ETV Bharat / bharat

ମମତା ବାନାର୍ଜୀଙ୍କୁ ଦାୟିତ୍ବହୀନର ଟ୍ୟାଗ ଦେଲେ ରାଜ୍ୟପାଳ - mamata banrjee non esponsive approach

ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ପ୍ରସଙ୍ଗକୁ ନେଇ ଜରୁରୀକାଳୀନ ଭିତ୍ତିରେ ସୂଚନା ଦେବାକୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କହିଥିଲେ। କିନ୍ତୁ ଶନିବାର ରାତି ପର୍ଯ୍ୟନ୍ତ ସଚିବାଳାୟ ପକ୍ଷରୁ କୌଣସି ଉତ୍ତର ନଆସିବା ପରେ ରାଜ୍ୟପାଳ ରାଜ୍ୟ ସରକାରଙ୍କୁ ଦାୟିତ୍ବହୀନ କହିଥିଲେ ।

ମମତା ବାନାର୍ଜୀଙ୍କୁ ଦାୟିତ୍ବହିନତାର ଟ୍ୟାଗ ଦେଲେ ରାଜ୍ୟପାଳ

author img

By

Published : Oct 11, 2020, 10:34 AM IST

କୋଲକାତା: ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ପ୍ରସଙ୍ଗକୁ ନେଇ ରାଜ୍ୟପାଳ ଜଗଦୀପ ଧନଖଡ ଏବଂ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ମଧ୍ୟରେ ବିବାଦ ବଢି ବଢି ଚାଲିଛି । ତେବେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତିକୁ ନେଇ ଜରୁରୀକାଳୀନ ଭିତ୍ତିରେ ସୂଚନା ଦେବାକୁ ରାଜ୍ୟପାଳ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ କହିଥିଲେ। କିନ୍ତୁ ଶନିବାର ରାତି ପର୍ଯ୍ୟନ୍ତ ସଚିବାଳାୟ ପକ୍ଷରୁ କୌଣସି ଉତ୍ତର ନଆସିବା ପରେ ରାଜ୍ୟପାଳ ରାଜ୍ୟ ସରକାରଙ୍କୁ ଦାୟିତ୍ବହିନତା କହିଥିଲେ ।

ରାଜ୍ୟପାଳ ଏକ ଟ୍ୱିଟ୍ କରି କହିଛନ୍ତି, ମୋର ନିର୍ଦ୍ଦେଶ ବିଷୟରେ ମମତା ବାନାର୍ଜୀଙ୍କ କାର୍ଯ୍ୟାଳୟକୁ ସୂଚନା ଦିଆଯାଇଥଲା ଯେ ରାଜ୍ୟର ଆଇନ ଶୃଙ୍ଖଳା ପରିସ୍ଥିତି ବିଷୟରେ ମୁଖ୍ୟମନ୍ତ୍ରୀ ମୋତେ ତୁରନ୍ତ ଜଣାଇବା ଉଚିତ୍ । ଅପରାହ୍ନ 2ଟା ସୁଦ୍ଧା ଉତ୍ତର ଦେବାକୁ ମୁଖ୍ୟ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା ।

ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ମୁଖ୍ୟ ଶାସନ ସଚିବଙ୍କ ଠାରୁ ସନ୍ଧ୍ୟା ପର୍ଯ୍ୟନ୍ତ କୌଣସି ପ୍ରତିକ୍ରିୟା ନପାଇ ରାଜ୍ୟପାଳ ଟୁଇଟ୍ କରି କହିଥିଲେ, ଦୁର୍ଭାଗ୍ୟବଶତଃ ମୁଖ୍ୟ ଶାସନ ସଚିବ ଏବଂ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହାର ଉତ୍ତର ମିଳିନାହିଁ। ଏପଟେ ପଶ୍ଚିମବଙ୍ଗ କଂଗ୍ରେସର ମୁଖ୍ୟ ଆଧୀର ରଂଜନ ଚୌଧୁରୀ ଅଭିଯୋଗ କରିଛନ୍ତି ଯେ, ରାଜ୍ୟରେ ଆଇନ ଶୃଙ୍ଖଳା ଭାଙ୍ଗି ପଡିଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.