ETV Bharat / bharat

ଗୃହ ଟିକସ ବୃଦ୍ଧି ପ୍ରସ୍ତାବ ପ୍ରତ୍ୟାହାର ଦାବିରେ ବିଜେପି ପକ୍ଷରୁ ବିକ୍ଷୋଭ - Berhampur News

ବ୍ରହ୍ମପୁର ମହାନଗର ନିଗମରେ ଗୃହ ଟିକସ ବୃଦ୍ଧି ପ୍ରସ୍ତାବକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବର୍ଦ୍ଧିତକର ଯୋଜନାକୁ ପ୍ରତ୍ୟାହାର ନକଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ଅଧିକ ପଢନ୍ତୁ...

berhampur-bjp-demand-repeal-of-the-house-tax-hike-proposal
ଗୃହ ଟିକସ ବୃଦ୍ଧି ପ୍ରସ୍ତାବ ପ୍ରତ୍ୟାହାର ଦାବୀରେ ବିଜେପି ପକ୍ଷରୁ ବିକ୍ଷୋଭ
author img

By

Published : Mar 11, 2020, 9:25 PM IST

ବ୍ରହ୍ମପୁର: ଗୃହ ଟିକସ ବୃଦ୍ଧିକୁ ବିଜେପିର ବିରୋଧ । ବ୍ରହ୍ମପୁର ମହାନଗର ନିଗମରେ ଗୃହ ଟିକସ ବୃଦ୍ଧି ପ୍ରସ୍ତାବକୁ ତୁରନ୍ତ ପ୍ରତ୍ୟାହାର କରିବା ଦାବିରେ ବିଜେପି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ଗୃହ ଟିକସ ବୃଦ୍ଧି ପ୍ରସ୍ତାବ ପ୍ରତ୍ୟାହାର ଦାବୀରେ ବିଜେପି ପକ୍ଷରୁ ବିକ୍ଷୋଭ

ବ୍ରହ୍ମପୁର ବିଜେପି ପକ୍ଷରୁ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଛନ୍ତି । ରାଜ୍ୟ ସରକାର ସାଧାରଣ ଜନତାଙ୍କ ଠାରୁ ବିଭିନ୍ନ ଉପାୟରେ କୋଟି କୋଟି ଟଙ୍କା କର ଆଦାୟ କରୁଛନ୍ତି । ଏହା ଗରିବଙ୍କ ପାଇଁ ଏକ ପ୍ରକାର କଷ୍ଟକର ହୋଇ ପଡୁଥିବା ଦାବି କରିଛନ୍ତି । ଅନ୍ୟ ମହାନଗରରେ ଜଳକର କମ୍‌ ଥିବା ବେଳେ ଦୀର୍ଘ ବର୍ଷ ଧରି ବ୍ରହ୍ମପୁର ମହାନଗର ନିଗମ ସହର ବାସୀଙ୍କ ଠାରୁ ଅଧିକ ଟଙ୍କା ଆଦାୟ କରୁଛନ୍ତି । ଲୋକଙ୍କ ସରଳତାର ସୁଯୋଗ ନେଇ ଗୃହ ଟିକସ ବୃଦ୍ଧି କରାଯାଉଥିବାରୁ ଏହାର ଜବାବ ସହରବାସୀ ପ୍ରଦାନ କରିବେ ବୋଲି କହିଛନ୍ତି ।ବ୍ରହ୍ମପୁରର ଏମ୍.କେ.ସି.ଜି ମେଡିକାଲର ଅବ୍ୟବସ୍ଥା ରହିଥିବା ବେଳେ ତାହାକୁ ଦୃଷ୍ଟି ଦିଆନଯିବା ଅତ୍ୟନ୍ତ ପରିତାପର ବିଷୟ ବୋଲି ଜିଲ୍ଲା ବିଜେପି କହିଛି।

ବର୍ଦ୍ଧିତକର ଯୋଜନାକୁ ପ୍ରତ୍ୟାହାର ନକଲେ ଆଗାମୀ ଦିନରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦିଆଯାଇଛି । ବିକ୍ଷୋଭରେ ଦଳର ପୂର୍ବତନ ଜିଲ୍ଲା ସଭାପତି କାହ୍ନୁ ଚ଼ରଣ ପତିଙ୍କ ନେତୃତ୍ବରେ ପ୍ରଶାନ୍ତ କର, ରାଜେଶ ସାହୁ, ଗୋପିନାଥ ପଣ୍ଡା, ନିରଞ୍ଜନ ପାଣିଗ୍ରାହୀ,ବିପିନ ବିହାରୀ ଦାସ, ପ୍ରଭାତ କିରଣ ଷଡଙ୍ଗୀ,ରାମ କୁମାର ପାତ୍ର , ପ୍ରଦୀପ ମିଶ୍ରଙ୍କ ସମେତ ଦଳର ମହିଳା ନେତ୍ରୀ ସୁବାଷିନୀ ପଟ୍ଟନାୟକ, ନମିତା ରାଣୀ ପଣ୍ଡା, ଏସ୍ ରାଣୀ ବହୁ କର୍ମକର୍ତ୍ତା ଉପସ୍ଥିତ ରହିଥିଲେ ।

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.