ETV Bharat / bharat

ହିନ୍ଦୁ ଧର୍ମ ଗ୍ରହଣ କଲେ ୫୦ ମୁସଲିମ ପରିବାରର ୨୫୦ ସହସ୍ୟ

author img

By

Published : Aug 6, 2020, 6:33 PM IST

ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଅବସରରେ ବୁଧବାର ଦିନ ବାରମର ସହର, ପାୟଲ କଲ୍ଲା ପଞ୍ଚାୟତ ସମିତି, ମୋତିସରା ଗାଁରେ ବାସ କରୁଥିବା 50 ମୁସଲମାନ ପରିବାର ୨୫୦ ସହସ୍ୟ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ...

ହିନ୍ଦୁ ଧର୍ମ ଗ୍ରହଣ କଲେ ୫୦ ମୁସଲମାନ ପରିବାରର ୨୫୦ ସହସ୍ୟ

ଜୟପୁର: ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ଅବସରରେ ବୁଧବାର ଦିନ ବାରମର ସହର, ପାୟଲ କଲ୍ଲା ପଞ୍ଚାୟତ ସମିତି, ମୋତିସରା ଗାଁରେ ବାସ କରୁଥିବା 50 ମୁସଲମାନ ପରିବାର ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି । ହିନ୍ଦୁ ଧର୍ମ ଗ୍ରହଣ କରିଥିବା ପରିବାରର ଜଣେ ବୟସ୍କ ବ୍ୟକ୍ତି କହିଛନ୍ତି ଯେ, ତାଙ୍କ ପୂର୍ବଜ ହିନ୍ଦୁ ଥିଲେ । ଏହା ଜାଣିବା ପରେ ସେମାନେ କାହା ଚାପରେ ନ ପଡି ସ୍ୱଇଚ୍ଛାରେ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି ।

ସେ କହିଛନ୍ତି ଯେ ମୁଗଲ ଶାସନ ସମୟରେ ମୁସଲମାନମାନେ ସେମାନଙ୍କ ପୂର୍ବଜଙ୍କୁ ଡରାଇ ଧମକାଇ ଇସଲାମ ଧର୍ମ ଗ୍ରହଣ କରାଇଥିଲେ । ଆମର ରୀତିନୀତି ସମଗ୍ର ହିନ୍ଦୁ ଧର୍ମ ସହିତ ଜଡିତ । ପୂର୍ବଜଙ୍କ ବିଷୟରେ ସବୁ କଥା ଜାଣିବା ପରେ ସେମାନେ ପୁଣିଥରେ ହିନ୍ଦୁ ଧର୍ମ ଗ୍ରହଣ କରିବାକୁ ନିଷ୍ପତ୍ତି ନେଇଥିଲେ । ତା’ପରେ ସେମାନେ ନିଜ ବାସଭବନରେ ଯଜ୍ଞ କରି ପଇତା ପିନ୍ଧି ପରିବାରର ୨୫୦ ସଦସ୍ୟ ପୁଣିଥରେ ହିନ୍ଦୁ ଧର୍ମ ଗ୍ରହଣ କରିଛନ୍ତି ।

ଗାଁର ଆଉ ଏକ ପରିବାର କହିଛନ୍ତି ଯେ ସେମାନେ କଞ୍ଚନ ଧାଢ଼ି ସମ୍ପ୍ରଦାୟର ଏହି ପରିବାର ଗତ କିଛି ବର୍ଷରୁ ହିନ୍ଦୁ ରୀତିନୀତି, ପର୍ବ ପାଳନ କରିଆସୁଛନ୍ତି । ଏମାନେ ପ୍ରତିବର୍ଷ ନିଜ ଘରେ ହିନ୍ଦୁ ପର୍ବ ପାଳନ କରନ୍ତି । ହେଲେ କେବେ ମଧ୍ୟ ମୁସଲମାନ ପର୍ବ ପାଳନ କରନ୍ତିନାହିଁ । ରାମ ମନ୍ଦିର ଶିଳାନ୍ୟାସ ସମାରୋହରେ ଏମାନେ ପୂଜା ପାଠ ଆୟୋଜନ କରିଥିଲେ ଏବଂ ହିନ୍ଦୁ ସଂସ୍କୃତି ପାଳନ କରି ସ୍ୱଇଚ୍ଛାରେ ନିଜ ଧର୍ମକୁ ଫେରିଛନ୍ତି ବୋଲି କହିଛନ୍ତି । ପରିବାରରେ ସମସ୍ତଙ୍କ ନାଁ ମଧ୍ୟ ହିନ୍ଦୁ ନାଁରେ ରହିଛି । ପୁରା ଗାଁ ଏମାନଙ୍କ ନିଷ୍ପତ୍ତିକୁ ଆଦର ସହକାରେ ଗ୍ରହଣ କରିବା ସହ ସମ୍ମାନ ଜଣାଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.