ETV Bharat / bharat

ଭିଆଇପି ଟ୍ରେନରେ ଭିକାରୀର ଯାତ୍ରା - ଭିଆଇପି ଟ୍ରେନରେ ଭିକାରୀର ଯାତ୍ରା

ବିନା ଟିକଟ କିମ୍ବା ଭୁଲ ଟିକଟରେ ଯାତ୍ରା କଲେ ରେଳ ବିଭାଗ ଫାଇନ ଆଦାୟ କରିଥାଏ । ମାତ୍ର ଗତ ରବିବାର ଗତିମାନ ଏକ୍ସପ୍ରେସରେ ଜଣେ ଭିକାରୀ ଆଗ୍ରାରୁ ଦିଲ୍ଲୀ ଯାତ୍ରା କରିବା ଘଟଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । କେବଳ ଆଶ୍ଚର୍ଯ୍ୟ କରିନି, ବରଂ ଦିଲ୍ଲୀର ନିଜାମୁଦ୍ଦିନ ଷ୍ଟେସନରୁ ପୋଲିସ ମଧ୍ୟ ଉକ୍ତ ଭିକାରୀର କୌଣସି ଖୋଜଖବର ପାଇନାହିଁ ।

ଫଟୋ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ
author img

By

Published : Aug 19, 2019, 4:06 PM IST

ନୂଆଦିଲ୍ଲୀ: ଗତିମାନ ଭଳି ଭିଆଇପି ଟ୍ରେନରେ ଜଣେ ଭିକାରୀର ଯାତ୍ରା, ତାହା ପୁଣି ସମ୍ପୂର୍ଣ୍ଣ ମାଗଣାରେ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ଘଟଣାଟି ସତ । ତେବେ ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ପୋଲିସରେ ଅଭିଯୋଗ କରିଥିଲେ ମଧ୍ୟ ଉକ୍ତ ଭିକାରୀକୁ ଖୋଜି ପାଇବାରେ ବିଫଳ ହୋଇଥିଲେ ପୋଲିସ କର୍ମଚାରୀ ।

ଭିଡ଼ିଓ ସୌଜନ୍ୟ: ଇଟିଭି ଭାରତ ବ୍ୟୁରୋ

ମିଳିଥିବା ସୂଚନା ମୁତାବକ ଖବରଟି ଗତ ରବିବାରର । ଆଗ୍ରାରୁ ଟ୍ରେନ ଯାତ୍ରା ଆରମ୍ଭ କରିବା ପରେ ପରେ ଏହି ଭିକାରୀଟି ଖାଲି ବୋତଲ ଧରି ଟ୍ରେନରେ ଏପଟ ସେପଟ ବୁଲିଥିଲା । ତେବେ ଏହାକୁ ଗାଡ଼ିରୁ ଓହ୍ଲାଇବା ପାଇଁ ଟ୍ରେନର କର୍ତ୍ତୃପକ୍ଷଙ୍କୁ ମଧ୍ୟ ଜଣାଇଥିଲେ । ଏପରିକି ଟ୍ରେନ ଟିଟିଇକୁ ମଧ୍ୟ ଡକାଇଥିଲେ । ମାତ୍ର ଯାତ୍ରୀଙ୍କ ସମସ୍ତ ପ୍ରୟାସ ବିଫଳ ହୋଇଥିଲା ।

ଶେଷରେ ଆରପିଏଫକୁ ମଧ୍ୟ ଖବର ଦେଇଥିଲେ । ତେବେ ଦିଲ୍ଲୀର ନିଜାମୁଦ୍ଦିନ ଷ୍ଟେସନରେ ପହଞ୍ଚିବା ପରେ ଆରପିଏଫ କର୍ମଚାରୀ ଗାଡ଼ିକୁ ଆସିଥିଲେ । ମାତ୍ର ସେତେବେଳକୁ ଉକ୍ତ ଭିକାରୀଟି ଗାଡ଼ିରୁ ଓହ୍ଲାଇ କେଉଁଆଡ଼େ ଯାଇସାରିଥିଲା । ପୋଲିସ କର୍ମଚାରୀ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଉକ୍ତ ଭିକାରୀର କୌଣସି ଖୋଜଖବର ପାଇନଥିଲେ ।

ତେବେ ଏନେଇ ରେଳବାଇର ଲୋକସମ୍ପର୍କ ଅଧିକାରୀଙ୍କୁ ଏନେଇ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ସେ କହିଥିଲେ କି ଘଟଣା ସମ୍ପର୍କରେ ସୂଚନା ନେବା ପରେ ଯାହା କିଛି କହିପାରିବେ । ଏହା ସହିତ ଉତ୍ତର ରେଳବାଇର ସୁରକ୍ଷା ଅଧିକାରୀ ଏ ଏନ ଝା ମଧ୍ୟ ସମାନ କଥାକୁ ଦୋହରାଇଥିଲେ ।

Intro:Body:

prabhu

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.