ETV Bharat / bharat

ନାମଫଳକରୁ 'କରାଚୀ' ନହଟାଇବାରୁ ମିଳିଲା ବିସ୍ଫୋରଣ ଧମକ - bomimg

ବେଙ୍ଗାଲୁରୁ କରାଚୀ ବେକରୀ ବୋର୍ଡରୁ 'କରାଚୀ' ଶଦ୍ଦକୁ ହଟାନଯିବାରୁ ବୋମା ବିସ୍ଫୋରଣ କରି ଷ୍ଟୋରକୁ ଉଡାଇ ଦେବାର ମିଳିଛି ଧମକ। ଘଟଣାକୁ ନେଇ ଥାନାରେ ମାମଲା ରୁଜୁ କରାଚୀ ବେକରୀର ଆଉଟଲେଟ ମ୍ୟାନେଜର ପି.ସୁକୁମାର। ଏ ଘଟଣାରେ ପୋଲିସର ତଦନ୍ତ ଦାବି ହୋଇଛି।

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ
author img

By

Published : Feb 28, 2019, 3:24 PM IST

ବେଙ୍ଗାଲୁରୁ: ପୁଲୱାମା ଆତଙ୍କି ହମଲା ଏବଂ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କୁ ବନ୍ଦୀ କରାଯିବା ପରେ ସାରା ଦେଶ କ୍ରୋଧର ନିଆଁରେ ଜଳୁଛି । ଯାହାର ପ୍ରଭାବ କରାଚୀ ବେକରୀ ଉପରେ ପଡିଛି । ବେଙ୍ଗାଲୁରୁ କରାଚୀ ବେକରୀ ବୋର୍ଡରୁ 'କରାଚୀ' ଶଦ୍ଦକୁ ହଟାନଯିବାରୁ ବୋମା ବିସ୍ଫୋରଣ କରି ଷ୍ଟୋର ଉଡାଇ ଦିଆଯିବାର ଧମକ ମିଳିଛି । ଘଟଣାକୁ ନେଇ ବୁଧବାର ରାତିରେ ବେଙ୍ଗାଲୁରୁ କରାଚୀ ବେକରୀର ଆଉଟଲେଟ ମ୍ୟାନେଜର ଥାନାରେ ମାମଲା ରୁଜୁ କରିଛନ୍ତି ।

ପୋଲିସର କହିବାନୁଯାୟୀ, ବେକରୀ ମ୍ୟାନେଜରକୁ ଫୋନରେ ଧମକ ଦେଇଥିବା ବ୍ୟକ୍ତି ଜଣକ ନିଜକୁ ଅଣ୍ଡର ୱାର୍ଲ୍ଡ ଡନ ବିକ୍କି ସେଟୀର ପରିଚୟ ଦେଇଛି । ସେପଟେ ମ୍ୟାନେଜର ପି ସୁକୁମାର ଇନ୍ଦିରାନଗର ଥାନାରେ ମାମଲା ରୁଜୁ କରିବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

ସୂଚନାମୁତାବକ, ପୁଲୱାମା ଆକ୍ରମଣର ପାଖାପାଖି ଗୋଟିଏ ସପ୍ତାହ ମଧ୍ୟରେ 15ରୁ 20 ଜଣ ଲୋକ ବେକରୀରେ ପଶି କରାଚୀ ନାମକୁ ନେଇ ପ୍ରଶ୍ନ ସୃଷ୍ଟି କରିଥିଲେ । ଏଥିସହ 'କରାଚୀ' ଶଦ୍ଦକୁ ହଟାଇବାକୁ ଦାବି ମଧ୍ୟ କରିଥିଲେ । ଉକ୍ତ ଘଟଣାରେ ପୋଲିସ 9 ଜଣକୁ ଗିରଫ କରିଛି । ଖାଲି ସେତିକି ନୁହେଁ, କରାଚୀ ବେକରୀ ନାଁ ସୋସିଆଲ ମିଡିଆରେ ମଧ୍ୟ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଭାରତ-ପାକିସ୍ତାନ ବିଭାଜନ ବେଳେ କରାଚୀ ବେକରୀର ମାଲିକ ଭାରତରେ ରହି ଯାଇଥିବା ଘଟଣା ଯାଞ୍ଚ ପରେ ଜଣାପଡିଥିଲା । ବର୍ତ୍ତମାନ ଷ୍ଟୋରର ବୋର୍ଡରୁ 'କରାଚୀ' ଶଦ୍ଦକୁ ଲୁଚାଇ ଦିଆଯାଇଛି ।

undefined

ଫେବ୍ରୁଆରୀ 14 ପୁଲୱାମା ଆକ୍ରମଣରେ ଦେଶର 40 ସିଆରପିଏଫ ଯବାନ ଶହୀଦ ହୋଇଥିଲେ। ଏହି ଆତ୍ମଘାତୀ ଆକ୍ରମଣରେ ଜୈସ-ଏ-ମହମ୍ମଦର ହାତ ଥିଲା। ଉକ୍ତ ଘଟଣା ପରେ ସାରା ଦେଶ ପାକିସ୍ତାନ ବିରୋଧୀ ହୋଇଛି।

Intro:Body:

ଗଞ୍ଜେଇ ବ୍ୟବସାୟୀଙ୍କ କବଜାରେ ରାୟଗଡା ଜିଲ୍ଲା

ରାୟଗଡା: ଗଞ୍ଜେଇ ବ୍ୟବସାୟୀଙ୍କ କବଜାରେ ରାୟଗଡ ଜିଲ୍ଲା । ଦିନକୁ ଦିନ ବଢିବାରେ ଲାଗିଛି ଗଞ୍ଜେଇ ଚୋରାଚାଲାଣ । ତେବେ ଆଜି ପୋଲିସ ହାତରେ ଧରାପଡିଛି ଜଣେ ଗଞ୍ଜେଇ ବ୍ୟବସାୟୀ । ରାୟଗଡ ସରକାରୀ ରେଳବାଇ ପୋଲିସ (ଜିଆରପି) ଓ ରେଳବାଇ ସୁରକ୍ଷା ବଳ(ଆରପିଏଫ) ପାଟ୍ରୋଲିଂ ସମୟରେ ପୋଲିସ କବଜାରେ ପଡିଥିଲା ବ୍ୟବସାୟୀ । 

ପ୍ରତିଦିନ ଭଳି ମଙ୍ଗଳବାର ରାତିରେ ମଧ୍ୟ ଚାଲିଥିଲା ପାଟ୍ରୋଲିଂ । ସେହି ସମୟରେ ରାସ୍ତାରେ ଏକ କଳା ରଙ୍ଗର ବ୍ୟାଗ ଧରି ବସିଥିଲା ଜଣେ ଯୁବକ । ତେବେ ସନ୍ଦେହ ହେବାରୁ ବ୍ୟାଗ ଯାଞ୍ଚ କରିଥିଲା ପୋଲିସ, ତେବେ ସେଥିରୁ ବାହାର କରିଥିଲା ଗଞ୍ଜେଇ । ପରେ ତାକୁ ଆରପିଏଫ ଥାନାରେ ଅଟକ ରଖାଯାଇ ପଚରାଉଚରା କରିବା ପରେ ଖୋର୍ଦ୍ଧାକୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ଜଣାପଡିଥିଲା । 

ଜଣେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ବ୍ୟାଗରୁ ୭କେଜି ୫ଶହ ଗ୍ରାମ ଗଞ୍ଜେଇ ବାହାର କରାଯାଇଥିଲା । ଯାହାର ଆନୁମାନିକ ମୂଲ୍ୟ ୫୦ ହଜାର ଟଙ୍କା ହେବ ବୋଲି ଜଣାପଡିଛି । ସେହିପରି ଅଟକ ଯୁବକର ନାମ ଯିଶୁକୃଷ୍ଣ ପରିଡା ଓ ତାଙ୍କ ଘର ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ତନାର ଗାଁ ବୋଲି ଜଣାପଡିଛି । 

ତାଙ୍କ ନାମରେ କେସ ନମ୍ବର ୫/୨୦୧୯ରେ ମାମଲା ରୁଜୁ କରାଯାଇ ଧାରା ୨୦(ବି)(॥)ବି-ଏନଡିପିଏସ ଆକ୍ଟ ଅନୁଯାୟୀ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ଜିଆରପିଏସ ଡିଏସପି କୈଳାସଚନ୍ଦ୍ର ବୁର୍ଦା ସୂଚନା ଦେଇଛନ୍ତି । 

ରାୟଗଡାରୁ ରଞ୍ଜନ ରଥ, ଇଟିଭି ନ୍ୟୁଜ 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.