ETV Bharat / bharat

ବେଙ୍ଗାଲୁରୁ ହିଂସାକାଣ୍ଡ ମାମଲା, ନ୍ୟାୟିକ ହେପାଜତକୁ ଗଲା ଅଭିଯୁକ୍ତ ନବୀନ - Naveen sentenced to 14 days judicial custody

କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁର ସାମ୍ପ୍ରଦାୟିକ ହିଂସାକାଣ୍ଡ ମାମଲାରେ ଅଭିଯୁକ୍ତ ନବୀନକୁ 14 ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି ।

ବେଙ୍ଗାଲୁରୁ ହିଂସାକାଣ୍ଡ ମାମଲା, ନ୍ୟାୟିକ ହେପାଜତକୁ ଗଲା ଅଭିଯୁକ୍ତ ନବୀନ

author img

By

Published : Aug 17, 2020, 7:13 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁର ସାମ୍ପ୍ରଦାୟିକ ହିଂସାକାଣ୍ଡ ମାମଲାରେ ଅଭିଯୁକ୍ତ ନବୀନକୁ 14 ଦିନିଆ ନ୍ୟାୟିକ ହେପାଜତକୁ ପଠାଯାଇଛି । 11ତମ ଏସିଏମ୍ଏମ୍‌ କୋର୍ଟ ନବୀନଙ୍କୁ ନ୍ୟାୟିକ ହେପାଜତକୁ ପଠାଇବାକୁ ନିର୍ଦ୍ଦେଶ ଦେଇଛନ୍ତି । ଅଭିଯୁକ୍ତ ନବୀନ ଫେସବୁକରେ ହିଂସାତ୍ମକ ପୋଷ୍ଟ କରି ଗିରଫ ହୋଇଥିଲେ ।

ଭିଡିଓ କନଫରେନ୍ସ ଜରିଆରେ ଏହି ମାମଲାର ଶୁଣାଣି ହୋଇଥିଲା । ବେଙ୍ଗାଲୁରୁର ଡିଜେ ହଲି ଏବଂ କେ.ଜି ହଲି ପୋଲିସ ଷ୍ଟେସନ ଅଞ୍ଚଳରେ ଏହି ହିଂସାକାଣ୍ଡ ଘଟିଥିବା ବେଳେ ଉପଦ୍ରବକାରୀମାନେ ଷ୍ଟ୍ରିଟ୍ ଲାଇଟ ଭାଙ୍ଗି ଦେଇଥିଲେ । ଅନ୍ୟପକ୍ଷେ ରାସ୍ତାରେ ଓ ଦୋକାନରେ ଥିବା ସିସିଟିଭି ଗୁଡିକୁ ନଷ୍ଟ କରିଦେଇଥିଲେ । ଏପରିକି ରାସ୍ତା ଉପରେ ଥିବା 7-8 ଗାଡିରେ ନିଆଁ ଲଗାଇ ଦେଇଥିଲେ । ଏଥିରେ ପୋଲିସ ଭ୍ୟାନ ଓ ଡିସିପିଙ୍କ କାର୍ ମଧ୍ୟ ଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.