ବେଙ୍ଗାଲୁରୁ: ପୂର୍ବତନ ମେଏରଙ୍କ ଫେକ୍ କୋରୋନା ରିପୋର୍ଟ । ବେଙ୍ଗାଲୁରୁ ହିଂସା ଓ ବିଧାୟକ ଅଖଣ୍ଡ ଶ୍ରୀନିବାସମୂର୍ତ୍ତୀଙ୍କ ଘରେ ନିଆଁ ଲାଗିବା ଘଟଣାରେ ପୂର୍ବତନ ମେଏର ସମ୍ପଥ ରାଜଙ୍କୁ ସିସିବି ପଚରାଉଚରା କରିବାକୁ ଚାହୁଁଥିଲା କିନ୍ତୁ ଯାଞ୍ଚରୁ ନିଜକୁ ବଞ୍ଚାଇବା ପାଇଁ ଫେକ୍ କୋରୋନା ରିପୋର୍ଟ ଦିଆଯାଇଥିଲା ।
ସିସିବି ହେବାବଲର ବାପିଷ୍ଟ ହସ୍ପିଟାଲରେ ଯାଇ ପହଞ୍ଚି ପଚରାଉଚରା କରିବା ପରେ ଏହି ଘଟଣା ସାମ୍ନାକୁ ଆସିଥିଲା । ସମ୍ପଥ ରାଜ, ଯାଞ୍ଚରୁ ବଞ୍ଚିବା ପାଇଁ ଏପରି କରିଥିଲେ । ଗିରଫ ହେବା ଭୟରେ ସେ ସେପ୍ଟେମ୍ବର 14ରେ ହସ୍ପିଟାଲରେ ଭର୍ତ୍ତି ହୋଇଯାଇଥିଲେ ।
ପୂର୍ବତନ ମେଏର ବର୍ତ୍ତମାନ ନିଖୋଜ ଅଛନ୍ତି । ପୋଲିସ ତାଙ୍କୁ ଖୋଜୁଛି। ଏପରିକି ତାଙ୍କ ସାଙ୍ଗ ମୋବାଇଲ୍ ମଧ୍ୟ ବନ୍ଦ ରହିଛି । ସିସିବି ଏସିପି ବେଣୁଗୋପାଲଙ୍କ ଦ୍ବାରା ତାଙ୍କ ପରିବାର ସଦସ୍ୟଙ୍କ ଯାଞ୍ଚ ହୋଇପାରେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ