ଲକ୍ଷ୍ଣୌ: ଖୁବଶିଘ୍ର ପ୍ରକାଶ ପାଇବାକୁ ଯାଉଛି ଅଯୋଧ୍ୟା ମାମଲାର ରାୟ । ଏଥିପାଇଁ ଉତ୍ତରପ୍ରଦେଶ ପୋଲିସ ସୁରକ୍ଷା ବ୍ୟବସ୍ଥାକୁ ନେଇ ସମ୍ପୂର୍ଣ୍ଣ ପ୍ରସ୍ତୁତ । ସୋସିଆଲ ମିଡିଆ ଓ ଅନ୍ୟ ସାମ୍ପ୍ରଦିକ ବିବାଦ ଉପରେ କଡା ନଜର ରଖିଛି ପୋଲିସ, ଯେଉଁଥିପାଇଁ ଡିଜିପି ମୁଖ୍ୟାଳୟରେ ଗଠନ କରାଯାଇଛି ଏକ ସ୍ବତନ୍ତ୍ର ଟିମ ।
ସାଇବର କ୍ରାଇମର ଆଇଜି ଅଶୋକ କୁମାର ସିଂହଙ୍କ ତତ୍ବବଧାନରେ ଏହି ଟିମ୍ ଗଠନ କରାଯାଇଛି । ଏହି ରାଜ୍ୟସ୍ତରୀୟ ଟିମରେ ପ୍ରାୟ 12-14 ଜଣ ଇନସ୍ପେକ୍ଟର ଅଛନ୍ତି । ସୋସିଆଲ ମିଡିଆରେ ଫେକ୍ ଆକାଉଣ୍ଟ କରି ଅଯୋଧ୍ୟା ମାମଲାରେ ସମ୍ବେଦନଶୀଳ ପୋଷ୍ଟ କରୁଥିବା ଲୋକଙ୍କୁ ଖୋଜିବ ଏହି ଟିମ୍ । ଆଇପି ଆଡ୍ରେସ୍ ଜରିଆରେ ଏହି ଟିମ୍ ସିଧାସଳଖ ପହଞ୍ଚିବ ଲୋକଙ୍କ ନିକଟରେ ।
ତେବେ ବିଗତ 15-20 ଦିନ ମଧ୍ୟରେ ସୋସିଆଲ ମିଡିଆରେ ସମ୍ବେଦନଶୀଳ ପୋଷ୍ଟ କରୁଥିବା 72 ଜଣ ଲୋକଙ୍କୁ ଗିରଫ କଲାଣି । ଏଥିପାଇଁ ପୂର୍ବରୁ ଡିଜିଟାଲ ସ୍ବେଚ୍ଛାସେବୀ ସେମାନଙ୍କୁ ଚେତାବନୀ ଦେବେ, ଯଦି ଚେତାବନୀ ପରେ ନ ମାନନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।