ETV Bharat / bharat

ଦରମା କଟିବାରୁ ଶିକ୍ଷୟତ୍ରୀଙ୍କ ଆତ୍ମହତ୍ୟା - ଦରମା କଟିବାରୁ ଶିକ୍ଷୟତ୍ରୀ ଆତ୍ମହତ୍ୟା

ଦରମା କଟିବାରୁ ଶିକ୍ଷୟତ୍ରୀଙ୍କ ଆତ୍ମହତ୍ୟା । ଘଟଣାସ୍ଥଳରୁ ସୁଇସାଇଡ ନୋଟ ଜବତ । ଅଧିକ ପଢନ୍ତୁ....

teacher suicide
ଦରମା କଟିବାରୁ ଶିକ୍ଷୟତ୍ରୀ ଆତ୍ମହତ୍ୟା
author img

By

Published : Mar 8, 2020, 2:20 PM IST

କୋଲକାତା : ଦରମା କଟିବାରୁ ଶିକ୍ଷୟତ୍ରୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଏପରି ଘଟଣା ଘଟିଛି ଜଲପାଇଗୁରି ଜିଲ୍ଲାରେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହିତ ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ଏକ ସୁଇସାଇଡ ନୋଟ ଜବତ କରାଯାଇଛି।

teacher suicide
ଦରମା କଟିବାରୁ ଶିକ୍ଷୟତ୍ରୀ ଆତ୍ମହତ୍ୟା

ସୂଚନା ଅନୁସାରେ, ସିଲିଗୁଡିରେ ରହୁଥିବା 28 ବର୍ଷିୟା ଆଭ୍ରଜ୍ୟୋତି ବିଶ୍ବାସ ଏକ ଶିଳ୍ପ ତାଲିମ ଅନୁଷ୍ଠାନରେ (ଆଇଟିଆଇ)ରେ ପାର୍ଟ ଟାଇମ ଚାକିରି କରୁଥିଲେ । କଲେଜର ଅଧ୍ୟକ୍ଷ ରଣବୀର ସିଂ ବିଭିନ୍ନ ବାହାନା ଦେଖାଇ ଶିକ୍ଷୟତ୍ରୀଙ୍କ ଦରମା ବାରମ୍ବାର କାଟୁଥିଲେ । ଯେଉଁଥିପାଇଁ ସେ ଚିନ୍ତାରେ ରହୁଥିଲେ ବୋଲି ଶିକ୍ଷୟତ୍ରୀଙ୍କ ସହକର୍ମୀମାନେ କହିଛନ୍ତି । ଶିକ୍ଷୟତ୍ରୀଙ୍କ ମୃତଦେହ ମିଳିବା ପରେ, ସହକର୍ମୀମାନେ ଅଧ୍ୟକ୍ଷଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଶୁକ୍ରବାର ଦିନ ପାଠପଢା ବନ୍ଦ କରିଥିଲେ।

ସେପଟେ, ଶିକ୍ଷୟତ୍ରୀ ଜଣକ ଟାଇଫଏଡରେ ପୀଡିତ ଥିବା ବେଳେ ମଧ୍ୟ ଠିକ ସମୟରେ ଶ୍ରେଣୀକୁ ଆସୁଥିବା ସହକର୍ମୀ କହିଛନ୍ତି । ଅନ୍ୟପଟେ,ସହକର୍ମୀ ଶୁଭଶ୍ରୀ ମୌତ୍ର କହିଛନ୍ତି ଯେ, ଆଭ୍ରଜ୍ୟୋତି ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ,ଆଇଟିଆଇ କେନ୍ଦ୍ରକୁ ଆସିଥିଲେ । ଘରେ ଆର୍ଥିକ ସମସ୍ୟା ଥିବା କଥା ମଧ୍ୟ ତାଙ୍କୁ ଜଣାଇଥିଲେ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.