ବେଙ୍ଗାଲୁରୁ: ମହଙ୍ଗା ପଡିଲା ମୁଖ୍ୟମନ୍ତ୍ରୀଙ୍କୁ ଉପହାର ଭେଟି । କର୍ଣ୍ଣାଟକ ନବନିଯୁକ୍ତ ମୁଖ୍ୟମନ୍ତ୍ରୀ ବିଏସ୍ ୟେଦୁରପ୍ପାଙ୍କୁ ଉପହାର ଦେବା ବେଙ୍ଗାଲୁରୁ ମେୟରଙ୍କ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ମେୟର ଗଙ୍ଗାମ୍ବିକ୍ ମଲ୍ଲିକାର୍ଜ୍ଜୁନ ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କୁ ଯେଉଁ ଉପହାର ଦେଇଥିଲେ, ତାହା ଏକ ପ୍ଲାଷ୍ଟିକ୍ କଭର୍ ଦ୍ବାରା ଆବୃତ ହୋଇଥିଲା । ଏନେଇ ଏକ ଫଟୋ ଭାଇରାଲ ହେବା ପରେ ସେ 500 ଟଙ୍କାର ଜୋରିମାନା ଦେଇଛନ୍ତି । ପ୍ଲାଷ୍ଟିକ୍କୁ ଖବରକୁ ନେଇ ଗଙ୍ଗାମ୍ବିକ୍ ଚର୍ଚ୍ଚାର ପରିସରକୁ ଆସିଥିବାବେଳେ ଶାନ୍ତିପୂର୍ବକ ଜରିମାନା ଦେଇ ସେ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ।
ସୂଚନାନୁସାରେ, ଶନିବାର ଗଙ୍ଗାବିକ୍ ମୁଖ୍ୟମନ୍ତ୍ରୀ ୟେଦୁରପ୍ପାଙ୍କୁ ଭେଟିଥିଲେ । ଏହି ସମୟରେ ସେ ମୁଖ୍ୟମନ୍ତ୍ରୀଙ୍କୁ ଡ୍ରାଇ ଫ୍ରୁଟ୍ସର ଏକ ପ୍ୟାକେଟ୍ ଦେଇଥିଲେ । ଯେଉଁ ପ୍ୟାକେଟ୍ଟି ଏକ ପ୍ଲାଷ୍ଟିକ୍ କଭର୍ରେ ଢାଙ୍କି ହୋଇଥିଲା । ଗତ କିଛି ସପ୍ତାହ ତଳେ ନାଗରିକଙ୍କ ମଧ୍ୟରେ ପ୍ଲାଷ୍ଟିକ୍କୁ ନେଇ ସଚେତନା ସୃଷ୍ଟି କରୁଥିବା ମେୟର ଖୋଦ୍ ପ୍ଲାଷ୍ଟିକ୍ ଆଦୃତ ଉପହାର ଦେଇ ଚର୍ଚ୍ଚାକୁ ଆସିଥିଲେ ।