିଛି । କିନ୍ତୁ କୋରୋନା ମହାମାରୀ ମଧ୍ୟରେ ଏହି ଆପ୍ ବ୍ୟବହାରରେ 40% ବୃଦ୍ଧି ହୋଇଥିବା ସହ ଏହାର ଲୋକପ୍ରିୟତା ଆହୁରୀ ବୃଦ୍ଧି ପାଇଛି । କିନ୍ତୁ ସାବଧାନ ! ବର୍ତ୍ତମାନ ହ୍ୟାକର ମାନେ ନିରିହ ହ୍ବାଟ୍ସଆପ ୟୁଜରଙ୍କୁ ଟାର୍ଗେଟ କରୁଛନ୍ତି ।

ୱାବେଟାଇଫୋ, ଏହା ଏକ ବ୍ଲଗ୍ ଯାହା ଆପରେ ଡେଭଲପମେଣ୍ଟକୁ ଟ୍ରାକ୍ କରେ । ଏକ ଟ୍ୱିଟରେ ଜରିଆରେ ନୂତନ ସ୍କାମକୁ ହାଇଲାଇଟ କରିଛି । ଯାହା ୟୁଜରଙ୍କୁ ଟାର୍ଗେଟ କରୁଛି । ଟ୍ୱିଟର ବ୍ୟବହାରକାରୀ ଡାରିଓ ନାଭାରୋଙ୍କ ପ୍ରଶ୍ନର ଉତ୍ତରରେ ୱେବସାଇଟ୍ ଲେଖିଛି ଯେ ‘ହ୍ବାଟ୍ସଆପ୍ କେବେ ତୁମର ତଥ୍ୟ ଏବଂ ଭେରିଫିକେସନ କୋର୍ଡ ସମ୍ବନ୍ଧରେ ପଚାରେନାହିଁ ’।

ନାଭାରୋ ଏକ ଆକାଉଣ୍ଟରୁ ହ୍ବାଟ୍ସଆପ୍ ମେସେଜ୍ ପାଇଥିଲେ । ଯାହା ହ୍ବାଟ୍ସଆପ୍ ଟେକ୍ନିକାଲ ଟିମ୍ ଦ୍ବାରା ପଠାଯାଇଥିବା ଦାବି କରିଥିଲେ । ତେବେ ମେସେଜରେ ହ୍ୟାକର ନାଭାରୋଙ୍କୁ ଛଅ ଅଙ୍କ ବିଶିଷ୍ଟ ଭେରିଫିକେସନ କୋଡ୍ ପ୍ରଦାନ କରି ନିଜର ହ୍ବାଟ୍ସଆପ୍ ଆକାଉଣ୍ଟ ପଞ୍ଜିକରଣ କରିବା ସମୟରେ ଏକ ମେସେଜ ମାଧ୍ୟମରେ ପଠାଯାଇଥିବା ପରିଚୟ ପ୍ରଦାନ କରିବାକୁ କହିଥିଲେ।

ତେବେ ଏଠାରେ କୌତୁହଳ କଥା ଏହା ଯେ ହ୍ୟାକର୍ ହ୍ବାଟ୍ଆପ୍ ଲୋଗୋକୁ ଆକାଉଣ୍ଟର ପ୍ରୋଫାଇଲ୍ ପିକ୍ଚର ଭାବରେ ବ୍ୟବହାର କରିଥିଲା । ଯାହା ଏକ ହ୍ବାଟ୍ସଆପ ୟୁଜର ଠାରୁ ଏପରି ମେସେଜ ଆସିଥିବା ସହଜରେ ବିଶ୍ବାସ କରିହେବନାହିଁ ।

ୱାବେଟାଇଫୋ ଦ୍ୱାରା ସୂଚିତ କରାଯାଇଥିବା ତଥ୍ୟ ଅନୁଯାୟୀ, ହ୍ବାଟ୍ସଆପ କେବେ ୟୁଜର ମାନଙ୍କୁ କିଛି ଘୋଷଣା କରିବାକୁ ବ୍ୟକ୍ତିଗତ ମେସେଜ ପଠାଇନଥାଏ । କମ୍ପାନୀ ନିଜ ବ୍ଲଗ ଏବଂ ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡଲ ବ୍ୟବହାର କରି ନିଜର ଘୋଷଣା କରିଥାଏ ।

ଅଲଗା ସମୟରେ ଯଦି କମ୍ପାନୀ ନିଜ ୟୁଜରମାନଙ୍କୁ କୌଣସି ମେସେଜ ପଠାଇବା ପାଇଁ ନିଷ୍ପତ୍ତି ନେଇଥାଏ ସେତେବେଳେ ମେସେଜ ୟୁଜରଙ୍କ ପାଖକୁ ଗ୍ରୀନ ଟିକ୍ ହୋଇ ଆକାଉଣ୍ଟରୁ ଆସିବ । ଏହା ଏକ ଭେରିଫିକେସନ ଆକାଉଣ୍ଟ ରୂପେ ସୂଚାଇବ । କିନ୍ତୁ କମ୍ପାନୀ କେବେ ୟୁଜରମାନଙ୍କୁ ସେମାନଙ୍କ ଭେରିଫିକେସନ କୋର୍ଡ ମାଗିନଥାଏ ।

ହ୍ବାଟ୍ସଆପର ସପୋର୍ଟ ପେଜରେ ସ୍ପଷ୍ଟ ଲେଖାଯାଇଥାଏ ଯେ ୟୁଜର ସେମାନଙ୍କ ଭେରିଫିକେସନ କୋର୍ଡ କାହା ସହ ସେୟାର କରିବେନି । ଜଣେ ୟୁଜର ସେତେବେଳେ ଏକ ନୂତନ ଭେରିଫିକେସନ କୋଡ୍ ପାଇବେ ଯେତେବେଳେ ଅନ୍ୟ କେହି ସେମାନଙ୍କ ଆକାଉଣ୍ଟକୁ ନେବାକୁ ଚେଷ୍ଟା କରୁଛନ୍ତି । ଯଦି ସେମାନେ ନିଜେ ତାହା ପଚାରି ନାହାଁନ୍ତି ।

ନିଜ ହ୍ବାଟଆପ୍ ଆକାଉଣ୍ଟ ସୁରକ୍ଷିତ ରଖିବାକୁ ଚାହୁଥିଲେ ଅନ୍ୟ କାହାକୁ ଭେରିଫିକେସନ କୋର୍ଡ ସେୟାର କରନ୍ତୁ ନାହିଁ । ଯଦି ଏପରି କିଛି ନୋଟିଫିକେସନ ଆପଣ ପାଉଛନ୍ତି ତେବେ ଏହାର ଅର୍ଥ କେହି ଜଣେ ତୁମର ଫୋନ ନଂ ନେଇ ପଞ୍ଜୀକରଣ କୋଡ ପାଇବାକୁ ଅନୁରୋଧ କରୁଛି । ଯଦି ଅନ୍ୟ ଜଣେ ୟୁଜର ପଞ୍ଜୀକୃତ ହେବା ପାଇଁ ନିଜ ନମ୍ବର ପ୍ରବେଶ କରିବାକୁ ଚେଷ୍ଟା କରିବାବେଳେ ତୁମର ନମ୍ବରକୁ ଭୁଲ୍ ଟାଇପ୍ କରନ୍ତି । ସେତେବେଳେ ମଧ୍ୟ ଏହା ଘଟିପାରେ ବୋଲି ହ୍ବାଟ୍ସଆପ କହିଛି ।

ଯଦି ଆପଣ କେବେ ଏହିପରି ସମସ୍ୟାରେ ଫସନ୍ତି ସେତେବେଳେ ଆପଣ ଏକ ସହଜ ଉପାୟ ଆପଣାଇବେ । ଯଦି ଆପଣ ନିଜ ହ୍ବାଟଆପ୍ ଆକାଉଣ୍ଟକୁ ଫେରି ପାଇବାକୁ ଚାହୁଁଛନ୍ତି ସେତେବେଳେ ଆପଣ ନିଜ ଫୋନ ନମ୍ବର ଯାଞ୍ଚ କରିବେ । ଏହା କରିବା ପରେ ଆପଣଙ୍କ ଆକାଉଣ୍ଟ ବ୍ୟବହାର କରୁଥିବା ହ୍ୟାକର ସ୍ୱୟଂଚାଳିତ ଭାବରେ ଲଗ୍ ଆଉଟ୍ ହୋଇଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.