ETV Bharat / bharat

ବିହାର, ଉତ୍ତରପ୍ରଦେଶ ପରି ପଶ୍ଚିମବଙ୍ଗରେ ଚାଲିଛି ମାଫିଆ ରାଜ: ବିଜେପି ନେତା - ପଶ୍ଚିମବଙ୍ଗରେ ବିଜେପି ନେତାଙ୍କୁ ହତ୍ୟା

ବିହାର , ଉତ୍ତରପ୍ରଦେଶ ପରି ପଶ୍ଚିମବଙ୍ଗରେ ଚାଲିଛି ମାଫିଆ ରାଜ । ପଶ୍ଚିମବଙ୍ଗରେ ବିଜେପି ନେତାଙ୍କ ହତ୍ୟା ଉପରେ ବୟାନ ଦେଇ ଏପରି କହିଛନ୍ତି ଖୋଦ ବିଜେପିର ଜଣେ ନେତା । ଅଧିକ ପଢନ୍ତୁ...

ବିହାର, ଉତ୍ତରପ୍ରଦେଶ ପରି ପଶ୍ଚିମବଙ୍ଗରେ ଚାଲିଛି ମାଫିଆ ରାଜ

author img

By

Published : Oct 6, 2020, 12:16 PM IST

କୋଲକାତା: ପଶ୍ଚିମବଙ୍ଗରେ ବିଜେପି କର୍ମୀଙ୍କୁ ଗୁଳି କରି ହତ୍ୟା ଘଟଣା । ଏହି ଘଟଣାରେ ବିଜେପି ସଭାପତି ଦିଲ୍ଲୀପ ଘୋଷ ଉତ୍ତରପ୍ରଦେଶ ଓ ବିହାରର ପରି ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ କହି ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଛନ୍ତି । ସେପଟେ ଏହି ବୟାନକୁ ନେଇ ତୃଣମୂଳ କଂଗ୍ରେସ କହିଛି ଖୋଦ ବିଜେପି ନେତା ହିଁ ମାନୁଛନ୍ତି ଏହି ଦୁଇ ରାଜ୍ୟରେ ଚାଲିଛି ମାଫିଆ-ରାଜ ।

ଘୋଷ ବିଜେପି ନେତାଙ୍କ ହତ୍ୟାକାଣ୍ଡରେ ଗଣମାଧ୍ୟମକୁ ସାକ୍ଷାତକାର କରି କହିଥିଲେ, ଦିନକୁ ଦିନ ପଶ୍ଚିମବଙ୍ଗରେ ଆଇନ ଶୃଙ୍ଖଳା ବିଗିଡିବାରେ ଲାଗିଛି । ଏଠି ଉତ୍ତରପ୍ରଦେଶ ଓ ବିହାର ପରି ମାଫିଆ ରାଜ ଚାଲିଛି । ସେ ଆହୁରି କହିଛନ୍ତି, ଶୁକ୍ଲାଙ୍କ ପରି ଜଣେ ଜନ ନେତାଙ୍କୁ ହତ୍ୟା କରିବା ଷଡଯନ୍ତ୍ରରେ ପୋଲିସ ହାତରେ ରହିଛି।

ଯଦି ଏପରି ଅରାଜକ ପରିସ୍ଥିତି ଜାରି ରହେ ତେବେ ରାଜ୍ୟରେ ମୁକ୍ତ ଏବଂ ନିରପେକ୍ଷ ମତଦାନ ସମ୍ଭବ ହେବ କି ବୋଲି ଘୋଷ ପ୍ରଶ୍ନ କରିଛନ୍ତି। ତେବେ ଆସନ୍ତା ବର୍ଷ ରାଜ୍ୟରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଗତ କିଛି ବର୍ଷ ମଧ୍ୟରେ ରାଜ୍ୟରେ 120 ରୁ ଅଧିକ ବିଜେପି କର୍ମୀ ନିହତ ହୋଇଥିଲେ। ଏହାକୁ ନେଇ ଟିଏମସି ନେତୃତ୍ବ ଘୋଷଙ୍କ ମନ୍ତବ୍ୟ ପାଇଁ ଥଟ୍ଟା କରିଥିଲେ।

ରବିବାର ପଶ୍ଚିମବଙ୍ଗର ଉତ୍ତର 24 ପ୍ରଗଣା ଜିଲ୍ଲାରେ ରବିବାର ରାତିରେ କିଛି ଦୁର୍ବୃତ୍ତ ବାଇକରେ ଆସି ବିଜେପି ନେତା ମନୀଷ ଶୁକ୍ଲାଙ୍କୁ ମାରି ହତ୍ୟା କରିଥିଲେ । ଶୁକ୍ଲାଙ୍କ ହତ୍ୟା ଜିଲ୍ଲାର ଟିଟାଗଡ ପୋଲିସ ଷ୍ଟେସନ ନିକଟରେ ଘଟିଥିଲା । ଏହାକୁ ନେଇ ପଶ୍ଚିମବଙ୍ଗରେ ଉତ୍ତେଜନା ମୂଳକ ପରିସ୍ଥିତି ଜାରି ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.