ETV Bharat / bharat

ସୁନ୍ଦରବନରେ ଡଙ୍ଗା ଉପରକୁ ଲମ୍ଫ ମାରି ମତ୍ସଜୀବୀଙ୍କୁ ଟାଣିନେଲା ବେଙ୍ଗଲ ଟାଇଗର

author img

By

Published : Apr 30, 2020, 8:21 PM IST

ସୁନ୍ଦରବନରେ ଅଭାବନୀୟ ଘଟଣା । ଏକ ବେଙ୍ଗଲ ଟାଇଗର ଜଣେ ମତ୍ସ୍ୟଜୀବୀଙ୍କ ଡଙ୍ଗା ଉପରକୁ ଡେଇଁ 45 ବର୍ଷିୟ ମତ୍ସ୍ୟଜୀବୀଙ୍କୁ ସୁନ୍ଦରବନ ଭିତରକୁ ଟାଣି ନେଇଥିଲା । ଅଭୟାରଣ୍ୟ କର୍ତ୍ତୃପକ୍ଷ ଗୁରୁବାର ଏହି ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ...

Sunderbans
Sunderbans

କୋଲକାତା: ବିଶ୍ବର ସର୍ବବୃହତ ହେନ୍ତାଳବନ ତଥା ଜାତୀୟ ଓ ବ୍ୟାଘ୍ର ଅଭୟାରଣ୍ୟ ସୁନ୍ଦରବନରେ ଅଭାବନୀୟ ଘଟଣା । ଏକ ବେଙ୍ଗଲ ଟାଇଗର ଜଣେ ମତ୍ସ୍ୟଜୀବୀଙ୍କ ଡଙ୍ଗା ଉପରକୁ ଡେଇଁ 45 ବର୍ଷିୟ ମତ୍ସ୍ୟଜୀବୀଙ୍କୁ ସୁନ୍ଦରବନ ଭିତରକୁ ଟାଣି ନେଇଥିଲା । ଅଭୟାରଣ୍ୟ କର୍ତ୍ତୃପକ୍ଷ ଗୁରୁବାର ଏହି ସୂଚନା ଦେଇଛନ୍ତି ।

ସୂଚନା ମୁତାବକ ବୁଧବାର ସକାଳେ ଦକ୍ଷିଣ 24 ପରଗାନା ଜିଲ୍ଲାର ଗୋସାବା ବ୍ଲକର ଲାହିପୁର ଗାଁର ତିନି ଜଣ ବ୍ୟକ୍ତି ମାଛ ଧରିବାକୁ ଯାଇଥିଲେ ।

ସେମାନେ କାଲିଚର କ୍ରିକରେ ମାଛ ଧରୁଥିବାବେଳେ ଏକ ବାଘ ଡଙ୍ଗାରେ ଥିବା ସୁଜିତ ମୋଣ୍ଡାଲଙ୍କୁ ଆକ୍ରମଣ କରିଥିଲା । ଅଧିକାରୀ କହିଛନ୍ତି ଯେ ବାଘ ତାଙ୍କୁ ଜଙ୍ଗଲ ଭିତରକୁ ଟାଣି ନେଇଥିଲା । ମୋଣ୍ଡାଲଙ୍କ ମୃତଦେହ ଏପର୍ଯ୍ୟନ୍ତ ଉଦ୍ଧାର କରାଯାଇ ନାହିଁ ବୋଲି ସେ କହିଛନ୍ତି । ସୁନ୍ଦରବନ ରୟାଲ ବେଙ୍ଗଲ ଟାଇଗରଙ୍କ ପାଇଁ ପ୍ରସିଦ୍ଧ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.