ETV Bharat / bharat

ବେଲି ଡ୍ୟାନ୍ସ ଦେଖାଇ ନିବେଶକଙ୍କୁ ଆକୃଷ୍ଟ କରୁଛି ପାକ୍‌ - ବେଲି ଡ୍ୟାନ୍ସ କରି ନିବେଶକଙ୍କୁ ଆକୃଷ୍ଟ

ବିଦେଶୀ ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ମହିଳାଙ୍କ ଦ୍ବାରା ବେଲି ଡ୍ୟାନ୍ସ କରାଉଛି ପାକିସ୍ତାନ ।

ଫଟୋ ସୌଜନ୍ୟ: ଟ୍ବିଟର@@GulBukhari
author img

By

Published : Sep 8, 2019, 11:31 PM IST

ଇସଲାମାବାଦ: ଆର୍ଥିକ ସଙ୍କଟ ମଧ୍ୟରେ ଗତି କରୁଥିବା ପାକିସ୍ତାନ ଏବେ ଦେଶରେ ବିଦେଶୀ ପୁଞ୍ଜି ଆଣିବାକୁ ଭିନ୍ନ ଏକ ଉପାୟ ଆପଣାଇଛି । ବିଦେଶୀ ନିବେଶକଙ୍କୁ ଆକୃଷ୍ଟ କରିବା ପାଇଁ ମହିଳାଙ୍କ ଦ୍ବାରା ବେଲି ଡ୍ୟାନ୍ସ କରାଉଛି ପାକିସ୍ତାନ ।

ଭିଡିଓ ସୌଜନ୍ୟ: ଟ୍ବିଟର@@GulBukhari

ପାକିସ୍ତାନର ଶରହଦ ଚ୍ୟାମ୍ବର ଅଫ୍ କର୍ମସ ଆଣ୍ଡ ଇଣ୍ଡଷ୍ଟ୍ରୀ ପକ୍ଷରୁ ଅଜରବୈଜାନ ଦେଶର ରାଜଧାନୀ ବାକୁରେ ପୁଞ୍ଜି ନିବେଶ ପାଇଁ ଏକ କନଫରେନ୍ସ ଆୟୋଜନ କରାଯାଇଥିଲା। ପାକିସ୍ତାନ ପାଇଁ ପୁଞ୍ଜି ଯୋଗାଡ଼ କରିବା ଏହି ସମ୍ମିଳନୀର ମୂଳ ଲକ୍ଷ୍ୟ ଥିଲା । ତେବେ ଏହି କାର୍ଯ୍ୟକ୍ରମରେ ପାକିସ୍ତାନର ଭିତ୍ତିଭୂମି ଓ ବ୍ୟବସାୟିକ ସୁବିଧା ସୁଯୋଗର ତଥ୍ୟ ଦେବା ସହ ଏଥିରେ ଭାଗ ନେଇଥିବା ନିବେଶକଙ୍କୁ ମନୋରଞ୍ଜନ କରିଥିଲା । କାର୍ଯ୍ୟକ୍ରମ ପରେ ବେଲି ଡ୍ୟାନ୍ସର୍ସ ମଞ୍ଚକୁ ଆସି ନୃତ୍ୟ ପରିବେଷଣ କରିଥିଲେ ।

ଏହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଭିଡିଓରେ 3 ଜଣ ବେଲି ଡ୍ୟାନ୍ସର ମଞ୍ଚରେ ନୃତ୍ୟ ପରିବେଷଣ କରୁଥିବା ନଜର ଆସିଛନ୍ତି । ଯାହାକୁ ନେଇ ବିଭିନ୍ନ ମହଲରେ ପାକିସ୍ତାନୁ ସମାଲୋଚନା କରାଯାଉଛି।

sample description
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.