ETV Bharat / bharat

ବେଙ୍ଗାଲୁରୁ ହିଂସାକୁ ନେଇ କଂଗ୍ରେସକୁ ଘେରିଲା ବିଜେପି, ବିଏଲ ସନ୍ତୋଷ ଆଣିଲେ ଗମ୍ଭୀର ଅଭିଯୋଗ - ବିଏଲ ସନ୍ତୋଷ

ମଙ୍ଗଳବାର ବେଙ୍ଗାଲୁରୁ ହିଂସାକୁ ନେଇ କଂଗ୍ରେସ ଉପରେ ଗମ୍ଭୀର ଆରୋପ ଲଗାଇଲେ ବିଜେପି ଜାତୀୟ ସଂଗଠନ ମହାସଚିବ ବିଏଲ ସନ୍ତୋଷ । ପଢନ୍ତୁ ସମ୍ପୂର୍ଣ୍ଣ ଖବର...

bl sontosh
bl sontosh
author img

By

Published : Aug 12, 2020, 6:32 PM IST

ନୂଆଦିଲ୍ଲୀ: ବେଙ୍ଗାଲୁରରେ ଆପତ୍ତିଜନକ ଫେସବୁକ ପୋଷ୍ଟକୁ ନେଇ ସୃଷ୍ଟି ହୋଇଥିବା ହିଂସା ଏବେ ବଡ ପ୍ରସଙ୍ଗ ପାଲଟିଯାଇଛି । ଏହି ପ୍ରସଙ୍ଗରେ ଭାରତୀୟ ଜନତା ପାର୍ଟି ମହା ସଚିବ ବିଏଲ ସନ୍ତୋଷ କଂଗ୍ରେସର ତୁଷ୍ଟିକରଣ ରାଜନୀତିକୁ ଦାୟୀ କରିଛନ୍ତି । ସନ୍ତୋଷ ଅଭିଯୋଗ କରିଛନ୍ତି ବିଧାୟକଙ୍କ ଘରେ ଆକ୍ରମଣକୁ ଦଳ ନିନ୍ଦା କରିବା ବଦଳରେ ତୁଷ୍ଟିକରଣରେ ମାତିଛି ।

ମଙ୍ଗଳବାର ସଂଧ୍ୟାରେ କଂଗ୍ରେସ ବିଧାୟକଙ୍କ ସମ୍ପର୍କୀୟଙ୍କ ଏକ ଆପତ୍ତିଜନକ ଫେସବୁକ ପୋଷ୍ଟକୁ ନେଇ ପୂର୍ବ ବେଙ୍ଗାଲୁରୁ ହଠାତ ହିଂସାତ୍ମକ ହୋଇପଡିଥିଲା । ହିଂସାକାରୀଙ୍କ ପଥର ମାଡରେ 60 ରୁ ଉର୍ଦ୍ଧ୍ବ ପୋଲିସ କର୍ମୀ ଆହତ ହୋଇ ଏବେ ଚିକିତ୍ସିତ ହେଉଛନ୍ତି । ଭିଡକୁ ନିୟନ୍ତ୍ରଣ କରିବାକୁ ଯାଇ ପୋଲିସକୁ ଗୁଳି ଚଳାଇବାକୁ ପଡିଲା । ଉଭୟ ପକ୍ଷର ସଂଘର୍ଷରେ ବର୍ତ୍ତମାନ ସୁଦ୍ଧା 3 ଜଣଙ୍କ ମୃତ୍ୟୁ ଘଟିଛି ।

ଏହି ପୁରା ଘଟଣାରେ ଆଜି ( ବୁଧବାର) ବିଜେପି ରାଷ୍ଟ୍ରୀୟ ସଂଗଠନର ମହାସଚିବ ବିଏଲ ସନ୍ତୋଷ ମୁହଁ ଖୋଲିଛନ୍ତି । ସେ କଂଗ୍ରେସକୁ ଟାର୍ଗେଟ କରି କହିଛନ୍ତି ଅତିକମରେ ନିଜ ଦଳର ଜଣେ ଦଳିତ ବିଧାୟକଙ୍କ ଘରେ ଆକ୍ରମଣକୁ କଂଗ୍ରେସ ନିନ୍ଦା କରିବା ସହ ସ୍ଥିତି ବୁଝିବାର ଥିଲା ।

ସନ୍ତୋଷ ଆହୁରି କହିଛନ୍ତି ଉପଦ୍ରବକାରୀ ପୋଲିସ ଷ୍ଟେସନକୁ କ୍ଷତି ପହଞ୍ଚାଇଛନ୍ତି । ଜଣେ ଲୋକ ପ୍ରତିନିଧି ଘରକୁ ଆକ୍ରମଣ କରିଛନ୍ତି । ତଥାପି କଂଗ୍ରେସ କାହିଁକି ଚୁପ ? ବୋଲି ସେ ପ୍ରଶ୍ନ ଉଠାଇଛନ୍ତି । ସନ୍ତୋଷ ଆହୁରି କହିଛନ୍ତି ଘଟଣାର ଢେର ବିଳମ୍ବର କଂଗ୍ରେସର କର୍ଣ୍ଣାଟକ ଶାଖା ଚେତିଥିଲେ ମଧ୍ୟ ପୋଲିସର କାର୍ଯ୍ୟ ଦକ୍ଷତା ଉପରେ ପ୍ରଶ୍ନ ଉଠାଇଛି । କାହିଁକି କଂଗ୍ରେସ ଏଭଳି ଦଙ୍ଗାକାରୀଙ୍କୁ ସମର୍ଥନ କରୁଛି । କାହିଁକି କଂଗ୍ରେସ ସବୁବେଳେ ତୁଷ୍ଟିକରଣରେ ମାତିଛି ବୋଲି ସନ୍ତୋଷ କଂଗ୍ରେସ ଠାରୁ ଜବାବ ମାଗିଛନ୍ତି ।

ଏଠାରେ ସୂଚନାଯୋଗ୍ୟ ଯେ ବିଏଲ ସନ୍ତୋଷ ଜାତୀୟ ରାଜନୀତିକୁ ଆସିବା ପୂର୍ବରୁ ଦୀର୍ଘ ସମୟ ଧରି କର୍ଣ୍ଣାଟକରେ ସଂଘର ପ୍ରଚାରକ ରୂପେ କାର୍ଯ୍ୟ କରିବା ସହ କର୍ଣ୍ଣାଟକ ବିଜେପି ଶାଖାର ସାଧାରଣ ସମ୍ପାଦକ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.