ETV Bharat / bharat

ଗହଣା ଦୋକାନରେ ଏସଆଇଟି ଚଢାଉ, 13 ଗିରଫ - jewels

ବେଙ୍ଗାଲୁରର ଏକ ନାମୀଦାମୀ ଗହଣା ଦୋକାନରେ ଚଢାଉ । ଏକ ସ୍ବତନ୍ତ୍ର ଟିମ ଦ୍ବାରା ଚଢାଉ ସମୟରେ 20 କୋଟି ଟଙ୍କା ଗହଣା ଜବତ । ଏହି ମାମଲାରେ ଏବେ ସୁଦ୍ଧା 13 ଜଣଙ୍କୁ ଗିରଫ କରାଯାଇଥିବା ବେଳେ 5 ଜଣଙ୍କୁ ହେପାଜତକୁ ନିଆଯାଇଛି।

ଫାଇଲ ଫଟୋ
author img

By

Published : Jun 22, 2019, 12:42 PM IST

ବେଙ୍ଗାଲୁର: ଆଇଏମଏ ଗହଣା ଦୋକାନରେ ଚଢାଉ । ଏକ ସ୍ବତନ୍ତ୍ର ଟିମ ଦ୍ବାରା ଶୁକ୍ରବାର କର୍ଣ୍ଣାଟକର ଲେଡି କର୍ଜନ ରାସ୍ତାରେ ଏହି ଚଢାଉ କରାଯାଇଛି । ଗହଣା ଦୋକାନ ଚଢାଉ ସମୟରେ 20 କୋଟି ଟଙ୍କାର ସ୍ବର୍ଣ୍ଣ ଅଳଙ୍କାର ଜବତ କରାଯାଇଛି । ତେବେ କୋର୍ଟର ଅନୁମତି ନେବାର ଦିନକ ପରେ ହିଁ ଏହି ଚଢାଉ କରାଯାଇଥିଲା ।

ଖବର ଅନୁଯାୟୀ, ଏହି ଚଢାଉ ସକାଳ 10ଟାରୁ ଆରମ୍ଭ ହୋଇ ରାତି 9ଟା ପର୍ଯ୍ୟନ୍ତ ଚାଲିଥିଲା । ଜବତ ହୋଇଥିବା ସାମଗ୍ରୀ ମଧ୍ୟରେ 30 କେଜି ସୁନା ଅଳଙ୍କାର ଯାହାର ମୂଲ୍ୟ 8.5 କୋଟି, ହୀରାର ମୂଲ୍ୟ 9.5 କୋଟି ଓ 450 କେଜି ରୂପା ଯାହାର ମୂଲ୍ୟ 2 କୋଟି ଟଙ୍କା ହେବ ବୋଲି ସରକାରୀ ସୂତ୍ରରୁ ସୂଚନା ମିଳିଛି ।

ଘଟଣାରେ ସମ୍ପୃକ୍ତି ଥିବା 5ଜଣ ଆଇଏମଏ ନିର୍ଦ୍ଦେଶକଙ୍କୁ ହେପାଜତକୁ ମଧ୍ୟକୁ ନିଆଯାଇଛି । ସେମାନେ ହେଲେ ସାହାଦାବ ଅହମ୍ମଦ, ଇସରାର ଅହମ୍ମଦ, ମହମ୍ମଦ ଇଡରିସ ଓ ଉସମାନ ଆବରାଜ ବୋଲି ଜଣାପଡିଛି । ବର୍ତ୍ତମାନ ଏହି ମାମଲାରେ ଜଡିତ 13 ଜଣଙ୍କୁ ଗିରଫ କରାଯାଇସାରିଛି ।

Intro:Body:Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.