ETV Bharat / bharat

ପଶ୍ଚିମବଙ୍ଗରେ ରାତ୍ରୀକାଳୀନ କର୍ଫ୍ୟୁ ସମୟରେ କୋହଳ - ପଶ୍ଚିମବଙ୍ଗରେ ରାତ୍ରୀକାଳୀନ କର୍ଫ୍ୟୁର ସମୟ ହ୍ରାସ

ଶୁକ୍ରବାର ମମତା ଘୋଷଣା କରିଛନ୍ତି ରାତିରେ ଜାରି ହେଉଥିବା କଟକଣା ସମୟରେ ଏକଘଣ୍ଟା କମ କରିଦିଆ ଯାଇଛି । ପୂର୍ବରୁ ରାତି 9ରୁ ଭୋର 5 ଯାଏଁ କର୍ଫ୍ୟୁ ଜାରି ରହୁଥିବାବେଳେ ଏବେ ତାହା ରାତି 10ରୁ ଭୋର 5 ଯାଏଁ ଲାଗୁ ରହିବ ବୋଲି ମମତା କହିଛନ୍ତି । ଅଧିକ ପଢନ୍ଚୁ..

ପଶ୍ଚିମବଙ୍ଗରେ ରାତ୍ରୀକାଳୀନ କର୍ଫ୍ୟୁର ସମୟ ହ୍ରାସ

author img

By

Published : Jun 26, 2020, 7:43 PM IST

କୋଲକାତା: ରାଜ୍ୟରେ ବୃଦ୍ଧି ପାଉଥିବା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଖି ପଶ୍ଚିମବଙ୍ଗରେ ଲକଡାଉନ ସମୟସୀମା ବୃଦ୍ଧି କରାଯାଇଛି । ଜୁଲାଇ ଶେଷ ଯାଏଁ ରାଜ୍ୟରେ କଟକଣା ଲାଗୁ ରହିଛି । ତେବେ ଏହି ସମୟରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରାତ୍ରୀକାଳୀନ କର୍ଫ୍ୟୁର ସମୟ ହ୍ରାସ କରିଛନ୍ତି ।

ଶୁକ୍ରବାର ଏନେଇ ମମତା ଘୋଷଣା କରିଛନ୍ତି । ରାତିରେ ଜାରି ହେଉଥିବା କଟକଣା ସମୟରେ ଏକଘଣ୍ଟା କମ କରିଦିଆ ଯାଇଛି । ପୂର୍ବରୁ ରାତି 9ରୁ ଭୋର 5 ଯାଏଁ କର୍ଫ୍ୟୁ ଜାରି ରହୁଥିବାବେଳେ ଏବେ ତାହା ରାତି 10ରୁ ଭୋର 5 ଯାଏଁ ଲାଗୁ ରହିବ ବୋଲି ମମତା କହିଛନ୍ତି । ପୂର୍ବରୁ ପଶ୍ଚିମବଙ୍ଗ ସରକାର ଜୁଲାଇ 31 ଯାଏଁ ଲକଡାଉନ ସମୟସୀମା ବୃଦ୍ଧି କରିଛନ୍ତି ।

ଏହାସହ ସେ କହିଛନ୍ତି ଯେ ଜୁଲାଇ 1ରୁ କୋଲକାତା ମେଟ୍ରୋ ସର୍ଭିସ ଆରମ୍ଭ କରିବାର ସରକାର ଯୋଜନା କରିଛନ୍ତି । କିନ୍ତୁ ଏଥିରେ ସମସ୍ତ ସିଟ୍ ଭର୍ତ୍ତି ହେବା ଦରକାର । କୌଣସି ଯାତ୍ରୀ ଯେପରି ଛିଡା ନହୋଇ ଯିବେ ସେଥିପ୍ରତି ଦୃଷ୍ଟି ଦେବାକୁ ପଡିବ ବୋଲି ମମତା କହିଛନ୍ତି । ସୂଚନାଯୋଗ୍ୟ ଯେ କେନ୍ଦ୍ର ସରକାରଙ୍କ ପକ୍ଷରୁ 4ଟି ଲକଡାଉନ ପରେ ପଞ୍ଚମ ପର୍ଯ୍ୟାୟରେ ଅନଲକ୍ 1 ଘୋଷଣା କରାଯାଇଛି । ଏଥିରେ କେବଳ କଣ୍ଟେନମେଣ୍ଟ ଜୋନରେ ହିଁ ଲକଡାଉନ ଲାଗୁ ହେବ ବୋଲି ସରକାର ସୂଚନା ଦେଇଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.