ETV Bharat / bharat

କୋରୋନା ମୃତକଙ୍କୁ ଶ୍ମଶାନରେ ମିଳିଲାନି ସ୍ଥାନ, ଘର ନିକଟରେ ହେଲା ଅନ୍ତିମ ସତ୍କାର - କୋରୋନା ମୃତକଙ୍କୁ ଶ୍ମଶାନରେ ମିଳିଲାନି ସ୍ଥାନ

କୋରୋନା ମୃତକଙ୍କୁ ଶ୍ମଶାନରେ ମିଳିଲାନି ସ୍ଥାନ । ଗାଁ ଶ୍ମଶାନରେ ଶବଦାହ ନ କରିବା ପାଇଁ ଗ୍ରାମବାସୀ କଲେ ବାରଣ । ଅଧିକ ପଢନ୍ତୁ.....

Bengal Family Forced To Bury 70-Year-Old COVID-19 Patient Outside Home
କୋରୋନା ମୃତକଙ୍କୁ ଶ୍ମଶାନରେ ମିଳିଲାନି ସ୍ଥାନ, ଘର ନିକଟରେ ହେଲା ଅନ୍ତିମ ସତ୍କାର
author img

By

Published : Jul 27, 2020, 9:15 AM IST

କୋଲକାତା: କୋରୋନା ମୃତକଙ୍କୁ ଶ୍ମଶାନରେ ମିଳିଲାନି ସ୍ଥାନ ଘର ନିକଟରେ ଅନ୍ତିମସଂସ୍କାର କରିବାକୁ ବାଧ୍ୟ ହେଲେ ପରିବାର ଲୋକେ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପଶ୍ଚିମବଙ୍ଗର ପୂର୍ବ ମେଦିନପୁର ଜିଲ୍ଲାରେ । କୋଲାଘାଟ ଅଞ୍ଚଳରେ ରହୁଥିବା 70 ବର୍ଷିୟ ସନାତନ ପ୍ରଧାନ ନାମକ ଜଣେ ବ୍ୟକ୍ତି ରବିବାର ଦିନ ଅସୁସ୍ଥ ହୋଇପଡିଥିଲେ । ପରେ ପରିବାର ଲୋକେ ତାଙ୍କୁ ମେଡିକାଲକୁ ନେଇଥିଲେ । ତାଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ଜଣାପଡିଥିଲା ଯେ ସେ କୋରୋନାରେ ଆକ୍ରାନ୍ତ । ପରେ ସନାତନଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡିବାକୁ ଲାଗିଥିଲା ।

ଏନେଇ ପରିବାର ଲୋକେ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ହେଲେ ଆମ୍ବୁଲାନ୍ସ ପହଞ୍ଚିବା ବେଳକୁ ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଆମ୍ବୁଲାନ୍ସ ମୃତଦେହକୁ ନେବା ପାଇଁ ମନା କରିବା ସହ ଏହା ପୋଲିସର କାମ ବୋଲି ଛାଡି ପଳାଥିଲେ । ଦୀର୍ଘ ଘଣ୍ଟା ଅପେକ୍ଷା କରିବା ପରେ କିଛି ଲୋକେ ଆସି ପିପିଇ କିଟ ଦେବା ସହ ସନାତନଙ୍କ ଦୁଇ ପୁଅ ବାପାଙ୍କ ଅନ୍ତିମସଂସ୍କାର କରିବା ପାଇଁ କହି ପଳାଇ ଯାଇଥିଲେ ।

ସେପଟେ, ଗାଁ ଶ୍ମଶାନରେ ଅନ୍ତିମସଂସ୍କାର କରିବା ପାଇଁ ପରିବାର ଲୋକେ ପ୍ରସ୍ତୁତି ହେଉଥିବା ବେଳେ ଗ୍ରାମବାସୀ ବାରଣ କରିଥିଲେ। କୋରୋନା ସଂକ୍ରମିତଙ୍କ ମୃତଦେହ ଗାଁରେ ଶ୍ମଶାନରେ ସମାଧି ଦିଆଯାଇପାରିବ ନାହିଁ ବୋଲି କହିଥିଲେ । ଫଳରେ ପରିବାର ଲୋକେ ବାଧ୍ୟ ହୋଇ ଘର ନିକଟରେ ସମାଧି ଦେଇଥିଲେ । ତେବେ, ମୃତକଙ୍କ ପରିବାରର ସ୍ବାବ ସଂଗ୍ରହ କରିବା ପାଇଁ ମେଡିକାଲ କର୍ତ୍ତୃପକ୍ଷଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ସ୍ବାବ ସଂଗ୍ରହ ପାଇଁ ଆସୁ ନ ଥିବା ଅଭିଯୋଗ ହୋଇଛି । ସେପଟେ,ପଞ୍ଚାୟତର ଜଣେ ସଦସ୍ୟ କହିଛନ୍ତି ମୃତକଙ୍କ ପରିବାର ଲୋକଙ୍କ ସୋମବାର କୋରୋନା ପରୀକ୍ଷା କରାଯିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.