ETV Bharat / bharat

ବୁଧବାର ପିଏମଙ୍କ ବୈଠକ ପାଇଁ ପଶ୍ଚିମବଙ୍ଗକୁ ମିଳିନି ସମୟ ସ୍ଲଟ

ବୁଧବାର ଦିନ ହେବାକୁ ଥିବା ପ୍ରଧାନମନ୍ତ୍ରୀଙ୍କ କୋଭିଡ ସମୀକ୍ଷା ବୈଠକରେ ପଶ୍ଚିମବଙ୍ଗ ସରକାର ସାମିଲ ଥିଲା । କିନ୍ତୁ ରାଜ୍ୟ ସଚିବାଳୟ ସୂତ୍ରରୁ ପ୍ରକାଶ ପାଇଛି ଯେ, ପଶ୍ଚିମବଙ୍ଗର ସ୍ଥିତି ସମୀକ୍ଷା କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ଦିଆଯାଇନାହିଁ । ଅଧିକ ପଢନ୍ତୁ...

ବୁଧବାର ପିଏମଙ୍କ ବୈଠକ ପାଇଁ ପଶ୍ଚିମବଙ୍ଗକୁ ମିଳିନି ସମୟ ସ୍ଲଟ
ବୁଧବାର ପିଏମଙ୍କ ବୈଠକ ପାଇଁ ପଶ୍ଚିମବଙ୍ଗକୁ ମିଳିନି ସମୟ ସ୍ଲଟ
author img

By

Published : Jun 16, 2020, 7:03 PM IST

ନୂଆଦିଲ୍ଲୀ: COVID-19 ମହାମାରୀ ପରିସ୍ଥିତିର ସମୀକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଭିନ୍ନ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । ଆଜି ଅଧା ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ କୋଭିଡ ପରିସ୍ଥିତି ସମୀକ୍ଷା କରିଛନ୍ତି । ଆସନ୍ତାକାଲି ଅଧିକ କୋରୋନା ପ୍ରଭାବିତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ । ଯେଉଁଥିରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ସାମିଲ ହେବେ । ବଙ୍ଗଳାର ସ୍ଥିତିର ସମୀକ୍ଷା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ସ୍ଲଟ୍ ଉଲ୍ଲେଖ କରାଯାଇ ନାହିଁ ।

ବୁଧବାର ଦିନ ହେବାକୁ ଥିବା ପ୍ରଧାନମନ୍ତ୍ରୀଙ୍କ କୋଭିଡ ସମୀକ୍ଷା ବୈଠକରେ ପଶ୍ଚିମବଙ୍ଗ ସରକାର ସାମିଲ ଥିଲା । କିନ୍ତୁ ରାଜ୍ୟ ସଚିବାଳୟ ସୂତ୍ରରୁ ପ୍ରକାଶ ପାଇଛି ଯେ, ପଶ୍ଚିମବଙ୍ଗର ସ୍ଥିତି ସମୀକ୍ଷା କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ସମୟ ଦିଆଯାଇନାହିଁ । କେତେବେଳେ ଏହି ବୈଠକ ହେବ ଓ କେତେବେଳେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏଥିରେ ଯୋଗ ଦେବେ ସେନେଇ କୌଣସି ଉଲ୍ଲେଖ କରାଯାଇନାହିଁ ।

ପ୍ରଧାନମନ୍ତ୍ରୀ 15ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଯୋଗାଯୋଗ କରିବାକୁ ଯୋଜନା କରିଛନ୍ତି ଯେଉଁଥିରେ ଦେଶରେ ସର୍ବାଧିକ COVID-19 ମାମଲା ରହିଛି । ପ୍ରଧାନମନ୍ତ୍ରୀ ଏକ ଭରଚୁଆଲ ମିଟିଙ୍ଗରେ ମୁଖ୍ୟମନ୍ତ୍ରୀମାନଙ୍କ ସହ କଥା ହେଇଛନ୍ତି । ପରିସ୍ଥିତିର ସମୀକ୍ଷା କରିବା ପାଇଁ ମଙ୍ଗଳବାର ଅପରାହ୍ନ 3 ଟାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ ମୋଦୀ 21 ଜଣ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.